ଆସନ୍ତୁ ଜାଣିବା ସୁନ୍ଦର ଓ ଫୁଲକା ଫୁଲକା ରୁଟି କିପରି ବନେଇବା – ଏବେ ନିଶ୍ଚୟ ଜାଣି ରଖନ୍ତୁ ଘର ଲୋକ ସବୁବେଳେ ପ୍ରଶଂସା କରିବେ…

ସାଙ୍ଗମାନେ ଆଜି ଆମେ ଏଠି ଜାଣିବା କି କିପରି ନରମ ନରମ ଓ ଫୁଲିଥିବା ରୁଟି ତିଆରି କରିବା।ଆସନ୍ତୁ ଆରମ୍ଭ କରିବା ।ପ୍ରଥମେ ଗୋଟେ ବଡ଼ ସଫା ଥାଳି ନେବା ପ୍ରାୟ ଲୋକ ଆଟାକୁ ବଡ଼ ଗିନା କିମ୍ବା କଂସାରେ ଦଳନ୍ତି କିନ୍ତୁ ଆମେ କହିବୁକି ବଡ଼ ଥାଳିରେ ହିଁ ଦଳିବା ଉଚିତ ସେଥିରେ ଗୋଟେ ଚାଲୁଣି ନେବା ତଅଭିତରେ ଗୋଟେ ବଡ଼ ଚାମୁଚ ଆଟା ନେବା ଓ ଅଟାକୁ ଭଲ ଭାବରେ ଛାଣି ନେବା ଯାହା ଫଲରେ ଅନାବଶ୍ୟକ ଜିନିଷ ବହାରିଯିବ।ତାପରେ ସେ ଅଟା ମଝିରେ ଗାତ କରିବେ ଏବେ ଏଥିରେ ଏମିତି କିଛି ମିସା ଜୀଵ ଯାହା ଆମ ରୁଟିକୁ ନରମ କରିବ।ପ୍ରଥମ ଜିନିଷ ମିସେଇବେ ଗୋଟେ ଚାମୁଚ ଲୁଣ ଏହାକୁ ମିସେଇବା ଦ୍ୱାରା ରୁଟିର ଭଲ ସ୍ୱାଦ ଆସେ।
ତାପରେ ମିସେଇବେ ଦୁଇଟି ଛୋଟ ଚାମୁଚ ଦେଶୀ ଘିଅ ଏହା ଦ୍ୱାରା ରୁଟି ବହୁତ ନରମ ହୁଏ।
ତାପରେ ସେ ଅଟାକୁ ଭଲ ଭାବରେ ଗୋଳେଇଦେବେ ଓ ସେଥିରେ ଅଧା କପ କ୍ଷୀର ମିଶେଇ ଦେବେ ଏହା ଦ୍ୱାରା ରୁଟି ବହୁତ ନରମ ଓ ସୁନ୍ଦର ରୁଟି ତିଆରି ହେବ।ତାପରେ ସେଥିରେ ପାଣି ମିସେଇ ଧୀରେ ଧୀରେ ଅଟା ଦଳିବା ଆରମ୍ଭ କରନ୍ତୁ ମନେ ରଖିବେକି ଆପଣ ଧୀରେ ଧୀରେ ଅଳ୍ପ ଅଳ୍ପ କରି ପାଣି ମିସେଇବେ।
ଆପଣ ଏକାଥରେ ପାଣି ମିସେଇବା ଦ୍ୱାରା ଅଟା ପାଣିଆ ହୋଇ ନଷ୍ଟ ହୋଇଯିବ ସେଥିପାଇଁ ଆମେ ଧୀରେ ଧୀରେ ଅଳ୍ପ ଅଳ୍ପ ପାଣି ମିସେଇବା ଦରକାର।ମନରଖିବେ ରୁଟି ପାଇଁ ଅଟାକୁ ନରମ ଓ ପୁରୀ ପାଇଁ ଅଟାକୁ ବହୁତ ଟାଇଟ ଦଳାଯାଏ।ତାପରେ ଦଳିକି ଗୋଟେ ଅଟା ଗୁଳା ପ୍ରସ୍ତୁତ କରିବା ଅଟା ଗୁଳା ପ୍ରସ୍ତୁତ ହେଲା ପରେ ଆପଣ ହାତରେ ଅଳ୍ପ ପାଣି ନେବେ ଓ ତାକୁ ଦଳି ଚାଲିବେ ଯାହାଦ୍ୱାରା ଆପଣଙ୍କ ହାତରେ ଲାଗିଥିବା ଅଟା ଆଉ ଲାଗିବନି ଓ ଆଉ ଗୋଟେ କଥା ମନରଖିବେ ଯେତେ ଅଟା ଭଲ ଦଳିବେ ସେତେ ରୁଟି ଭଲ ପ୍ରସ୍ତୁତ ହେବ।
ଆପଣ ଦେଖିବେ ଯେତେବେଳେ ଅଟା ଆଉ ହାତରେ ଲାଗିବନି ସେତେବେଳେ ଜାଣିବେ କି ଅଟା ଭଲ ଭାବରେ ଦଳି ହୋଇଗଲା ତାପରେ ଅଳ୍ପ ଘିଅ ହାତରେ ଲଗାଇ ଭଲ ଭାବରେ ସେ ଅଟା ଗୁଳାରେ ଲଗେଇ ଦେବା।ତାପରେ ଆମେ ସେ ଗୁଳାକୁ ୧୦-୧୫ ମିନିଟ ଗୋଟେ ଧଳା ସଫା କପଡ଼ାରେ ଘୋଡେଇ ଛାଡି ଦେବା ଯାହାଫଳରେ ଅଟା ଭଲ ଭାବରେ ସେଟ ହୋଇଯିବ ସମ୍ପୂର୍ଣ୍ଣ ଅଟାକୁ ଦୁଇଭାଗ କରିଦେବେ ଓ ତାଭୀତରୁ ଛୋଟ ଛୋଟ ଗୁଳାରେ ଭାଗ କରିଦେବା।
