October 22, 2024

Odia Express

Leading Odia News Portal of Odisha

୫ ଅଗଷ୍ଟ ୨୦୧୯ ଶ୍ରାବଣ ତୃତୀୟ ସୋମବାର,ଆଜିର ରାଶିଫଳ – ଏହି ୬ଟି ରାଶିର ଜୀବନରେ ସୁଖର ଦିନ ଆରମ୍ଭ ହେବ – ବଡ ଖୁସି ଖବର ମିଳିବ

ମେଷ : ବିଦେଶ ସହ ସଂଯୋଗ କରୁଥିବା ଯେକୌଣସି କାର୍ଯ୍ୟରୁ ଆପଣଙ୍କୁ ସଫଳତା ମିଳିପାରେ । ଯଦି ଆପଣ କୌଣସି ବିଦେଶୀ ବନ୍ଧୁଙ୍କ ପାଖରୁ ଚାକିରିର ସାହାଯ୍ୟ ପାଇବା ପାଇଁ ଆଶା କରୁଥାନ୍ତି , ତେବେ ଆପଣ ସଫଳ ହେବେ କିମ୍ବା କୌଣସି ଆନ୍ତର୍ଜାତିକ ଚୁକ୍ତି ହୋଇପାରେ । ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ । ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। କାର୍ଯ୍ୟାଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପଦୋନ୍ନତିର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ଶାରୀରିକ ହାନିର ଯୋଗ ହେବାରୁ ସମ୍ଭାଳିକରି ରୁହନ୍ତୁ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ଭେଟ ହେବ। ମାନସିକ ରୂପରେ ଶାନ୍ତି ରହିବେ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ବୃଷ : ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ । ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ଆଜିର ଦିନ ଆପଣଙ୍କୁ କୌଣସି ଭାବରେ କଳହ ଏବଂ ଚର୍ଚ୍ଚାରୁ ଦୂରରେ ରହିବାକୁ ଉପଦେଶ। ଆକସ୍ମିକ ଖର୍ଚ୍ଚର ସମ୍ଭାବନା ଅଛି। ବିଦ୍ୟାର୍ଥିମାନଙ୍କପାଇଁ ପାଠପଢାରେ ବାଧା ଆସିବ। ପ୍ରିୟଜନମାନଙ୍କ ସହିତ ହେବାକୁଥିବା ସାକ୍ଷାତରେ ମନ ଆନନ୍ଦିତ ହେବ। ପେଟ ସମ୍ବନ୍ଧିତ ପୀଡା଼ ହୋଇପାରେ। ଶେୟାର-ସଟ୍ଟାରେ ନିବେଶ କରିବାରେ ସାବଧାନ ରହିବେ।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ : ବିଦେଶରୁ ଆସୁଥିବା ଖବର ଜରୁରୀ ନୁହେଁ ଯେ ଆପଣଙ୍କ ପାଇଁ ଶୁଭ ହେବ । ଯେଉଁ ଖବର ପାଇଁ ଆପଣ ଆଶାୟୀ ଥିଲେ ସେ ଖବର ହୁଏତ ଆପଣଙ୍କୁ ମିଳି ନପାରେ । ଧର୍ଯ୍ୟ ଧରି ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ । ଆପଣଙ୍କର ଦିନ ମିଶ୍ର ଫଳଦାୟୀ ଅଟେ। ଅସାମଞ୍ଜସ୍ୟ କାରଣରୁ ନିର୍ଣ୍ଣୟ ନେବା କଠିନ ହେବ। ମନରେ ବ୍ୟଗ୍ରତା ରହିବ। ପରିବାରଜନମାନଙ୍କ ସହିତ ମନମାଳିନ୍ୟ ନ ହେଉ ଏହାର ଧ୍ୟାନ ରଖିବେ। କାର୍ଯ୍ୟରେ ଅପେକ୍ଷିତ ସଫଳତା ନ ମିଳିବାରୁ ନିରାଶା ହେବ। କାର୍ଯ୍ୟଭାର ମଧ୍ୟ ବଢିପାରେ। ନିରର୍ଥକ ଅର୍ଥ ଖର୍ଚ୍ଚ ହେବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

କର୍କଟ : ଆଜି ଏଭଳି ଏକ ଦିନ ଯେଉଁଦିନ କି ଆପଣଙ୍କୁ ବିଦେଶରୁ ସୁସମ୍ବାଦ ମିଳିପାରେ । ଯଦି ଆପଣ ପରିବାର ବା ବନ୍ଧୁ ବିଦେଶରେ ରହୁଥାନ୍ତି । ତେବେ ଏହି ସୁସମ୍ବାଦ ତାଙ୍କ ତରଫରୁ ଆସିପାରେ ।ଆଜି ଆପଣ ବିଦେଶ ଯାତ୍ରା କରିପାରନ୍ତି । ଆଜି ଆପଣ ନିଜର ଉଗ୍ରସଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ, ନ ହେଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ । ଆପଣଙ୍କପାଇଁ ସମୟ ଶୁଭ ଅଟେ। ମନରେ ସମ୍ବେଦନଶୀଳତାର ମାତ୍ରା ଅଧିକ ରହିବ। ଶାରୀରିକ ଫୂର୍ତ୍ତିର ଅଭାବ ରହିବ। ମାନସିକ ବ୍ୟଗ୍ରତା ମଧ୍ୟ ରହିବ। ଧନ ଏବଂ କୀର୍ତ୍ତିର ହାନି ହେବ। ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ରହିବ। ନିକଟ ସମ୍ବନ୍ଧିମାନଙ୍କ ସହିତ ଝଗଡ଼ା କିମ୍ବା ବିବାଦର କାରଣରୁ ମନକୁ ଚୋଟ ପହଁଚିବାର ପ୍ରସଙ୍ଗ ବନିବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ସିଂହ : ନିଜ ଜୀବନରେ ସମସ୍ୟାକୁ ସୁଧାରିବା ପାଇଁ ଆପଣ ଆଜି କୌଣସି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରିବେ । ଉପଦେଶ ଦେଉଥିବା ବ୍ୟକ୍ତି ଜଣେ ଜ୍ୟୋତିଷ୍କ ହୋଇପାରନ୍ତି । ଯିଏକି ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇ ପାରିବେ । ନିକଟରେ ହୋଇଥିବା ସମସ୍ୟା ବଢ଼ୁଥିବା ଯୋଗୁଁ ଏବେ ଆପଣ ବନ୍ଧୁ ଏବଂ ପରିବାରର ସଦସ୍ୟଙ୍କ ସହିତ ସମୟ କଟାଇଲେ ତାହା ଦୂର ହୋଇଯିବ । ମାନସିକ ଶାନ୍ତି ପାଇଁ ଆଜି ଆପଣ ବାହାରକୁ ଯାଇ ପାରନ୍ତି । ଆଜି ପୂରା ଦିନ ଆପଣ ପ୍ରସନ୍ନ ରହିବେ। କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ସାଥିମାନଙ୍କଠାରୁ ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହୋଇପାରେ। କୌଣସି କାମରେ ଆଜି ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ମିଳିବ। ସ୍ନେହ ସମ୍ବନ୍ଧ ବନିବ। ଛୋଟ ଯାତ୍ରାର ସମ୍ଭାବନା ଅଛି।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କନ୍ୟା : ଆପଣଙ୍କ ଆଖପାଖରେ ଲୋକ ଆପଣଙ୍କ ମଧୁର ବ୍ୟବହାରକୁ ଦେଖି ଆଶ୍ଚର୍ଯ୍ୟ ହେବେ । ଆପଣ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ । ଆଜି ଆପଣ ଦେଖିବେ ଯେ ଜୀବନ ପ୍ରତି ଆପଣଙ୍କ ଭାବ ପୁରାପୁରି ବଦଳାଇ ଯାଇଛି । ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ। ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ। ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ। ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ ଅଧିକାରୀମାନଙ୍କ ସହିତ ମଧ୍ୟ ମହତ୍ଵପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା ହେବ। ସରକାରୀ ଲାଭ ମିଳିବାର ସମ୍ଭାବନା ଅଛି। ଅଫିସ୍ ସମ୍ବନ୍ଧିତ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ। କାର୍ଯ୍ୟଭାର ବଢ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଶାରୀରିକ ଆଳସ୍ୟ ସହିତ ଅଳ୍ପ ଅସୁସ୍ଥତା ଅନୁଭବ ହେବ। ମାତାଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ।

ତୁଳା : ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି । ଆପଣଙ୍କ ପରିବାର ଲୋକଙ୍କ ସାଙ୍ଗରେ ଆପଣଙ୍କ ସମ୍ପର୍କ ବହୁତ ମଧୁର ଅଟେ । ନିଜର ସମ୍ପର୍କ ମଧୁର କରିବା ପାଇଁ ଆପଣ ବହୁତ ଚ଼େଷ୍ଟା କରିଛନ୍ତି, ଚ଼େଷ୍ଟା ଜାରି ରଖନ୍ତୁ । ସ୍ଵାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଉପଦେଶ। ମାନସିକ ସୁସ୍ଥତା କମ ରହିବ। କୋର୍ଟ-କଚେରୀର ମାମଲାରେ ପଡ଼ନ୍ତୁନାହିଁ। ଅନୁଚିତ ସ୍ଥାନରେ ପୁଞ୍ଜି ନିବେଶ ନ ହେଉ ଏହାର ଧ୍ୟାନ ରଖିବେ। ପରିବାରର ସଦସ୍ୟ ବିରୋଧୀ ବ୍ୟବହାର କରିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଧନ ଖର୍ଚ୍ଚର ଯୋଗ ଅଛି।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା : ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ । ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ । ବୈଭବ ଜୀବନଶୈଳୀ ତଥା ମନୋରଞ୍ଜନ ପ୍ରବୃତ୍ତିଗୁଡ଼ିକରେ ଆଜି ଆପଣ ଆନନ୍ଦିତ ରହିବେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ। ଯାତ୍ରା କିମ୍ବା ପ୍ରବାସର ଆୟୋଜନ କରି ପାରିବେ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

