October 26, 2024

Odia Express

Leading Odia News Portal of Odisha

ବିରାଟଙ୍କ ସେନାଙ୍କୁ ବାରବାଟୀରେ ଲାଗିଲା ବଡ ଝଟକା ,ଏହି ବଡ ଖେଳାଳି ଟିମ୍ ରୁ ବାହାର ହେଲେ, ଏହି ଖେଳାଳି ଙ୍କୁ ମିଳିଲା ଜାଗା..

ଭାରତୀୟ ଟିମ୍ କୁ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ତୃତୀୟ ଏବଂ ନିର୍ଣ୍ଣାୟକ ମୁକାବଲା ପୁର୍ବରୁ ଏକ ବଡ ଝଟକା ଲାଗିଛି । ଦ୍ରୁତ ବୋଲର୍ ଦୀପକ ଚାହର୍ ପିଠିରେ ଗଭୀର ଯନ୍ତ୍ରଣା କାରଣରୁ ଟିମ୍ ରୁ ବାହାର କରିଦିଆଯାଇଛି , ତାଙ୍କର ଜାଗାରେ ନବଦ୍ୱୀପ ସୈନି ଙ୍କୁ ଟିମ୍ ରେ ସାମିଲ୍ କରାଯାଇଛି , ସୈନୀ କଟକର ବାରବାଟି ଷ୍ଟାଡିୟମରେ ହେବାକୁ ଥିବା ନିର୍ଣ୍ଣାୟକ ମୁକାବଲା ପୂର୍ବରୁ ଭାରତୀୟ ଟିମ୍ ସହ ଯୋଡି ହେବେ , ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ(ବିସିସିଆଇ) ଗୁରୁବାରକୁ ଏହି ବୟାନ ଜାରି କରି ସୁଚନା ଦେଲେ ।ବିସିସିଆଇ ଅନୁସାରେ ବୁଧବାରକୁ ବିଶାଖାପଟ୍ଟନମ୍ ରେ ଖେଳାଯାଇଥିବା ଦ୍ୱିତୀୟ ଏକଦୀବସୀୟ ମୁକାବଲା ପରେ ଦୀପକ ଚାହରଙ୍କ ପିଠିର ତଳ ଭାଗରେ ହାଲକା ଯନ୍ତ୍ରଣା ଅନୁଭବ କରିଥିଲେ ,

ବିସିସିଆଇ ର ମେଡିକାଲ୍ ଟିମ୍ ତାଙ୍କର ଯାଞ୍ଚ କରି ଉପଦେଶ ଦେଲେ କି ପୁରା ଭାବେ ଠିକ୍ ହେବା ପାଇଁ ଦ୍ରୁତ ବୋଲର୍ ଟିକିଏ ଆରାମ କରିବାର ଦରକାର ଅଛି ।ଏହି ପ୍ରକାରର ତାଙ୍କୁ ଅନ୍ତିମ ଏକଦୀବସୀୟ ମ୍ୟାଚ୍ ରୁ ବାହାର କରିଦିଆଯାଇଛି । ଉଲ୍ଲେଖନୀୟ ଅଟେ କି ଭାରତ ଓ ୱେଷ୍ଟଇଣ୍ତିଜା ମଧ୍ୟରେ ତିନୋଟି ମ୍ୟାଚ୍ ର ଏକ ଦୀବସୀୟ ଶୃଙ୍ଖଳାରୁ ଖେଳାଯାଇଛି , ଶୃଙ୍ଖଳାର ଏବେ  ଦୁଇଟି ମୁକାବଲା ହୋଇସାରିଛି , ପ୍ରଥମ ମ୍ୟାଚ୍ ଅତିଥି ଟିମ୍ ୱେଷ୍ଟଇଣ୍ତିଜ୍ ଜିତିଥିଲେ, ଯେବେ କି ଦ୍ୱିତୀୟ ଭାରତୀୟ କ୍ରିକେଟ୍ ଟିମ୍ ଜିତିଛନ୍ତି , ଏହି ପରି ଶୃଙ୍ଖଳା ୧-୧ ରେ ବରାବର ଅଛି , ଶୃଙ୍ଖଳାର ଶେଷ ଏବଂ ନିର୍ଣ୍ଣାୟକ ମୁକାବଲା ରବିବାରକୁ କଟକର ବାରବାଟି ଷ୍ଟାଡିୟମରେ ଖେଳାଯିବ

ତେବେ ଏହି ମ୍ୟାଟ ଟି ସିରିଜ ର ଅନ୍ତିମ ମ୍ୟାଚ ହେଇଥିବାରୁ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର | ତେବେ ଏହା ଓଡିଶା ପାଇଁ ଅଧିକ ନଜର ରହିଛି | ଓଡ଼ିଶାର ଖେଳାପ୍ରେମୀ ମାନେ ଏହି ଖେଳାକୁ ଦେଖିବା ପାଇଁ ଖୁବ ଅନେଇ ବସିଛନ୍ତି କାରଣ ଏହା ଓଡ଼ିଶରା ବାରବାଟୀରେ ଅନୁଷ୍ଠିତ ହେବାକୁ ଯାଉଛି | ତେବେ ଏଠାରେ ଭାରତ ବିଜୟଲାଭ କରି ସିରିଜ କୁ ଅକ୍ତିଆର କରିବା ବୋଲି ଆଶା କରୁଛନ୍ତି ବିରାଟ ବାହିନୀ | ତେବେ ଦୀପକ ଚହର ଙ୍କ ଅନୁପସ୍ଥିତି ନିଶ୍ଚିତ ଭାବରେ ପ୍ରଭାବ ପକେଇ ପରେ | ଦେଖିବା ପାଇଁ ବାକି ରହିଲା ୨୨ ତାରିଖ ମ୍ୟାଚ ରେ କଣ ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *