October 22, 2024

Odia Express

Leading Odia News Portal of Odisha

ବର୍ତମାନର ସବୁଠୁ ବଡ ଖବର – ଧାରା ୩୭୦ ହଟେଇବା ପାଇଁ ରାଷ୍ଟ୍ରପତି ମଞ୍ଜୁରୀ ଦେଲେ,ଜାମ୍ମୁ କାଶ୍ମୀର ର ବିଶେଷ ଅଧିକାର ଖତମ – ଭାରତ ପାଇଁ ସବୁଠୁ ଖୁସିର ଦିନ- ଏଥର ପାକିସ୍ତାନ

ରାଷ୍ଟ୍ରପତି ଜାମ୍ମୁ କାଶ୍ମୀରରୁ ୩୭୦ ହଟାଇବା ବିଲ୍ ମଞ୍ଜୁରୀ ଦେଇଛନ୍ତି , ଏଥିର ପୂର୍ବରୁ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ୍ ଶାହ ଜାମ୍ମୁ କାଶ୍ମୀରର ଧାରା ୩୭୦ କୁ ହଟାଇବାକୁ ସଂକଳ୍ପ ପେଶ କରିଥିଲେ,  ଏହା ସହ ଅମିତ୍ ଶାହ ଜାମ୍ମୁ କାଶ୍ମୀରର ପୁନଃଗଠନ ଓ ସଂକଳ୍ପ ବି ପେଶ କରିଥିଲେ ,ଅମିତ୍ ଶାହା ଘୋଷଣା ପରେ ବିପକ୍ଷ ମାନେ ସଦନରେ ବହୁତ ହଙ୍ଗାମା କଲେ ,ରାଜ୍ୟସଭାରେ ଅମିତ୍ ଶାହା ବୟାନ୍ ର ପୂର୍ବରୁ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କାଶ୍ମୀରର ସ୍ଥିତି କଥା ଉଠିଲେ , ସେ କହିଲେ କି ଜାମ୍ମୁ କାଶ୍ନୀରରେ ଦୁଇଟି ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ନିବାସରୁ ଆରେଷ୍ଟ କରିଥିଲେ , ଏମିତିରେ ଗୃହ ମନ୍ତ୍ରୀ ଘାଟିର୍ ସ୍ଥିତି ବୟାନ୍ ଦେବା ଉଚିତ୍ । ଏହା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହ୍ କହିଲେ ପ୍ରଶ୍ନର ଉତ୍ତର ଦେବାପାଇଁ ସେ ପ୍ରସ୍ତୁତ ଅଛନ୍ତି , କିନ୍ତୁ ତାଙ୍କୁ ତାଙ୍କ କଥା କହିବାକୁ ଅନୁମତି ମିଳୁ ।

କଣ ଅଟେ ୩୭୦ ଧାରା :

୧) ଜାମ୍ମୁ-କାଶ୍ମୀରର ନାଗରିକଙ୍କ ପାଖରେ ଦୁଇଟି ନାଗରିକତାର ଅଧିକାର , ଜାତୀୟ ପତାକା ବି ଅଲଗା ।

୨) ଜାମ୍ମୁ କାଶ୍ମୀରରେ ରାଷ୍ଟ୍ର ଧ୍ୱଜ ରାଷ୍ଟ୍ରିୟ ପ୍ରତୀକ ଅପମାନ ହୋଇନଥାଏ ,

୩) ଦେଶର ସୁପ୍ରୀମକୋର୍ଟରେ ବି ସବୁ ଆଦେଶ ଜାମ୍ମୁ କାଶ୍ମୀର ମାନ୍ୟ ହୋଇନଥାଏ ।

 

୪) ସଂସଦରେ ଜାମ୍ମୁ କାଶ୍ମୀରକୁ ନେଇକରି ସିମିତ କ୍ଷେତ୍ର ରି ହିଁ ଆଇନ୍ ଲାଗୁ ହୋଇପାରିବ ।

୫) ରକ୍ଷା,ବିଦେଶ, ସଂଚାର ଛାଡିକରି କେନ୍ଦ୍ରରେ ଆଇନ୍ ଜାମ୍ମୁ କାଶ୍ମୀର ଉପରେ ଲାଗୁ ହୋଇନଥାଏ ।

୬) କେନ୍ଦ୍ରରେ ଆଇନ୍ ଲାଗୁ କରିବାପାଇଁ ଜାମ୍ମୁ କାଶ୍ମୀରର ବିଧାନସଭାର ସହମତି ଜରୁରୀ ହୋଇଥାଏ ।

୭) ବିତ୍ତିୟ ଆପତ୍ତକାଳ ପାଇଁ ସଂବିଧାନ ଧାରା ୩୬୦ ଜାମ୍ମୁ କାଶ୍ମୀରରେ ଲାଗୁ ହୋଇନଥାଏ ।

୮) ଧାରା ୩୫୬ ଲାଗୁ ହୁଏ ନାହିଁ , ରାଷ୍ଟ୍ରପତି ରାଜ୍ୟର ସଂବିଧାନ ବରଖାସ୍ତ କରିପାରିବେ ନାହିଁ ।

୯) କାଶ୍ମୀରରେ ହିନ୍ଦୁ-ସିଖ ଅଳ୍ପସଂଖ୍ୟକ କୁ ୧୬ ପ୍ରତିଶତ ଆରକ୍ଷଣ ମିଳେ ନାହିଁ ,

୧୦) ଜାମ୍ମୁ କାଶ୍ମୀରରେ ୧୯୭୬ ସହରି ଭୁମି ଅଧିକରଣ ଆଇନ୍ ଲାଗୁ ହୁଏ ନାହିଁ ।

୧୧) ଧାରା ୩୭୦ କାରଣରୁ କାଶ୍ମୀରରେ RTI RTE ଲାଗୁ ହୁଏ ନାହିଁ , ଜାମ୍ମୁ କାଶ୍ମୀରରେ ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ନୁହେଁ ୬ ବର୍ଷ ହୋଇଥାଏ ।

ଶ୍ରୀନଗର ଓ ଜାମ୍ମୁ କାଶ୍ମୀର ସୁରକ୍ଷାକୁ ନଜର ରଖି ୧୪୪ ଲାଗୁ କରିଦିଆଯାଇଛି, ସାଧାରଣ ଲୋକ ବାହାର ବାହାରିବାପାଇଁ କୁହାଯାଇଛି, ଏମିତିରେ ଲୋକେ ଗ୍ରୁପ୍ ରେ ଏକା ସାଙ୍ଗେ ବାହାରିବା ଉପରେ କଟକଣା ଲାଗିଛି, ପୁରି ଘାଟି ମୋବାଇଲ୍ ଇଣ୍ଟରନେଟ୍ ଉପରେ କଟକଣା ଜାରି ହୋଇଛି, ପୂର୍ବରୁ ମୋବାଇଲ୍ ସେବା ରୋକାଯାଈଥିଲା,  ତାହାପରେ ଲ୍ୟାଣ୍ତଲାଇନ୍ ସର୍ଭିସ୍ ବି ରୋକ୍ ଲାଗିଲା , ଏମିତିରେ ସୁରକ୍ଷାବଳ ଏବେ ସ୍ୟାଟେଲାଇଟ୍ ଫୋନ୍ ଦିଆଯାଇଛି, ଯାହା ଦ୍ୱାରା ସ୍ଥିତିକୁ ସମ୍ଭାଳି ପାରିବେ ।

Leave a Reply

Your email address will not be published. Required fields are marked *