October 23, 2024

Odia Express

Leading Odia News Portal of Odisha

୪ ଅଗଷ୍ଟ ୨୦୧୯ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୩ଟି ରାଶିରେ ବଡ ପରିବର୍ତ୍ତନ ଆସିବ – ମିଳିବ ଖୁସି ଖବର

ମେଷ : ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ । ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ। ସ୍ଵାସ୍ଥ୍ୟ ଖରାପ ହେବ। ମନ ଚିନ୍ତାଗ୍ରସ୍ତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବାରେ କୁଟୁମ୍ବରେ ଅଶାନ୍ତି ରହିବ। ସାର୍ବଜନିକ ରୂପରେ ମାନହାନି ହେବାର ସମ୍ଭାବନା ରହିବ। ପାଣିରେ ଭୟ ରହିବ। ସେଥିପାଇଁ ଜଲାଶୟ ନିକଟକୁ ଯିବାକୁ ଦୁଃ ସାହସ କରନ୍ତୁ ନାହିଁ। ସ୍ଥାୟୀ ସଂପତ୍ତି, ବାହନ ଆଦିର କାଗଜ ଉପରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରିବାର ଆବଶ୍ୟକତା ଅଛି।

ବୃଷ : ଆଜି ଆପଣ ନିଜ ବନ୍ଧୁମାନଙ୍କ ସହ ନାଚ ଗୀତରେ ବ୍ୟସ୍ତରହିବେ । ଆଜି ଆପଣଙ୍କ ବନ୍ଧୁ ଆପଣଙ୍କ ଘରକୁ ଯାଇପାରନ୍ତି ।ଆପଣ ତାଙ୍କୁ ସ୍ୱାଗତ କରନ୍ତୁ । ସେମାନଙ୍କ ସହ ସାକ୍ଷାତ ପରେ ଆପଣଙ୍କ ମତାନ୍ତର ଶେଷ ହୋଇଯିବ । ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ । ଶୁଭ କିମ୍ବା ଧାର୍ମିକ ମୁହୂର୍ତ୍ତରେ ଯାତ୍ରାର ଆୟୋଜନ ହେବ। ଭାଇ- ବନ୍ଧୁମାନଙ୍କ ସହିତ ସୌହାର୍ଦପୂର୍ଣ୍ଣ ବାତାବରଣରେ ଘର ବିଷୟରେ ଚର୍ଚ୍ଚା ହେବ। ବ୍ୟାବହାରିକ କାର୍ଯ୍ୟରେ ବାହରକୁ ଯିବେ। ବିଦେଶରୁ ଭଲ ସମାଚାର ଆସିବ। ଆଜି ନୂଆ କାର୍ଯ୍ୟଗୁଡ଼ିକର ଆରମ୍ଭ କରିପାରନ୍ତି। ଧନ ଲାଭର ଯୋଗ ଅଛି। ପୁଞ୍ଜି ନିବେଶ ପାଇଁ ଅନୁକୂଳ ଦିନ ହେବାର ସୂଚନା ମିଳୁଛି। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ : ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ । ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ବ୍ୟବସାୟ କାର୍ଡ ନେବା ଉଚିତ ହେବ । ପାରିବାରିକ କଲହର ଅବସର ନ ଆସୁ, ଏହାର ଧ୍ୟାନ ରଖିବେ। ପାରିବାରିକ ସଦସ୍ୟମାନଙ୍କ ସହିତ ଭ୍ରମରୁ ବଞ୍ଚିତ ରୁହନ୍ତୁ। ମନରେ ଉତ୍ପନ୍ନ ନକାରାତ୍ମକ ବିଚାରକୁ ଦୂର କରିବାକୁ ଉପଦେଶ। ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ଥିମାନଙ୍କପାଇଁ ଅବରୋଧ ଆସିବ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ। ଶାରୀରିକ ତଥା ମାନସିକ ଅସୁସ୍ଥତା ଆପଣଙ୍କୁ ଅଣନିଶ୍ୱାସୀ କରିବ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କର୍କଟ : ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି । ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟକୁ ଭଲ ରଖିବେ। ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। କୌଣସି ତୀର୍ଥଯାତ୍ରା କରିପାରନ୍ତି। ବନ୍ଧୁ ଏବଂ ମିତ୍ରମାନଙ୍କର ଆଗମନରେ ମନ ଖୁସି ରହିବ। ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ। ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ସ୍ଵାଦିଷ୍ଟ ଭୋଜନର ସ୍ଵାଦ ନେବାର ଆନନ୍ଦ ପ୍ରାପ୍ତ ହେବ।

ସିଂହ : ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି । ଆଜି ଆପଣଙ୍କ ସାଙ୍ଗକୁ ଆପଣଙ୍କର ସାହାଯ୍ୟ ଆବସ୍ୟକତା ଅଛି । ଆପଣ ତାଙ୍କୁ ସାହାଯ୍ୟ କରିବା ଉଚ଼ିତ୍ ହେବ । ଯାହା ହେଲେ ମଧ୍ୟ ଆପଣଙ୍କର ସମ୍ପର୍କ ଏମିତି ଅଛି । ବହୁତ ଭାବି ଚ଼ିନ୍ତି କାହାକୁ କୌଣସି ପରାମର୍ଶ ଦିଅନ୍ତୁ । ଆଜିର ଦିନ ସାବଧାନ ପୂର୍ବକ ଚାଲିବାକୁ ଉପଦେଶ। ଅଧିକ ପରିଶ୍ରମରେ କମ ସଫଳତା ମିଳିବାରୁ ନିରାଶାର ଭାବନା ସୃଷ୍ଟି ହେବ। ପାରିବାରିକ ବାତାବରଣ ମଧ୍ୟ ଅଶାନ୍ତ ରହିବ। ସ୍ଵାସ୍ଥ୍ୟ ସମ୍ବନ୍ଧୀତ ଅଭିଯୋଗ ରହିବ। ଦୁର୍ଘଟଣାରୁ ବଞ୍ଚନ୍ତୁ। ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ସମ୍ଭାଳିକରି ପଦକ୍ଷେପ ଉଠାଇବେ। ଧାର୍ମିକ ତଥା ସାମାଜିକ କାର୍ଯ୍ୟଗୁଡ଼ିକରେ ଭାଗ ନେବେ ତଥା ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

କନ୍ୟା : ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ନିଜର ବୁଝା ଶୁଣା ଏବଂ ଚ଼ତୁରତାକୁ ପରଖିବାକୁ ହେବ ।କିଛି ଲୋକ ନିଜର ସୀମାକୁ ଲାଙ୍ଘି ଆପଣଙ୍କର ଅସୁବିଧାକୁ ଶିକ୍ଷା କରିବାକୁ ଯାଉଛନ୍ତି । ଆପଣଙ୍କୁ ଶାନ୍ତି ରହିବା ସହିତ ସେମନଙ୍କୁ ରୋକିବାକୁ ଚ଼େଷ୍ଟା କରିବାକୁ ହେବ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ତା ପାଇଁ ଯୋଜନା ବନାଇପାରିବେ। ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ। ମହିଳା ମିତ୍ର ଆପଣଙ୍କ ପ୍ରଗତିରେ ସହାୟକ ହେବେ। ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ। ରମଣୀୟ ସ୍ଥଳକୁ ଯାତ୍ରାର ଆୟୋଜନ କରିବେ। ସମାଜରେ ଖ୍ୟାତି ବଢ଼ିବ। ସନ୍ତାନମାନଙ୍କ ପ୍ରଗତି ହେବ। ପତ୍ନୀ ତଥା ପୁତ୍ରଙ୍କର ତରଫରୁ ଆନନ୍ଦର ସମାଚାର ମିଳିବ। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି।ପ୍ରତିକାର: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।

ତୁଳା : ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ । ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ଆଜି ଆପଣଙ୍କୁ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। କୌଣସି କାର୍ଯ୍ୟ କିମ୍ବା ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିବ। ମାନସିକ ଅସୁସ୍ଥତାର ସ୍ଥିତିରେ ମନ କୌଣସି କାର୍ଯ୍ୟ କରିବା ପାଇଁ ପ୍ରେରିତ ହେବ ନାହିଁ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା କରିପାରନ୍ତି। ଚାକିରି କିମ୍ବା ବ୍ୟବସାୟ ସ୍ଥଳରେ ପରିବାର ମଧ୍ୟରେ ମନମାଳିନ୍ୟ ହେବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ବିଚ୍ଛା : ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି । ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ।ପ୍ରତିକାର– କୁକୁରକୁ ଖାଦ୍ୟ ଦିଅନ୍ତୁ।

ଧନୁ : ଆଜି ଆପଣ ଭାବିବେ ଯେ ଘର ଏବଂ କାର୍ଯ୍ୟାଳୟର କାର୍ଯ୍ୟରୁ ନିବୃତ ରହି ପ୍ରକୃତିର ଆନନ୍ଦ ଅନୁଭବ କରିବାପାଇଁ । ଆପଣ ନିଜର ମନୋମାଳିନ୍ୟ ସବୁ ପାଶୋରି ଦେଇ ନିଜ ମନକୁ ଶାନ୍ତ କରିବାପାଇଁ ଚାହୁଁଛନ୍ତି । ଆଜି ପାଇଁ ଆପଣଙ୍କର ମୂଳମନ୍ତ୍ର ଅଟେ ବିଶ୍ୱାସ, ଆପଣଙ୍କୁ ଏହା ଜାଣିବାକୁ ଉଚ଼ିତ୍ ଯେ ନିଜର ହିଁ ପ୍ରିୟଜନ ଯେକି ଆପଣଙ୍କୁ ଭଲ ପାଆନ୍ତି, ତଥାପି ବିଶ୍ୱାସ କରିବାରେ କୁଣ୍ଠିତ ଅନୁଭବ କରୁଛନ୍ତି କାହିଁକି ? ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। କାର୍ଯ୍ୟରେ ଯଶ ମିଳିବ। ମହିଳା ମିତ୍ରମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ମିଳିବ। ନିଜର ଅଧୀନସ୍ଥ ବ୍ୟକ୍ତିମାନଙ୍କ ଏବଂ ସହକର୍ମିମାନଙ୍କର ସହଯୋଗ ପ୍ରାପ୍ତ କରି ପାରିବେ। ସ୍ଵାସ୍ଥ୍ୟ ଭଲ ରହିବ।ପ୍ରତିକାର– ଅସହାୟଙ୍କୁ ଖାଦ୍ୟ ଦିଅନ୍ତୁ।

