October 23, 2024

Odia Express

Leading Odia News Portal of Odisha

ରିଷଭ ପନ୍ଥଙ୍କୁ ନେଇକରି ଅଧିନାୟକ ବିରାଟ କୋହଲି କହିଲେ ନିଜ ମନ କଥା , କହିଦେଲେ ଏତେ ବଡ କଥା ଯେ..

୩୦ ମେ କୁ ଇଂଲଣ୍ତରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ୱକପ୍ ଭାରତୀୟ ଟିମ୍ ମେ ୨୨ କୁ ଇଂଲଣ୍ତ ଗ୍ରସ୍ତ କରିବ , ଅପ୍ରେଲ୍ ମାସର ୧୫ ତାରିଖକୁ ବିସିସିଆଇ ୧୫ ଜଣ ସଦସ୍ୟ ଭାରତୀୟ ଟିମ୍ ଏହା ଘୋଷଣା କରିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କୁ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ହିସାବରେ ଦଳରେ ଯୋଗଦାନ ମିଳିଛି , ଯେବେ କି ଦିନେଶ କାର୍ତ୍ତିକ ରିଷଭ ପନ୍ଥଙ୍କ ସ୍ଥାନରେ ସାମିଲ୍ କରାଯାଇଛି, ରିଷଭ ପନ୍ଥଙ୍କୁ ଟିମ୍ ରେ ନ ନେବା ଏକ ବଡ ତର୍କ ହୋଇଯାଇଛି, ବିରାଟ କୋହଲି ଏହି କଥାକୁ ନେଇ ଏବେ ନିଜର ମୁହଁ ଖୋଲି ଛନ୍ତି ,

 

ଏବେ ବୋଧେ ବିଶ୍ୱକପ୍ ରେ ରିଷଭ ପନ୍ଥଙ୍କୁ ଟିମ୍ ରେ ନ ନେବା ଉପରେ କେହି କିଛି କହିବେ ନାହିଁ , ୨୩ ମେ ଟିମ୍ ରେ ପରିବର୍ତ୍ତନ ହୋଇପାରେ । ବିରାଟ କୋହଲି ଟାଇମ୍ସ ଅଫ୍ ଇଣ୍ତିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ଦିନେଶ କାର୍ତ୍ତିକ ପ୍ରେସର ସିଟୁଏସନ୍ ରେ ଧୈର୍ଯ୍ୟର ସହ ଖେଲିପାରନ୍ତି , ଏଥିପାଇଁ ତାଙ୍କୁ ଦଳରେ ଦ୍ୱିତୀୟ ୱିକେଟ୍ କିପର ହିସାବରେ ସାମିଲ୍ କରାଯାଈଛି, ଏହି ମାମଲାରେ ସେ ରିଷଭ ପନ୍ଥଙ୍କୁ ପଛରେ ଛାଡିନଥିଲେ ।

 

କୋହଲି କହିଲେ କି ଦିନେଶ କାର୍ତ୍ତିକଙ୍କ ପାଖରେ ଦକ୍ଷତା ଅଛି, ଯଦି ଧୋନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିଛି ଖରାପ ହୋଈଯାଏ , ତେବେ ଦିନେଶ କାର୍ତ୍ତିକ ବହୁତ ଭଲ ୱିକେଟ୍ କିପିଙ୍ଗ୍ କରିପାରିବେ , ଫିନିସର୍ ହିସାବରେ ସେ ବହୁତ ଭଲ ଅଟନ୍ତି ।

 

ଟିମ୍ ଚୟନ ପରେ ମୁଖ୍ୟ ଚୟନ କର୍ତ୍ତା ଏମ୍ ଏସ୍ କେ ପ୍ରସାଦ କହିଲେ କି ଧୋନୀ ପ୍ରମୁଖ ୱ୍ୱିକେଟ୍ କିପର୍ ହିସାବରେ ନିଆଯାଇଛି , ଓ ସେ ସବୁ ମ୍ୟାଚ୍ ଖେଳିବେ , ଯଦି ସେ ଅନ୍ ଫିଟ୍ ରୁହନ୍ତି , ତେବେ କାର୍ତ୍ତିକଙ୍କୁ ମଉକା ମିଳିପାରେ , ଆମେ କାର୍ତ୍ତିକଙ୍କ ଅନୁଭବ ସକାଶେ ଟିମ୍ ରେ ନେଇଥିଲୁ । ଧୋନୀଙ୍କ ଖରାପ ଫର୍ମକୁ ନେଇ ବାହାରିଥିବା କଥାକୁ କୋହଲି କହିଲେ କି ଧୋନୀ ଟିମ୍ ପାଇଁ ବଢିକରି ଆଉ କିଛି ନୁହେଁ , କୋହଲି କହିଲେ କି ମୁଁ ଧୋନୀଙ୍କ ବିଷୟରେ ଏହା କହିପାରିବି କି ତାଙ୍କର ଅଧିନାୟକତ୍ୱ ରେ ମୋର କ୍ୟାରିୟର ଆରମ୍ଭ ହୋଇଛି, ମୁଁ ଧୋନୀଙ୍କୁ ଭଲ ଭାବେ ଚିହ୍ନିଛି , ଏମିତି ବହୁତ କମ୍ ଲୋକ ଜାଣିଛନ୍ତି ତାଙ୍କ ପାଖରେ ଅନୁଭବର ବହୁତ ଅଛି , ଷ୍ଟମ୍ ପଛରେ ଥାଇ ଯେଉଁ କ୍ୟାଚ୍ ଓ ୱିକେଟ୍ ନିଅନ୍ତି ସେଥିରେ ମ୍ୟାଚ୍ ପୁରା ବଦଳିଯାଇଥାଏ ।

Leave a Reply

Your email address will not be published. Required fields are marked *