ତାପରେ ସେ ଛୋଟ ଗୁଳାକୁ ହାତ ସାହାର୍ଯ୍ୟରେ ଭଲ ଭାବରେ ଗୋଲ ଗୋଲ ବନେଇ ଦେବା ଉଚିତ ଓ ତାକୁ ଚେପଟା କରିଦେବା।
ତାପରେ ସେ ଅଟା ଗୁଳାକୁ ନେବେ ଓ ପାଖରେ କିଛି ଶୁଖିଲା ଅଟା ନେଇଥିବେ ଯାହା ଦ୍ୱାରା ଆପଣ ସେ ଅଟାରେ ସେ ଗୁଳାକୁ ବୁଡ଼େଇ ବେଲି ବାରେ ସୁବିଧା ହେବ।ତାପରେ ଆମକୁ ଦରକାର ବେଲଣା ପେଡି ଓ ବେଲଣା କାଠି ଏ ଦୁଇଟି ଜିନିଶ ମାଧ୍ୟମରେ ଆମେ ଆମ ଅଟାକୁ ଗୋଲ ବନେଇ ପାରିବା।
ଗୋଟେ କଥା ମନେରଖିବେ ଆପଣ ଯେତେ ଅଟା ଲଗେଇବେ ଗୁଳାରେ ଆପଣଙ୍କ ଗୁଳା ନା ସେ କାଠି କିମ୍ବା ପେଡିରେ କେଉଁଥିରେବି ଲାଗିଜୀଵ ନାହିଁ।ଆଉ ମନରଖିବେକି ସବୁବେଳେ ହାଲ୍କା ହାତରେ ବେଲିବେ ନାକୀ ଜୋରେ ଜୋରେ ଦାବି ଦାବି ବେଲିବେ ଓ ଧ୍ୟାନ ଦେଇ ସବୁବେଳେ ରୁଟିକୁ ତାକଡ଼ରେ ବେଲିବା ଆବଶ୍ୟକ ଜାହାଫଳରେ ରୁଟି ମୋଟା ହେବନି ଓ ପତଳା ହେବ ଭଲ ରହିବ ଓ ପ୍ରାୟ ଲୋକ ଅଛନ୍ତି ରୁଟି କୁ ମଝିରେ ବେଲନ୍ତି କିନ୍ତୁ ଏମିତି କରିବନି ଆପଣ ଦେଖଗିବେକି ଆପଣଙ୍କ ରୁଟି ଗୋଲ ଓ ସୁନ୍ଦର ହୋଇଯିବ।
ତାପରେ ଆମେ କଣ କରିବେ ନା ତାୱାକୁ ଗରମ କରିବେ ତା ଉପରେ ରୁଟିକୁ ପକେଇବେ ତାପରେ ସେ ଯେପର୍ଯ୍ୟନ୍ତ ଗୋଟେ ପଟ ସେକି ହଉଛି ଅନ୍ୟ ପଟରେ ଆଉ ଗୋଟେ ରୁଟି ବେଳିବା ଆରମ୍ଭ କରିଦେବା।
ତାପରେ ସେ ରୁଟି ଯେଉଁଟା ତାୱା ରେ ପଡିଥିଲା ସେଟାକୁ ଓଲଟାଇଦେବା ଓ ଆପଣ ମନେରଖିବେକି ଅଳ୍ପ ଅଳ୍ପ କରି ସେକିବେ ଓ ମାତ୍ର ୫-୧୦ ସେକେଣ୍ଡ ପରେ ସେ ରୁଟିକୁ ଓଲଟାଇ ଦେବେ।ତାପରେ ତାୱାକୁ ହଟେଇ ଦେବେ ଓ ପ୍ରଥମ ରୁଟିକୁ ଗ୍ୟାସରେ ସେକିବାକୁ ଲାଗିବେ ଆପଣ ଦେଖିବେକି ଆମ ରୁଟି ସୁନ୍ଦର ଭାବରେ ଫୁଲିବାକୁ ଲାଗିବ ଯଦି ରୁଟି ତାୱାରେ ଭଲ ଭାବରେ ସେକି ହୁଏ ତାହେଲେ ଏହା ଭଲ ଭାବରେ ଫୁଲିବାକୁ ଲାଗେ।ଆଉ ଗୋଟେ କଥାରେ ଧ୍ୟାନ ଦେବେ ଯଦି ଆପଣ ସାଙ୍ଗେ ସାଙ୍ଗେ ଖାଇବେ ତାହେଲେ ପୁରା ଭଲ ଭାବରେ ସେକନ୍ତୁ ଯଦି ଆପଣ ପରେ ଖାଇବେ ତାହେଲେ ଅଳ୍ପ ସେକି ଛାଡି ଦିଅନ୍ତୁ। ସେହିଭଳି ଆପଣ ସବୁ ଗୁଳାକୁ ରୁଟି ବନେଇ ସେକିବେ।