ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ତିନି କାରଣରୁ ମଣିଷ ବର୍ବାଦ ହେଇଯାଏ – ଏହି କାହାଣୀ ନିଶ୍ଚୟ ଜାଣି ରଖନ୍ତୁ..

ଜଣେ ବିଦ୍ୱାନ ପରିବାର ରେ ଜଣେ ଛାତ୍ର ଥିଲେ।ତାଙ୍କୁ କମ ବୟସ ରୁ ହି ତାଙ୍କ ବାପା ମା ଗୁରୁକୂଳ ରେ ଶିକ୍ଷା କରିବା ପାଇଁ ଛାଡିଦେଲେ ଆଉ ବହୁତ କମ ସମୟ ଭିତରେ ହି ସେ ଶାସ୍ତ୍ର ବାବଦରେ ସବୁ କିଛି ଜ୍ଞାନ ଆହରଣ କରିନେଲେ। ମାତ୍ର ତାଙ୍କର ଶିକ୍ଷା ପୁର୍ଣ ହେବା ପରେ ସେ ଶୁଣିବାକୁ ପାଇଲେ କି ତାଙ୍କ ବାପା ମା ଏକ ପ୍ରାକୃତିକ ବିପର୍ଯ୍ୟୟ ରେ ମୃତ୍ୟୁ ବରଣ କରିଛନ୍ତି। ସେ ଏହା ଶୁଣିବା ପରେ ତାଙ୍କର ସୁଖ ପାଇବା ପାଇଁ ସଂସାର ତ୍ୟାଗ କରିକି ପର୍ବତ କୁ ତପସ୍ୟା କରିବା ପାଇଁ ଚାଲିଗଲେ ଆଉ କିଛି ଦିନ ପରେ ସେ ଜଣେ ସାଧୁ ହେଇଗଲେ ଆଉ ତାଙ୍କ ଆଖ ପାଖର ଅଂଚଳ ମାନଙ୍କରେ ତାଙ୍କ ବାବଦରେ ଚର୍ଚ୍ଚା ପଡ଼ିବାକୁ ଲାଗିଲା।
ସେହି ସମୟରେ ଜଣେ କ୍ରୁର ରାଜା ଥିଲେ ଯିଏ କି ସାଧୁ ଙ୍କ ବାବଦରେ ଜାଣିବା ପରେ ତାଙ୍କ ପାଖକୁ ଗଲେ ଆଉ ତାଙ୍କ ସହ ଥରେ ଭେଟିବା ପରେ ସେ ପୁରା ଦୟାଳୁ ତଥା ତାଙ୍କର କ୍ରୁରତା ତ୍ୟାଗ କରିବାକୁ ଲାଗିଲେ। ତାଙ୍କର ମନରେ ଏକ କଥା ଉଠିଲା କି ସେ ସାଧୁଙ୍କୁ ଆଣି ତାଙ୍କ ଘରେ ରଖିବେ ଯାହାଦ୍ୱାରା କି ତାଙ୍କର ପୁରା ଜୀବନ ହି ବଦଳି ଯିବ। ତ ସେ ଏହା ଭାବିବା ପରେ ସାଧୁଙ୍କୁ ତାଙ୍କ ଘରକୁ ଆଣିଲେ ଆଉ ତାଙ୍କୁ ତାଙ୍କ ବଗିଚା ରେ ରହିବା ପାଇଁ ଅନୁରୋଧ କଲେ।
ସାଧୁ ଜଣକ ତାଙ୍କ ବଗିଚାରେ ରହିବା ପରେ ତାଙ୍କୁ ସମସ୍ତ ସୁବିଧା ମିଳିବାକୁ ଲାଗିଲା ଆଉ ଦିନେ ରାଜା କିଛି କାମରେ ଅନ୍ୟ ରାଜ୍ୟ କୁ ଗଲେ। ମାତ୍ର ସାଧୁଙ୍କର ଯତ୍ନ କରିବା ପାଇଁ ଜଣେ ଦୂତ ରଖିଦେଇ ଗଲେ। ମାତ୍ର ସେହି ଦୂତ ଜଣକ ରୋଗରେ ମୃତ୍ୟୁ ବରଣ କଲେ। ରାଜା ଆସିବା ପରେ ସାଧୁ ଜଣକ ତାଙ୍କ ଉପରେ କ୍ରୋଧିତ ହେଇଗଲେ ଆଉ କହିଲେ କି ଯେଉଁ ଦାୟିତ୍ତ୍ୱ ଆପଣ ନେଇ ପାରୁ ନାହାନ୍ତି ତାହା ଆପଣ ଆମ ଉପରେ ଦେଉଛନ୍ତି କାହିଁକି। ତ ତାହା ଜାଣିବା ପରେ ଯେବେ ଆଉଥରେ ରାଜାଙ୍କର କାମ ପଡିଲା ତ ସେ ତାଙ୍କର ରାଣୀଙ୍କୁ ସାଧୁଙ୍କର ସେବା ପାଇଁ ଛାଡ଼ିଦେଇ ଗଲେ।
ମାତ୍ର ଥରେ ସାଧୁଙ୍କୁ ଭୋକ ଲାଗିବା ରୁ ସେ ମହଲ ଭିତରକୁ ଗଲେ ଆଉ ତାଙ୍କର ନଜର ରାଣୀଙ୍କର ସୌନ୍ଦର୍ଯ୍ୟ ଉପରେ ପଡ଼ିଲା। ସାଧୁ ଜଣକ ରାଣୀଙ୍କୁ ଆଉ ଭୁଲି ପାରିଲେ ନାହିଁ ଆଉ ଗଭୀର ଭାବନା ରେ ପଡିଗଲେ। ଆଉ ବହୁତ ଦୁର୍ବଳ ହେଇଗଲେ। ରାଜା ଆସି ଦେଖିବା ପରେ ପଚାରିବାରୁ ସାଧୁ ଜଣକ କହିଲେ କି ଆପଣଙ୍କ ରାଣୀ ବିନା ମୁ ରହିପାରୁନି। ତାଙ୍କର ସୌନ୍ଦର୍ଯ୍ୟ ମୋତେ କାବୁ କରିଛି।
ତାହା ଜାଣିବା ପରେ ରାଜା ଜଣକ ତାଙ୍କର ରାଣୀଙ୍କୁ ସାଧୁଙ୍କୁ ଦେଇଦେଲେ। ମାତ୍ର ରାଣୀ ଜଣକ ସାଧୁଙ୍କୁ ରାଜାଙ୍କୁ ଏକ ଘର ମାଗିବାକୁ କହିଲେ। ସାଧୁ ଜଣକ ମାଗିଲେ। ତା ପରେ ରାଣୀ ସେହି ଘରକୁ ସଫା କରିବାକୁ କହିଲେ ଆଉ ସାଧୁ ଜଣକ କଲେ।
ମାତ୍ର ଶେଷ ରେ ରାଣୀ ପଚାରିଲେ କି ଆପଣ ଜଣେ ସାଧୁ ଆଉ ମହାଜ୍ଞାନୀ ଥିଲେ ଆଉ ଏବେ ଆପଣ କଣ ହେଇଗଲେ। ତ ଏହା ଶୁଣିବା ପରେ ସାଧୁ ଜଣକୁ ଅନୁଭବ ହେଲା କି ସେ କାମନା ର ଦାସ ହେଇଯାଇଛନ୍ତି। ବଣରେ ରହୁଥିବା ସମୟରେ ତାଙ୍କୁ ଖାଦ୍ୟ ମିଳୁନଥିଲା ମାତ୍ର ରାଜା ଙ୍କର ମହଲ ରେ ସବୁ ସୁବିଧା ମିଳିବାରୁ ସେ ଏହାର ଆଦତ ରେ ପଡିଗଲେ। ତ ସାଧୁ ଜଣକ କହିଲେ କି ମନୁଷ୍ୟ ସୁବିଧା ନ ପାଇବାରୁ ସେ ବ୍ୟଥିତ ହେଇଯାଏ ଆଉ ସୁବିଧା ପାଇବାରୁ ସେ ଏହାର ଆଦତ ପାଇଯାଏ। ତ ମନୁଷ୍ୟ ର ସବୁଠୁ ବଡ଼ ତିନୋଟି ଶତ୍ରୁ ହେଉଛି କାମ, କ୍ରୋଧ ଆଉ ଲୋଭ।