March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ଆମେ ଆମ ଘରୁ ମୂଷାକୁ ତଡି ପାରିବା – ମୂଷା ମରିବେ ନାହିଁ କି ଆପଣଙ୍କ ଘରକୁ ଜୀବନରେ ଆଉ କେବେ ଆସିବେ ନାହିଁ…

ନମସ୍କାର ସାଙ୍ଗମାନେ ଆମେ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି ଆପଣଙ୍କୁ କହିବୁକି କିପିରି ଆପଣ ଆପଣଙ୍କ ଘରୁ ସବୁ ମୁଷାଙ୍କୁ ତଡି ପାରିବେ ବା ଗୋଡେଇ ବିଦା କରି ପାରିବେ।ଆଉ ଏ ଉପାୟ ପାଇଁ ବ୍ୟବହୃତ ହେଉଥିବା ଜିନିଷ ବହୁତ ସହଜରେ ଆପଣ ମାନଙ୍କ ଘରେ ମିଳିଯିବ।ଆପଣ ଆପଣଙ୍କ ଘରେ ଦେଖିଥିବେକି ଆପଣ ଯେତେବେଳେ କୌଣସି ଡ୍ରେସ ରଖି ଦେଉଛନ୍ତି।ସେଗୁଡିକୁ ମୁଷା କାଟି ପୁରା ଟିକ ଟିକ କରିଦିଏ।ଆପଣ ସେଥିପାଇଁ ବିଭିନ୍ନ ପ୍ରକାର କେମିକାଲ ଜିନିସ ଓ ବିଷ ଆଦିର ବ୍ୟବହାର କରିଥାଉ ମୁଷା ମାନଙ୍କୁ ମାରିବା ପାଇଁ ଯାହାଦ୍ୱାରା ଆମକୁ ବିପଦ ଘେରି ରହିଥାଏ କି ଆପଣଙ୍କ ଛୁଆ ତାକୁ ଭୁଲରେ ଖାଇନ ନିଅନ୍ତୁ।ଆପଣ ଆଜି ଆମେ ଦେଉଥିବା ଉପାୟର ପ୍ରୟୋଗ କରୁଛନ୍ତିତ ମୁଷାତ ଘରୁ ପଳେଇବ ପଳେଇବ ତାପରେ ଆପଣଙ୍କର ଛୁଆ ତାକୁ ଭୁଲରେ ଖାଇଦେଲେ କୌଣସି ଅସୁବିଧା ହେବନାହିଁ।

ଆସନ୍ତୁ ଜାଣିବା ଏ ଜିନିଷ ବନେଇବାର ଉପାୟ ବା ଆସନ୍ତୁ ଜାଣିବା ଏଥିରେ ବ୍ୟବହୃତ ହେଉଥିବା ବିଭିନ୍ନ ଜିନିଷ।ଆମକୁ ପ୍ରଥମେ ଦରକାର ଗୋଟେ ଖାଲି ଗିନା ତାପରେ ଆପଣ ମାନେ ନେବେ ବିଶୁଦ୍ଧ ପେସା ହୋଇଥିବା ସୋରିଷ ତେଲ।ସାଙ୍ଗମାନେ ସୋରିଷ ତେଲ ବ୍ୟବହାରରେ ମୁଷାମାନେ ଘରୁ ବାହାରକୁ ପଳେଇଥାନ୍ତି।ଆପଣ ଏ ଖାଲି ଗିନାରେ ଗୋଟେ ଚାମୁଚ ମାତ୍ରରେ ସୋରିଷ ତେଲ ନେବା।

ଏହାପରେ ଆପଣଙ୍କୁ ଦରକାର ପଡିଭି ଘରେ ଗୁଣ୍ଡ କରାଯାଇଥିବା ନାଲି ଲଙ୍କା।ଆପଣଙ୍କ ଘରେ ଥିବା ମୁଷା ଯେତେବେଳେ ଏ ଲଙ୍କା ଗୁଣ୍ଡ ଖାଇବେ ତାଙ୍କ ଦେହରେ ରାଗ ଉତତ୍ପନ୍ନ କରିବ ଓ ଘରେ ଯଦି ସେ ପାଣି ନପାନ୍ତି ସେମାନେ ବାହାରକୁ ଚାଲି ଯାଆନ୍ତି।ଯାହାଦ୍ୱାରା ଆପଣଙ୍କ ଦାମିରୁ ଦାମୀ କପଡାର କିଛି ହୋଇନଥାଏ ଓ ଘରେ ଥିବା ଦାମୀ ଜିନିଷର ମଧ୍ୟ କିଛି ହୋଇନଥାଏ।

ଆପଣ ଗୋଟେ ଛୋଟ ଚାମୁଚ ଲଙ୍କା ଗୁଣ୍ଡ ନେବେ ଓ ସେ ତେଲରେ ଭଲ ଭାବରେ ମିସେଇବେ।ତାପରେ ଆପଣଙ୍କୁ ଦରକାର ପଡିବ ବିସ୍କୁଟର,ଆପଣ ଏ ଚାରୋଟି ବିସ୍କୁଟକୁ ଭାଙ୍ଗି ଭଲ ଭାବରେ ପୁରା ଗୁଣ୍ଡ ବନେଇ ନେବେ ଵା ଚୂର୍ଣ୍ଣ ପ୍ରସ୍ତୁତ କରିଦେବେ।ତାପରେ କଣ କରିବେନା ସେ ଲଙ୍କା ଗୁଣ୍ଡ ଓ ତେଲ ମିଶ୍ରିତ ମିଶ୍ରଣରେ ମିସେଇଦେବେ ଓ ତାକୁ ଭଲ ଭାବରେ ମିଶେଇ ଦେବେ।

ଆପଣ ସେଥିରେ ସୋରିଷ ତେଲ ଜାଗାରେ ଘିଅର ବ୍ୟବହାର କରି ପାରିବେ।ଆପଣ ଦେଖିଥିବେ ଯେତେବେଳେ ଘିଅର ବ୍ୟବହାର ହୁଏ ସେତେବେଳେ ଏହାର ବାସ୍ନା ଘର ଜାଙ୍କ ଚାରିଆଡେ ଭରି ଯାଏ।ଏହି ବାସ୍ନା ସୁଙ୍ଗି ସୁଙ୍ଗି ମୁଷାମାନେ ଏହାକୁ ଖାଇବାକୁ ଆସିବେ ଓ ମୁଷାମାନେ ଘରୁ ବହୁତ ଶିଘ୍ର ଦୌଡ଼ି ପଳେଇବେ।ଆପଣ ସେ ମିଶ୍ରଣକୁ ଭଲ ଭାବରେ ମିସେଇନେବେ।

ଏହାପରେ ଆପଣ କଣ କରିବେନା ଆପଣଙ୍କୁ ଏ ମିଶ୍ରଙ୍କୁ ନେଇ ପ୍ରସ୍ତୁତ କରିବାର ଅଛି ଛୋଟ ଛୋଟ ଗୁଳି।ଆପଣ ଏ ଗୁଲିକୁ ସେଠି ରଖିବେ ଯେଉଁଠାରେ ସବୁଠୁ ବେଶି ମୁଷା ଆସନ୍ତି।ଯେତେବେଳେବି ମୁଷା ଆପଣଙ୍କ ଡ୍ରେସକୁ କାମୁଡ଼ିବାକୁ ବା ଖାଇବାକୁ ଆସନ୍ତି ଆପଣ ତାଙ୍କୁ ଦେଖିବେକି ମାତ୍ର ଅଳ୍ପ କେତେକ ସମୟରେ ମୁଷା ମାନେ ପଳେଇବେ।ଆପଣ ବାସ ଦୁଇଟି ମହତ୍ୱ ପୁର୍ଣ୍ଣ କଥାର ଧ୍ୟାନ ଦେବେକି ଆପଣ ତାଙ୍କୁ ଖାଇବାକୁ ଦେଲାବେଳେ ଆଖ ପାଖରେ ଯେଭଳି କୌଣସି ପାଣିର ସ୍ରୋତ ନଥିବ ଯାହାଫଳରେ ସେମାନେ ଏହାକୁ ଖାଇଲା ପରେ ପାଣି ଖୋଜି ଖୋଜି ବାହାରକୁ ଯିବେ ଓ ମନ ରଖୁବେ ଘରର କବାଟ କିମ୍ବା ଝରକା ଖୋଲା ରଖିବେ।ଏହିଭଳି ଆପଣଙ୍କ ଘରୁ ମୁଷା ପଳାୟନ କରିବେ।

Leave a Reply

Your email address will not be published. Required fields are marked *