February 13, 2025

Odia Express

Leading Odia News Portal of Odisha

ଉଡାଜାହାଜର ରଂଗ ସବୁବେଳେ ଧଳା ହୋଇଥାଏ କାହିଁକି? କାରଣ ଜାଣିଲେ ମସ୍ତିଷ୍କ ହଲିଯିବ – ଏବେ ଜାଣି ରଖନ୍ତୁ…

ଯେବେ ଆମକୁ କୌଣସି ଲମ୍ବା ଯାତ୍ରାରେ ଯିବାର ଥାଏ ତେବେ ଆମ ପାଖରେ ସାଧାରଣତଃ ତିନୋଟି ମାଧ୍ୟମ ଥାଏ । ପ୍ରଥମ ହେଲା ମେ ବସରେ ଯାତ୍ରା କରିପାରିବ, ଦ୍ଵିତୀୟ ଟ୍ରେନରେ ଯାତ୍ରା, ତୃତୀୟ ଉଡାଜାହାଜ ଯାତ୍ରାର ଆନନ୍ଦ ଉଠେଇଥାଉ । ଏହି ତିନୋଟି ମଧ୍ୟରୁ ଉଡାଜାହାଜ ଯାତ୍ରା ସବୁଠାରୁ ଆନନ୍ଦଦାୟକ ଓ ଆରାମଦାୟକ ହୋଇଥାଏ । ଉଡାଜାହାଜ ଯାତ୍ରାର ସ୍ଵତନ୍ତତା ଏହା ଯେ ଏହା କିଛି ସମୟ ମଧ୍ୟରେ ଦୀର୍ଘ ରୁ ଦୀର୍ଘତମ ଦୂରତା ପହଞ୍ଚି ପାରିଥାଏ । ଏହି କାରଣ ଯୋଗୁ ଯେବେ ଆମକୁ କେଉଁଠାରେ ଜଲ୍ଦି ପହଞ୍ଚିବାର ଥାଏ ତେବେ ଆମେ ଉଡାଜାହାଜ ଯାତ୍ରା ବାଛିଥାଉ । ଏକ ସମୟ ଥିଲା ଯେବେ କେବଳ ଧନୀ ଲୋକମାନେ ଉଡାଜାହାଜରେ ଯାତ୍ରାର ଆନନ୍ଦ ନେଉଥିଲେ । ଯଦିଓ ଏବେ ଶସ୍ତ ଟିକେଟ ହୋଇଯିବା କାରଣରୁ ମଧ୍ୟମ ବର୍ଗ ଲୋକମାନେ ମଧ୍ୟ ଉଡାଜାହାଜ ଯାତ୍ରାର ଆନନ୍ଦ ଉଠୋଉଛନ୍ତି । ଏମିତିରେ ଯଦି ଆପଣ ଉଡାଜାହାଜ ଯାତ୍ରା କରିନଥିଲେ ମଧ୍ୟ ଏହାକୁ ଆକାଶରେ ଉଡୁଥିବା, ଫିଲ୍ମରେ କିମ୍ବା ଟିଭି ଇତ୍ୟାଦି ସ୍ଥାନରେ ଦେଖିଥିବେ ।

ଏମିତିରେ ଆପଣ ଯେତେ ମଧ୍ୟ ଉଡାଜାହାଜ ଦେଖିଛନ୍ତି ସେସବୁ ମଧ୍ୟରେ ଏକ ସାଧାରଣ କଥା ନିଶ୍ଚିତ ଲକ୍ଷ୍ୟ କରିଥିବେ । ଉଡାଜାହାଜ ଯାତ୍ରାରେ ବ୍ୟବହୃତ ହେଉଥିବା ଅଧିକତର ଉଡାଜାହାଜ ଧଳା ରଂଗର ହୋଇଥାଏ । ଆପଣ ଯେଉଁଠାରେ ମଧ୍ୟ ଦୃଷ୍ଟି ବୁଲେଇବେ ଅଧିକତର ଆପଣଙ୍କୁ ଧଳାରଂଗର ଉଡାଜାହାଜ ଦେଖିବାକୁ ମିଳିବ । ଏମିତିରେ କଣ ଆପଣ କେବେ ଏହା ଭବିଛନ୍ତି କି ଏହି ଉଡାଜାହାଜ ର ରଂଗ ଧଳା ହୋଇଥାଏ କାହିଁକି? ଆମକୁ ସଂପୂର୍ଣ୍ଣ ବିଶ୍ଵାସ ଯେ ଆପଣଙ୍କ ମଧ୍ୟରୁ ଅନେକ ଲୋକ ଏହି କଥା ପଛର କାରଣ ଜାଣିନଥିବେ । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଉଡାଜାହାଜର ଧଳା ରଂଗ ହେବାର କାରଣ ବିସ୍ତାର ପୂର୍ବକ କହିବାକୁ ଯାଉଛୁ ।

ଏହି କାରଣରୁ ଉଡାଜାହାଜର ରଂଗ ଧଳା ହୋଇଥାଏ ।

ଉଡାଜାହଜର ଧଳା ରଂଗ ହେବାର ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି । ପ୍ରକୃତରେ ଧଳା ରଂଗ ଶକ୍ତିର ଦିଗ ପରିବର୍ତ୍ତନ କରିବାର କ୍ଷମତା ରଖିଥାଏ । ଅର୍ଥାତ ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା ରଶ୍ମିକୁ ଅନ୍ୟ ଦିଗକୁ ପରିବର୍ତ୍ତନ କରିବାର କ୍ଷମତା ରଖିଥାଏ । ଯାହା କି ଉଡାଜାହାଜର ବାହାର ସ୍ତର କୁ ଅଧିକ ଗରମ ହେବାକୁ ଦେଇନଥାଏ । ଏହି କାରଣରୁ ଉଡାଜାହାଜର ରଂଗ ଅଧିକାଂଶ ଧଳା ରଂଗରେ ରଙ୍ଗାୟିତ ହୋଇଥାଏ ।

ଯଦି ଉଡାଜାହାଜ ର ରଙ୍ଗ ଧଳା ନହୋଇଥାନ୍ତା ତେବେ ତାହାର ବାହାର ସ୍ତର ଅଧିକ ଗରମ ହେବାର ଆଶଙ୍କା ବଢିଯାନ୍ତା । ଏହି ସମୟରେ ଏହି ଗରମ ସ୍ତର ଉଡାଜାହାଜକୁ କ୍ଷତି ପହଞ୍ଚେଇଥାନ୍ତା। ଧଳା ରଂଗର ଆଉ ଏକ କାରଣ ମଧ୍ୟ ରହିଛି ଯେ ଏହା ଦୂରରୁ ସହଜରେ ଦେଖାଯାଇପାରେ। ଏଥିପାଇଁ ଯଦି କୌଣସି ଉଡାଜାହାଜ ଦୁର୍ଘଟଣା ଗ୍ରସ୍ତ ହୋଇଯାଏ ତେବେ ଏହାକୁ ସହଜରେ ଖୋଜି ହୋଇଥାଏ । ଏହି ଦୁଇଟି କାରଣ ଯେଉଁଥିପାଇଁ ଉଡାଜାହାଜର ରଂଗ ଧଳା ହୋଇଥାଏ ।

Leave a Reply

Your email address will not be published. Required fields are marked *