ମକର : ଆଜି ଆପଣଙ୍କ ମନ ଓ ମସ୍ତିସ୍କ ଖୁବ୍ ମଜ୍ଜାରେ ରହିବ । ଆପଣଙ୍କ ମନ କାମରେ ବିଲକୁଲ ଲାଗିବନି ହୁଏତ ଆପଣ ନିଜ ଦାୟୀତ୍ତ୍ୱମାନ ମଧ୍ୟ ଉତ୍ତମ ରୁପେ ତୁଲାଇ ପାରିବେନି । ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ । ଲେଖନ, ସାହିତ୍ୟ କ୍ଷେତ୍ରରେ କିଛି ନୂଆ ସୃଜନ କରିବାପାଇଁ ଆପଣଙ୍କୁ ପ୍ରେରଣା ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନରେ ଉତ୍ତମ ପ୍ରଦର୍ଶନ କରିବେ। ପ୍ରଣୟରେ ସଫଳତା ଏବଂ ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ଆପଣଙ୍କ ମନ ହର୍ଷିତ ହେବ। ମହିଳା ମିତ୍ରମାନଙ୍କର ସହଯୋଗ ଅଧିକ ମିଳିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ଆପଣ ଧାର୍ମିକ ପରୋପକାର କାର୍ଯ୍ୟ କରି ଧନ୍ୟ ଅନୁଭବ କରିବେ।ପ୍ରତିକାର– ଅସହାୟ ମାନଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ : ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ବିବାହ ସମାରୋହ କାରଣରୁ ହେବ । ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ । ଶାରୀରିକ ଏବଂ ମାନସିକ ସତେଜତା ଏବଂ ପ୍ରଫୁଲ୍ଲତା ଅନୁଭବ ହେବ। କୁଟୁମ୍ବଜନ ତଥା ମିତ୍ରମାନଙ୍କ ସହିତ ଯାତ୍ରା ଏବଂ ପାର୍ଟୀର ଆୟୋଜନ ହେବ। ମନୋରଞ୍ଜନ ପାଇଁ ସମସ୍ତ ସାମଗ୍ରୀ ଆଜି ଆପଣଙ୍କୁ ଉପଲବ୍ଧ ହେବ। ସୁନ୍ଦର ବସ୍ତ୍ର, ଉତ୍ତମ ଭୋଜନ ଏବଂ ବାହନ ସୁଖ ପ୍ରାପ୍ତ ହେବ। ବିପରୀତ ଲିଙ୍ଗ ଆଡ଼କୁ ଅଧିକ ଆକର୍ଷଣ ହେବ।ପ୍ରତିକାର–ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମୀନ : ଆଜି ଆପଣଙ୍କ ଧ୍ୟାନ କେବଳ ମଉଜ ମସ୍ତି ଆଡ଼କୁ ହିଁ ରହିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ ,ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ । ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ । କାର୍ଯ୍ୟ ସଫଳତାରେ ବିଳମ୍ବ ଏବଂ ଶାରୀରିକ ଅସୁସ୍ଥତାର କାରଣରୁ ଆପଣ ହତାଶାର ଭାବନା ଅନୁଭବ କରିବେ। ଅତ୍ୟଧିକ କାମର ବୋଝରେ ଥକିଯିବା ଏବଂ ମାନସିକ ଅଣନିଶ୍ୱାସୀ ରହିବ। ଯାତ୍ରାରେ ବିଘ୍ନ ଆସିବାର ସମ୍ଭାବନା ରହିବ। ନୂଆ କାର୍ଯ୍ୟ ଆରମ୍ଭ ନ କରିବା ପାଇଁ ଉପଦେଶ। ଖାଇବା ପିଇବାରେ ଧ୍ୟାନ ରଖିବେ। ଯୋଗ୍ୟ ଧ୍ୟାନରେ ଆପଣ ମାନସିକ ରୁପରେ ସୁସ୍ଥ ରହି ପାରନ୍ତି।ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ

Leave a Reply

Your email address will not be published. Required fields are marked *