October 23, 2024

Odia Express

Leading Odia News Portal of Odisha

ଦେଶର ବଡ ବଡ ସରକାରୀ ପଦରେ ଅଛନ୍ତି ଏହି ୫ ଜଣ ଖେଳାଳୀ, ଧୋନୀଙ୍କ ଚାକିରି ବିଷୟରେ ଜାଣି ଉଡିଯିବ ହୋସ୍…

ସେମିତି ବି ଆମ ଦେଶରେ ରାଷ୍ଟ୍ରିୟ ଖେଳ ହକି ଅଟେ । କିନ୍ତୁ କ୍ରିକେଟ ଖେଳକୁ ଲୋକେ ବେଶୀ ପସନ୍ଦ କରନ୍ତି । କ୍ରିକେଟିୟର୍ସ ମାନେ ନିଜ ଦକ୍ଷତା ଓ କୌଶଳ ସକାଶେ ପୂରା ଦୁନିଆଁରେ ଲୋକପ୍ରିୟ ଅଟନ୍ତି । ତାଙ୍କ ନିଜ ଜୀବନ ବିଷୟରେ ବହୁ ମିଡିଆରେ ଆସିଥାଏ । କିନ୍ତୁ ଆଜି ଆମେ କହିବୁ ଦେଶର ଏହି ୫ ଜଣ ଖେଳାଳିଙ୍କ ବିଷୟରେ ଯେଉଁମାନେ ଦେଶରେ ବହୁ ବଡ ବଡ ସରକାରୀ ପଦବୀ ରେ ଅଛନ୍ତି ।

 

୧) ସଚିନ୍ ତେନ୍ଦୁଲ୍ କର : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର୍ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି । ସଚିନ୍ ତେନ୍ଦୁଲକର୍ ଙ୍କୁ ଭାରତୀୟ ଏୟାର୍ ଫୋର୍ସ ତରଫରୁ ୨୦୧୦ ରେ ସମ୍ମାନିତ କରାଯାଇଛି । ଓ ତାଙ୍କୁ ଗ୍ରୁପର ଅଧିନାୟକ ବି କରାଗଲା । ୨୦୧୨ ରେ ସେ କ୍ରିକେଟରୁ ସନ୍ୟାସ ନେବା ପାଇଁ ଚିନ୍ତା କଲେ ଓ ୨୦୧୩ ରେ କ୍ରିକେଟ ଜଗତରୁ ସନ୍ୟାସ ନେଇଗଲେ ।

 

୨) ମହେନ୍ଦ୍ର ସିଂ ଧୋନୀ : ଯୁବ ସମାଜର ସବୁଠାରୁ ଲୋକପ୍ରିୟ କ୍ରିକେଟିଅର୍ ମହେନ୍ଦ୍ର ସିଂ ଧୋନୀ, ଯାହାଙ୍କ ଲୋକପ୍ରିୟତା ବଲିଉଡ୍ ରେ ଅଛି । ସେ ଭାରତୀୟ କ୍ରିକେଟ ଟିମ୍ ର ଏକ ସଫଳ ଖେଳାଳି ଅଟନ୍ତି ଯିଏ କି ୨୦୧୫ ରେ ଭାରତୀୟ ସେନାରେ ଲେଫ୍ଟୀନାଣ୍ତ କର୍ନଲ ହିସାବରେ ନିଯୁକ୍ତି ପାଇଥିଲେ । ଧୋନୀଙ୍କ ବିଷୟରେ ଆଉ ଏକ କଥା ଜାଣି ନାହାନ୍ତି କି ଧୋନୀ କ୍ରିକେଟ ଜଗତକୁ ଆସିବା ପୂର୍ବରୁ ସେ ରେଲୱେ ରେ ଚାକିରି କରୁଥିଲେ ।ଧୋନିଙ୍କ ନିଜ ଜୀବନରେ ଘଟିଥିବା ଘଟଣାବଳି କୁ ତାଙ୍କ ଫିଲ୍ମ ଏମ୍ ଏସ୍ ଧୋନି ଦି ଅନ୍ ଟୋଲ୍ଡ ଷ୍ଟୋରୀ(୨୦୧୬) ରେ ଦେଖା ହୋଇଛି ।

 

୩) କପିଳ ଦେବ : ଭାରତୀୟ କ୍ରିକେଟରେ ସବୁଠାରୁ ଲୋକପ୍ରିୟ ଖେଳାଳି କପିଳ ଦେବ ୧୯୯୩ ରେ ୱାଲର୍ଡ କପ୍ ଭାରତ ନାଁ ରେ କରିଥିଲେ । ସେ ୨୦୦୮ ରେ ଭାରତୀୟ ସେନା ରେ ଲେପ୍ଟିନାଣ୍ଟ କର୍ନଲ କରାଯାଇଥିଲା ।

 

୪) ଭାରତୀୟ କ୍ରିକେଟ ଟିମ୍ ର ସବୁଠାରୁ ସଫଳ ସ୍ପିନର୍ ଭିତରୁ ଜଣେ ହେଉଛନ୍ତି ହରଭଜନ ସିଂ । ହରଭଜନ ସିଂ ଭାରତୀୟ କ୍ରିକେଟ ଟିମ୍ ସହ ମଧ୍ୟ ପଞ୍ଜାବ ପୋଲିସ୍ ରେ ଡିଏସ୍ ପି ଅଛନ୍ତି ।

୫) ଭାରତୀୟ କ୍ରିକେଟ ଜଗତରେ ନୂଆ ଖେଳାଳି ହିସାବରେ ଉମେଶ ଯାଦବ ଜଣେ ବହୁତ ଭଲ ବୋଲର୍ ଅଟନ୍ତି । କ୍ରିକେଟ୍ ରୁ ଆସିବା ପୂର୍ବରୁ ସେ ସରକାରୀ ଚାକିରି କରୁଥିଲେ । ଉମେଶ ୨୦୧୭ରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ ରେ ଆସିଷ୍ଟାଣ୍ତ ମ୍ୟାନେଜର ପଦରେ ନିଯୁକ୍ତ ଅଛନ୍ତି

Leave a Reply

Your email address will not be published. Required fields are marked *