March 25, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଚପଲ ସହ ଜଡିତ ଏହି ରୋଚକ ତଥ୍ୟ ସବୁ – ଯାହା ଆପଣ କେବେ ଜାଣି ନଥିବେ…

ନମସ୍କାର ବନ୍ଧୁଗଣ ଆପଣ ସବୁବେଳେ ଦେଖିଥିବେ ଆପଣଙ୍କ ଚପଲ ଯଦି ଓଲଟି ଯାଇଥିବ ଆପଣଙ୍କ ମା ଆପଣଙ୍କୁ ବହୁତ ବିଗିଡ଼ନ୍ତି।ତାହେଲେ ଏହା ପଛରେ କଣ କାରଣ ରହିଛି ଆପଣଙ୍କୁ ଆଜି ଆମେ ଏହାର ଉତ୍ତର ଦେବୁ।ଏମିତି ମାନିଥାଉ କି ଘର ଆଗରେ ଥିବା କୌଣସି ଜୋତା କିମ୍ବା ଚପଲ ଓଲଟା ହୋଇଯାଇଥାଏ।ତାକୁ ତୁରନ୍ତ ସିଧା କରିଦେବା ଉଚିତ,ଅନ୍ୟଥା ଆପଣଙ୍କ କାହା ଶହ ଝଗଡା ହୋଇଯିବ।ଯଦି ଆପଣ ଚାହୁଁଛନ୍ତିକି ଆପଣ ଯଦି ଏଥିରୁ ବଞ୍ଚିବାକୁ ଚାହିଁଛନ୍ତି ତାହେଲେ ଘର ଆଗରେ ଥିବା ଚପଲ ଯଦି ଓଲଟି ପଡ଼ିଛି ତାହେଲେ ଆପଣ ତାକୁ ସିଧା କରିଦିଅନ୍ତୁ।ଏହା ଗୋଟେ ବଡ଼ ଅନ୍ଧବିଶ୍ୱାସ ଅଟେ,ଏମିତିବି ଆମେ ଭାବୁକି ଯଦି ଆପଣ ତାକୁ ସିଧା ନକରିବେ ଯାହାର ଚପଲ ଓଲଟି ଥିବ ତାହେଲେ ତାର ଦେହ ବହୁତ ଖରାପ ହେବ।

ଆପଣଙ୍କ ପାଦରେ ସବୁଦିନ ପିନ୍ଧିଥିବା ଚପଲ ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚପଲ ଶହ ଜଡିତ ଏମିତି କେତେକ କଥା ଅଛି ଯାହା ଆମ ଜୀବନ ଉପରେ ବହୁତ ପ୍ରଭାବ ପକେଇଥାଏ।ଆସନ୍ତୁ ଜାଣିବା ଜୋତା,ଚପଲ ଶହ ଜଡିତ ବହୁତ ମୂଲ୍ୟବାନ ଓ ମହତ୍ୱପୁର୍ଣ୍ଣ କଥା।ପ୍ରାୟ ସମୟରେ ଆପଣଙ୍କ ଚପଲ ଛିଡି ଯାଇଥାଏ ଆପଣ ତାଉପରେ ଧ୍ୟାନ ଦେଇନଥାନ୍ତି କିନ୍ତୁ ଆପଣ ତୁରନ୍ତ ଯାଇଁ ଠିକ କରେଇ ନେବା ଉଚିତ।ବୋଧହୁଏ ଆପଣ ଜାଣିନାହାନ୍ତିକି ଏ ଛିଡା ଚପଲ ଆପଣଙ୍କ ଜୀବନରେ ବହୁତ ଖରାପ ପ୍ରଭାବ ପକେଇପାରିବେ।

ଘରେ ଛିଣ୍ଡା ଚପଲ ରହିବା ଦ୍ୱାରା ଘରେ ପାଟି ତୁଣ୍ଡ ହୋଇପାରେ।ଆପଣ ନିଜ ଚପଲକୁ ଘର ଦୁଆର ବନ୍ଧ ଉପରେ ଠିଆ କରି ରଖିବା ଉଚିତ ନୁହେଁ।ଏହା ଦ୍ୱାରା ଘରେ ନକାରତ୍ମାକ ପଶି ପାରେ।ଏମିତି କୁହାଯାଏକି ଘରର ଦୁଆର ବନ୍ଧ ଉପରେ ଚପଲ ଓଲହେଇବା ଉଚିତ ନୁହେଁ ଏହା ଦ୍ୱାରା ଘରେ ପଇସା ବୃଦ୍ଧି ହୁଏ ନାହିଁ।ଘରର ସିଡ଼ି ତଳେ ଜୋତା,ଚପଲ କୌଣସି ବେକାର ଜିନିଷ ରଖିବା ଉଚିତ ନୁହେଁ।ବାସ୍ତୁଶାସ୍ତ୍ର ଅନୁସାରେ ଉପହାରରେ ମିଳୁଥିବା ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ।

ଏହା ଦ୍ୱାରା ଭବିଷ୍ୟତରେ ଖରାପ ପ୍ରଭାବ ପଡିଥାଏ।ଆମକୁ ଛିଣ୍ଡା ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ,ଏହା ଦ୍ୱାରା ଅଭାଗ୍ୟ ବଢି ଥାଏ ଓ ପାଖରେ ପଇସା ରହିବ ନାହିଁ।ଶାସ୍ତ୍ର ଅନୁସାରେ ପାଦରେ ଶନିଦେଵଙ୍କର ବାସ ହୋଇଥାଏ,ତେଣୁ ଆପଣ ସେ ଛିଣ୍ଡା ଚପଲ ପିନ୍ଧିବା ଦ୍ୱାରା ଭବିଷ୍ୟତରେ ଆପଣ ହଇରାଣ ହୋଇପାରିବେ।ଆପଣ ଶନିବାର ଦିନ ଜୋତା ଚପଲ କିଣିବେ ନାହିଁ,କାହାର ଶନି ଖରାପ ଚାଲୁଥିଲେ ଆପଣ ଶନିବାର ଦିନ ମନ୍ଦିରରେ ଚପଲ ଛାଡି ଆସିବା ଉଚିତ।

ଜୋତା ଚପଲ ହଜିବା ଗୋଟେ ଭଲ ସଙ୍କେତ ଅଟେ।ଆପଣ ଯେତେବେଳେ ଶନିଙ୍କ ନଜରରେ ଆସନ୍ତି ତାହେଲେ ଆପଣଙ୍କ ଚପଲ ହଜିବା ଆରମ୍ଭ ହେବ।ଶନିବାର ଦିନ ଜୋତା ଚପଲ ଦାନ କରିବା ବହୁତ ଶୁଭ ବୋଲି ଆମେ ମାନିଥାଉ ଓ ଚମଡା ଜୋତା ଓ ଚପଲ ଦାନ କରିବା ଉଚିତ।ପଇସା ରଖୁଥିବା ଜାଗାରେ ଓ ରୋଷେଇ ଘରକୁ ଯୋତା ପିନ୍ଧିକି ଯିବା ଉଚିତ ନୁହେଁ। ଖାଦ୍ୟ ଗ୍ରହଣ ବେଳେ ଆପଣ ଯୋତା ଚପଲ ପିନ୍ଧିକି କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *