ଗୋଟିଏ ଦିନରେ ସର୍ବନିମ୍ନ କେତେ ଲୋକଙ୍କ ସହ କଥା ହେବା ଦରକାର ଅଟେ – ଏକଥା ନିଶ୍ଚୟ ଜାଣିରଖନ୍ତୁ…

ଆପଣମାନେ କେବେ ଭାବିଛନ୍ତି କି ଆପଣ ଏମିତି ଗୋଟେ ଦିନରେ କେତେ ଜଣଙ୍କ ସହ ସାକ୍ଷାତ କରିବାର ଅଛି କେତେ ଜଣଙ୍କ ସହ ପୁରା ସାମ୍ନାସାମ୍ନି ଦେଖାସାକ୍ଷାତ କରିବା ଉଚିତ ଯାହା ଫଳରେ ଆମେ ମାନସିକ ସ୍ତରରେ ସୁସ୍ଥ ରହିବା ଆଉ ନିଶ୍ଚିତ କିଛି ନୂଆ ଶିଖିବାକୁ ମିଳିବ।ଆମେ ଏଥିପାଇଁ କହୁଛୁ କି ମଣିଷ ଗୋଟେ ସମାଜିକ ପ୍ରାଣୀ ସେ ଅନ୍ୟମାନଙ୍କୁ ଦେଖି ପ୍ରଭାବିତ ହୋଇ ନିଜ କାମ କରିଥାଏ। ତଥାପି ସମାଜରେ ମିଶିବା ଅଲଗା ଲୋକଙ୍କ ସହ ଯୋଡି ହେଇ ରହିବା ଏତେ ଗୁରୁତ୍ୱପୁର୍ଣ୍ଣ କଣ ପାଇଁ କୁହାଯାଇଛି। ଆଉ କାହିଁକି ମନୋବିଜ୍ଞାନୀମାନେ ଆମକୁ ଅନ୍ୟମାନଙ୍କ ସହ ମିଳି ମିଶି ରହିବାକୁ କହିଛନ୍ତି।
ଵିଜ୍ଞାନ କହୁଛି କି ଗୋଟେ ମଣିଷ ତାର ଅସୁବିଧା କାହା ଆଗରେ ପରିପ୍ରକାଶ କରିବା ଦ୍ୱାରା ସେ ନିଜେ ଖୁସି ଅନୁଭବ କରେ ଆଉ ସେ ଉଦାସୀନତା ରୁ ମଧ୍ୟ ରକ୍ଷା ପାଇଥାଏ।ସେଥିପାଇଁ ମଣିଷର ଆଜି ବିକାଶ ହୋଇଛି କଣ ପାଇଁ ନା ମଣିଷ ର ଜରୁରୀ ବସ୍ତୁ ଜରୁରୀ ସାମଗ୍ରୀ ପାଇଁ ଦରକାରୀ ପଦାର୍ଥ ଆଦି ପାଇଁ ମନୁଷ୍ୟ ମିଳିମିଶି ରହି ଆସୁଛି କିନ୍ତୁ ଏହି ସମାଜରେ ରହୁଥିବା କିଛି ଲୋକ ସମାଜ ସହ ମିଳିମିଶି ରହିଥାନ୍ତି ସେ ପରସ୍ପର ସହ କଥା ହବାକୁ ସଙ୍କୋଚ ପ୍ରକାଶ କରନ୍ତି ଆଉ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। କାହା ଆଗରେ କୌଣସି କଥା ବ୍ୟକ୍ତ କରନ୍ତି ନାହିଁ କି କାହା ଉପରେ ବିଶ୍ୱାସ କରନ୍ତି ନାହିଁ ଏମିତି କାହିଁକି ଅଟେ।ସେମାନେ କାହିଁକି କାହା ସହ ମିଶନ୍ତିନି ଆଉ ସେମାନଙ୍କୁ କଣ ଖରାପ ପରିଣାମ ଭୋଗିବାକୁ ପଡିବ।
