October 22, 2024

Odia Express

Leading Odia News Portal of Odisha

ଐତିହାସିକ ନିଷ୍ପତ୍ତି : ୧୫ଅଗଷ୍ଟ ଦିନ କାଶ୍ମୀରର ସବୁ ଗ୍ରାମରେ ଉଡାଯିବ ତ୍ରିରଙ୍ଗା ଆଉ ଏହାପରେ..

ଜାମ୍ମୁକାଶ୍ମୀର ଦିନକୁଦିନ ଚର୍ଚାରେ ରହୁଛି । ପ୍ରଥମେ ସେଠାରେ ୧୦ହଜାର ସୈନିକ ମୃତୟନ କରାଯାଇଛି ତାପରେ ଏବେ ଖବର ଆସୁଛି ଯେ ମୋଦୀ ସରକାର କାଶ୍ମୀରରୁ ୩୫-Aକୁ ହଟେଇବାର ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ନିଜ ତରଫରୁ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛି ।ମଙ୍ଗଳବାର ଦିନ ବିଜେପି ଜାମ୍ମୁକାଶ୍ମୀର ଦଳ ସହିତ ବୈଠକ କରିଥିଲା ଓ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ପାଇଁ ଚର୍ଚା କରିଥିଲା । ଏହାପୂର୍ବରୁ ବିଜେପି ଆଗାମୀ ୧୫ଅଗଷ୍ଟ ଦିନ ଘାଟିରେ ବଡ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି ଚଳେଇଛି । ଏହି କ୍ରମରେ ପଞ୍ଚାଯତ ପ୍ରମୁଖ ମାନଙ୍କୁ ନିଜନିଜ କ୍ଷେତ୍ରରେ ତ୍ରିରଙ୍ଗା ଉଡେଇବାକୁ କୁହାଯିବ । ପ୍ରତି ଗ୍ରାମରେ ତ୍ରିରଙ୍ଗା ଉଡେଇବାକୁ ପାର୍ଟି ଆଦେଶ ଦେଇଛି ।

 

ସୂତ୍ର ଅନୁଯାୟୀ ମଙ୍ଗଳବାର ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଜାମ୍ମୁକାଶ୍ମୀର ବିଜେପି ଦଳ ସହିତ ବୈଠକ କରିଥିଲେ , ସେଥିରେ ଅନେକ ବିଷୟ ଉପରେ ଚର୍ଚା ହୋଇଥିଲା। ସେ ମଧ୍ୟରୁ ଏହା ମଧ୍ୟ ଗୋଟିଏ ମାମଲା ଅଟେ । ଯେଉଁଥିରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଜାମ୍ମୁକାଶ୍ମୀରରେ ୧୫ଅଗଷ୍ଟକୁ ବହୁତ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି ।

 

ଏମାନଙ୍କ ମଧ୍ୟରେ ସ୍ଥାନୀୟ ପଞ୍ଚାୟତ ପ୍ରମୁଖ ମାନଙ୍କୁ କୁହାଯିବ ଯେ ସେମାନେ ନିଜନିଜ ଅଞ୍ଚଳରେ ତ୍ରିରଙ୍ଗା ଉଡେଇବେ । ଏଥିପାଇଁ ପଞ୍ଚାଯତ ପ୍ରମୁଖ ମାନଙ୍କୁ ସୁରକ୍ଷା ମଧ୍ୟ ଦିଆଯିବ । ବିଶ୍ବାସ କରାଯାଉଛି ଯେ ବିଗତ ଦିନମାନଙ୍କରେ ୧୦୦୦୦ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୃତୟନ କଥା ସମ୍ମୁଖକୁ ଆସିଛି । , ଏହା ସେକଥା ସହ ଜଡିତ ଥାଇପାରେ । ଯଦିଓ ସରକାର ଏବେ ଏକଥାକୁ ସମର୍ଥନ କାରିନାହାନ୍ତି ।

 

Leave a Reply

Your email address will not be published. Required fields are marked *