ଧନୁ : ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆଜି ଆପଣ ମାନସିକ ଶାନ୍ତି ପାଇବା ପାଇଁ ଚାହାଁନ୍ତି । ଶାନ୍ତି ଆପଣଙ୍କ ଭିତରେ ହିଁ ଅଛି । ଏହାକୁ ବାହାରେ ଖୋଜିବା ପରିବର୍ତ୍ତେ ନିଜ ଭିତରେ ଫଳାଫଳକୁ ଆପଣ ଖୋଜନ୍ତୁ । ଏହାର ଆରମ୍ଭ ଆପଣ ଯୋଗଠାରୁ କରନ୍ତୁ । ଆପଣଙ୍କ ଆଜିର ଦିନ ମଧ୍ୟମ ଫଳଦାୟୀ ହେବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଣୀରେ ନିୟନ୍ତ୍ରଣ ରଖିବେ। ଯାହାଫଳରେ ସଂଘର୍ଷ ଟାଳି ପାରିବେ। ଦୈନିକ କାର୍ଯ୍ୟରେ ବିଘ୍ନ ଆସିପାରେ। ସେଥିପାଇଁ କାର୍ଯ୍ୟ ସଂପନ୍ନ ହେବାରେ ସହାୟତା ମିଳିବ। ଅଧିକ ପରିଶ୍ରମ ପରେ ମଧ୍ୟ ପ୍ରାପ୍ତି କମ ହେବାରୁ ହତାଶା ଅନୁଭବ ହୋଇପାରେ। ମାତାଙ୍କର ଚିନ୍ତା ରହିବ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ।

ମକର : ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ । ନିଷେଧାତ୍ମକ ବିଚାରରୁ ଦୂରରେ ରହିବାକୁ ଉପଦେଶ। ନୂଆ କାର୍ଯ୍ୟର ପ୍ରାରମ୍ଭ ତଥା ସ୍ୱାସ୍ଥ୍ୟ ଉପଚାର ପ୍ରାରମ୍ଭ କରିବା ହୀତକର ନୁହେଁ। କ୍ରୋଧର ଭାବନାକୁ ନିୟନ୍ତ୍ରଣରେ ରଖିବେ। ନହେଲେ ଅନିଷ୍ଟକର ପ୍ରସଙ୍ଗର ସମ୍ଭାବନା ଅଛି। ଖର୍ଚ୍ଚ ଅଧିକ ହେବ। ଧନର ସଙ୍କଟ ଅନୁଭବ ହେବ। ନିଷେଧାତ୍ମକ ବିଚାରରୁ ଦୂରରେ ରହିବେ। ଆଧ୍ୟାତ୍ମିକତା ଏବଂ ଈଶ୍ଵରଙ୍କର ପ୍ରାର୍ଥନାରେ ଆଶ୍ୱସ୍ଥି ମିଳିବ।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ : ଆପଣ ଦେଖିବେ ଆଜି ଆପଣଙ୍କର ବିଦେଶୀ ଲୋକଙ୍କ ସହ ଆତ୍ମୀୟତା ବଢିବ । ଆପଣଙ୍କ ବିଦେଶୀ ବନ୍ଧୁ ଆପଣଙ୍କୁ ସେଠାକୁ ଯିବାକୁ ନିମନ୍ତ୍ରଣ କରିପାରନ୍ତି କିମ୍ବା ଆପଣଙ୍କ କାର୍ଯ୍ୟ ଯୋଗୁଁ ବିଦେଶ ଯାଇପାରନ୍ତି । ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ । ନୂଆ କାର୍ଯ୍ୟର ପ୍ରେରଣା ମିଳିବ ଏବଂ ଆପଣ ତାଙ୍କୁ ପ୍ରାରମ୍ଭ କରିପାରିବେ। କୌଣସି ଧାର୍ମିକ ସ୍ଥଳ ଯାତ୍ରାକରି ଆପଣଙ୍କ ମନ ଭକ୍ତିମୟ ହୋଇଯିବ। ଲମ୍ବା ଯାତ୍ରାର ଯୋଗ ଅଛି। ଦୂର ସ୍ଥିତ ସ୍ନେହୀଜନ କିମ୍ବା ମିତ୍ରମାନଙ୍କର ଶୁଭ ସମାଚାର ମିଳିବ। ବ୍ୟାପାରରେ ଆର୍ଥିକ ଲାଭ ହୋଇପାରେ। ସ୍ଵାସ୍ଥ୍ୟ ମଧ୍ୟମ ରହିବ।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ : ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇ ପାରିବେ । ଅସନ୍ତୋଷ ଓ ଅଶାନ୍ତିରେ ଦିନଟି କଟିବ । ବିଧିବଦ୍ଧକ ଚିନ୍ତା ମାଧ୍ୟମରେ କାରଣ ଖୋଜନ୍ତୁ । ଏହାର ସମାଧାନ ଅବଶ୍ୟ ବାହାରିବ । ଏଦୁଃସମୟ କିଛି କ୍ଷଣ ରହିଲା ପରେ ଅପସରି ଯିବ । ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

Leave a Reply

Your email address will not be published. Required fields are marked *