October 22, 2024

Odia Express

Leading Odia News Portal of Odisha

ବିନା ହାତରେ ଜନ୍ମ ନେଇଥିବା ୧୦ ବର୍ଷର ଝିଅ ଜିତିଲା ନେଶନାଲ୍ ହ୍ୟାଣ୍ତ ରାଇଟିଙ୍ଗ୍ ପ୍ରତିଯୋଗିତା – ଆପଣ ଅକ୍ଷର ଦେଖିଲେ ଖୁସି ହେଇଯିବେ ନିଶ୍ଚୟ..

ପ୍ରକୃତି କାହା ସହ ଅନ୍ୟାୟ କରେ ନାହିଁ , ଯଦି ସେ କାହା ଠାରୁ କିଛି ଛଡେଇନିଏ , ତେବେ ବହୁତ କିଛି ଦେଇଥାଏ , ଖାଲି ଦରକାର ପଡେ ଯୋଗ୍ୟତା ଚିହ୍ନିବା ପାଇଁ , ୧୦ ବର୍ଷର ସାରା ହେନ୍ସଲି ବୁଝେନି କି ଏକ ନେଶନ୍ୟାଲ୍ ରାଇଟିଙ୍ଗ୍ କମ୍ପିଟିସନ୍ ଜିତିବା ଏତେ ଉଲ୍ଲେଖନୀୟ କଣ ପାଇଁ । ସେ ଚିତ୍ର ଆଙ୍କିଥାଏ , ଓ ମାଟିରେ କଳାକୃତି ନିର୍ମାଣ କରେ , ସେ ଇଂରାଜି ଓ ମନ୍ଦାରିନ୍ ଭାଷାରେ ଲେଖି ପାରେ , ସାରା କହିଲା କି ଯେବେ ସେ ଏହି ବର୍ଷ ରାଇଟିଙ୍ଗ୍ ସିଖିଲା , ତେବେ ସେ ସହଜରେ ଲେଖିପାରିଲା , କିନ୍ତୁ ଆପଣଙ୍କୁ ଏହା ଜାଣିବା ଜରୁରୀ ଅଟେ କି ସାରାଙ୍କ ଜନ୍ମରୁ ହାତ ନାହିଁ ବୋଲି ।

 

ସାରାଙ୍କ ତୃତୀୟ କକ୍ଷାରେ ଥିବା ଶିକ୍ଷିକା ଶେରିଲ୍ ଚୁରିଲା କହିଲେ କି ମୁଁ କେବେ ଶୁଣିନାହିଁ କି ଏହା ଏକ ଛୋଟ ଝିଅ କହୁଛି କି ମୁଁ ଏହି କାମ କରି ପାରିବି ନାହିଁ , ସେ ଏକ ଲିଟିଲ୍ ରକ୍ ଷ୍ଟାର୍ ଅଟେ , ସେ ସବୁ କିଛି କରିପାରେ , ଯାହା କାମ ଆପଣ ତାକୁ ଦିଅନ୍ତି , ସେ ସବୁ କାମ ବହୁତ ଭଲ ଭାବେ କରେ ।

ମେରିଲ୍ୟାଣ୍ତର ଫ୍ରେଡାରିକ୍ ସେଣ୍ଟ ଜନ୍ସ ରିଜିନଲ୍ କ୍ୟାଥଲିକ ସ୍କୁଲ୍ ରେ ତୃତୀୟ କକ୍ଷାରେ ଛାତ୍ରୀ ସାରା ନିଜ ବଢିଆ ହ୍ୟାଣ୍ତ ରାଇଟିଙ୍ଗ୍ ପାଇଁ ୨୦୧୯ ର ନିକୋଲସ ମ୍ୟାକ୍ସିମ୍ ପୁରସ୍କାର ମିଳିଥିଲା , ଏହି ପୁରସ୍କାର ବିଶେଷ ଆବଶ୍ୟକତା ବାଲାଙ୍କୁ ଦିଆଯାଇଥାଏ , ଏକ ପ୍ରିଣ୍ଟ ଲେଖନ ପାଇଁ ଦ୍ୱୀତିୟ ସ୍କ୍ରିପ୍ଟ ପାଇଁ ।

 

ସାରା କେବେ ବି ପ୍ରୋଷ୍ତେଟିକ୍ ପିନ୍ଧେ ନାହିଁ । ତାଙ୍କ ମା କ୍ୟାଥରିନ୍ ହିଂସଲେ କହିଲେ କି ସେ ସେହି କିଛି କାମ ପାଇଁ ସାହାଯ୍ୟ କିମ୍ବା ଏକ ଉପକରଣ ଦେଖାଇଥାଏ , ଯେଉଁ କାମକୁ ସେ ସହଜ କରିପାରେ , ଯେପରି କଇଁଚିରେ କାଗଜ କାଟିବା , ତେବେ ସେ ତାକୁ ଅସ୍ୱୀକାର କରିଦେଇଥାଏ ।

Leave a Reply

Your email address will not be published. Required fields are marked *