ଯେତେବେଳେ ଗୋଟେ ବ୍ୟକ୍ତି ନିଜକୁ ହୀନଭାବେ,କି ନିଜ ଭିତରେ କୌଣସି କମିଥାଏ,ଯଦି କୌଣସି କ୍ଷେତ୍ରରେ ଅସଫଳ ହୋଇଥାଏ ସେ ସମୟରେ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରେ। ଏକୁଟିଆ ରହୁଥିବା ବ୍ୟକ୍ତି ମାନସିକ କ୍ଷେତ୍ରରେ ଅସାନ୍ତି ଅଟେ ଓ ସବୁ ବେଳେ ଦୁଃଖରେ ରହିଥାଏ ଓ ସବୁବେଳେ ସେ ଚିନ୍ତିତ ରହିଥାଏ। ଅଲଗା ଲୋକଙ୍କ ଅପେକ୍ଷା ଏ ବ୍ୟକ୍ତିର ଚିନ୍ତାର ମାତ୍ର ଅଧିକ ଥାଏ।ତା ରକ୍ତ ସ୍ତରରେ ଷ୍ଟ୍ରେସହର୍ମୋନ ବଢିଯାଏ। ଯାହାଫଳରେ ହୃତ୍ପିଣ୍ଡ କୁ ରକ୍ତ ସଞ୍ଚାଳନ ଅଧିକ ପରିଶ୍ରମ କରିବାକୁ ପଡେ। ଏହି ଭଳି ଭୟାନକ ପରିସ୍ଥିତି ଭୋଗ କରିବାକୁ ପଡିଥାଏ। କଣ ଆପଣ ଏହାର ଶିକାର ହୋଇନାହାଁନ୍ତି ତ ଆପଣ ଏଇଟା କେମିତି ଜାଣିପାରିବେ କି ଆପଣ ଅସାମାଜିକ ହେଇଗଲେଣି ନାହିଁ।
ଗୋଟେ ଦିନରେ ଅତିକମରେ କେତେ ଲୋକଙ୍କ ସହ ମିଶିବା ଦରକାର ଯାହା ଫଳରେ ଆମ ମାନସିକ ଶାନ୍ତି ଅନୁଭବ କରିପାରିବେ।ଆପଣ ଗୋଟେ ଦିନରେ ଅତିକମରେ ୭-୮ ଜଣଙ୍କ ସହ କଥା ହେବା ଅବଶ୍ୟକଜାହା ଫଳରେ ସେ ବ୍ୟକ୍ତି ଖୁସିରେ ରହିବେ।ବୈଜ୍ଞାନିକ କାରଣ ଅନୁସାରେ ଲୋକ ତାର ବନ୍ଧୁଗଣ ବଢାଇବା ଦ୍ୱାରା ତାର ମାନସିକ ସନ୍ତୁଳନ ବଜାଇ ରହିଥାଏ ଯାହା ଫଳରେ ସେ ମାନସିକ ଆସନ୍ତିରୁ ସୁରରେ ରହିଥାଏ।ବୈଜ୍ଞାନିକ ମତରେ ଯଦି କୌଣସି ମଣିଷ କହିବନାହିଁ କି କାହା ସହ ମିଶିଵ ନାହିଁ ତାର ମସ୍ତିସ୍କ ରେ ଥିବା କେତେ ଭାଗ ଅଳ୍ପକାମ କରିବ ବା ସମ୍ପୂର୍ଣ କାମକରିବା ବନ୍ଦ କରିଦେବ।
ଆପଣ କେତେ ଲୋକଙ୍କ ସହ ଦେଖାସାକ୍ଷାତ କରିବେ ଅପଣଙ୍କ ଯୋଗାଯୋଗ କୌଶଳ ବୃଦ୍ଧି ପାଇଥାଏ କିନ୍ତୁ ସେଥିପାଇଁ ଆମେ ନିଜେନିଜ ଚେହେରା କାହିଁକି ଦେଖିବାକୁ ପଡେ କାରଣ ନା ମୁହାଁମୁହିଁ ଯୋଗାଯୋଗ ବ୍ୟକ୍ତି ଭିତରେ ଆତ୍ମବିଶ୍ୱାସ ର ସୀମା ବଢେ଼ଇ ଥାଏ ଓ ବିଶ୍ୱାସ ଭାବ ବଢେ଼ଇ ଥାଏ ରାଗ ଶାନ୍ତ କରିଥାଏ ଓ ଖୁସିର ଅନୁଭବ କରେଇଥାଏ ଆଉ ଲୋକଙ୍କ ଆଡକୁ ଦେଖି ଲୋକଙ୍କ ସହ କଥା ହେବାଦ୍ୱାର ସ୍ମରଣଶକ୍ତି ବଢିଥାଏ।ମଣିଷକୁ କେବେ ଏକାକୀ ରହିବା କଥା ନୁହେଁ ମଣିଷକୁ ସମସ୍ତଙ୍କ ସହ ମିଳିମିଶି ରହିବା ଆବଶ୍ୟକ କାରଣ ଲୋକମାନଙ୍କ ଭଲ ପାଇଁ ହିଁ ସେମାନଙ୍କ ମାନସିକ ଦକ୍ଷତାର ବୃଦ୍ଧିପାଇବ ମନବଳ ଦୃଢ଼ ହେବ।