ଆସନ୍ତୁ ଜାଣିବା ଭିଟାମିନ-ଇ କ୍ୟାପସୁଲର ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର – ଯାହା ଆପଣ ଆଗରୁ ଶୁଣି ନଥିବେ..

ଆଜିଆମେ ଜାଣିବା ଭିଟାମିନ-ଇ ର କ୍ୟାପସୁଲ ବା ଟାଵଲେଟ ବିଷୟରେ।ଏ କ୍ୟାପସୁଲ ଆପଣଙ୍କ ଚୁଟି ଓ ଚେହେରା ପାଇଁ ବହୁତ ଦରକାରୀ ହୋଇଥାଏ,ଏ କ୍ୟାପସୁଲର ସଠିକ ବ୍ୟବହାର ଦ୍ୱାରା ଆପଣ ରିଙ୍କିଲ ଭଳି ସମସ୍ୟାରୁ ମୁକ୍ତି ପାଇ ପାରିବା ଓ ଚେହେରା ଓ ତ୍ୱଚା ଜନିତ ସମସ୍ତ ସମସ୍ୟା ଉପରେ ଲାଭ ପାଇ ପାରିବେ ସେତିକି ନୁହେଁ ଏହିଭଳି ବହୁତ ପ୍ରକାରର ସମସ୍ୟାରୁ ଆମକୁ ସମାଧାନ ମିଳି ପାରିବ ତାହେଲେ ଆସନ୍ତୁ ଜାଣିବା ସେଗୁଡିକର ସଠିକ ବ୍ୟବହାର।
ଭିଟାମିନ-ଇ କ୍ୟାପସୁଲର ଗୋଟେ ଫତା ପାଖାପାଖି ୨୦ ଟଙ୍କାର ଆସେ ଓ ଏହା ଆପଣଙ୍କୁ ଯେକୌଣସି ମେଡିସିନ ଦୋକାନରେ ଶହଜରେ ମିଳିଯିବ।ଆପଣ କଣ କରିବେନା ଗୋଟେ କ୍ୟାପସୁଲ ନେବେ ଓ ସଫା ହାତରେ ଗୋଟେ ପିନ ନେବେ ଓ ତାକୁ ଫୁଟେଇ ଦେବେ ଓ ଏହାର ଜେଲ ଗୋଟେ ଗିନା ବା ଚାମୁଚରେ କାଢି ନେବେ।ଆପଣ ଚାହିଁବେତ ସେମିତି ସିଧାସଳଖ ଚୁଟି ବା ତ୍ୱଚାରେ ଲଗେଇପାରିବେ ଓ ଆପଣଙ୍କୁ ଦରକାର ତ ଆପଣ ସେଥିରେ ଅଲିଭ ଅଏଲ ମିଶେଇ ଦେବେ।
ଯାହାଦ୍ୱାରା ସେ ଜେଲକୁ ଲଗେଇବା ସହଜ ହୋଇଯିବ,ଯଦି ଆପଣ ଅଲିଭ ଅଏଲ ବ୍ୟବହାର କରନ୍ତିନିତ ଆପଣ କୌଣସିବି ତେଲ ମିଶେଇ ଲଗେଇ ପାରିବେ।ଏହାର ଆଣ୍ଟି ଅକ୍ସିଡେଣ୍ଟ ଗୁଣ ପାଇଁ ଆମ ଶରିରର ତ୍ୱଚା ଓ ଚୁଟି ପାଇଁ ବହୁତ ଫାଇଦା ହୋଇଥାଏ,ସେଥିପାଇଁ ବିଭିନ୍ନ ବ୍ୟୁଟି ପାର୍ଲରରେ ଏହାର ବ୍ୟବହାର କରାଯାଇଥାଏ।ଆସନ୍ତୁ ଜାଣିବା କେମିତି ଓ କିପରି ଏହାର ବ୍ୟବହାର କରି ପାରିବା।
ଓଠ ପାଇଁ,ଫାଟିଥିବା ଓଠକୁ ଠିକ କରିବା ଓ ଓଠକୁ ନରମ କରିବା ପାଇଁ ଆପଣ କଣ କରିବେ ନା ଓଠକୁ ଭଲ ଭାବରେ ଧୋଇଦେବା ଓ ତାପରେ ଭିଟାମିନ ଇ ତେଲରେ ମସାଜ କରିବା।ଆପଣ ଚାହୁଲେ ସେମିତି ପ୍ରୟୋଗ କରି ପାରିବେ ନହେଲେ ଆପଣ ବାଦାମ ତେଲ ମିଶେଇ ସେଥିରେ ଲଗେଇ ପାରିବେ ଓ ଧ୍ୟାନ ଦେବେ ରାତିରେ ଶୋଇବା ଆଗରୁ ଲଗେଇବେ।ଯଦି ଆପଣଙ୍କ ଓଠ କଳା ଥାଏ ଏହାକୁ ସବୁଦିନ ଜରିବା ଦ୍ୱାରା ଏହା ଠିକ ହୋଇ ପାରିବ।
ଚେହେରା ପାଇଁ,ଭିଟାମିନ-ଇ ବା ଯାହାକୁ ତ୍ୱଚାର ଭିଟାମିନ ମଧ୍ଯ କୁହାଯାଏ।ଏଥିରେ ତ୍ୱଚାକୁ ଠିକ କରିବାରେ ବହୁତ ଉପାଦାନ ରହିଥାଏ,ଯେମିତିକି ବ୍ରଣ,କଳା ଦାଗ,ସୁଖୀଲା ଚର୍ମ ସେ ସବୁ ଠିକ କରାଯାଇ ପାରିବ।ଏହା ଆପଣଙ୍କ ତ୍ୱଚାକୁ ମଇଶ୍ଚରାଇଜ କରିଥାଏ ଓ ହାଇଡ୍ରେଟ ରଖିଥାଏ।ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥିବାରୁ ଯାହା ଆପଣଙ୍କ ଖରାପ ତ୍ୱଚାକୁ ଠିକ କରିପାରିବ।ଏହା ଆପଣଙ୍କ ତ୍ୱଚାରେ ଅଆଉଥିବା ରିଙ୍କିଲ ଆଦିରୁ ରକ୍ଷା କରିଥାଏ।ଆପଣ କଣ କରିବେନା ଦୁଇଟି କ୍ୟାପସୁଲର ଜେଲ କାଢି ଦେବେ,ସେଥିରେ ଗୋଟେ ଚାମୁଚ ଦହି,ଲେମ୍ବୁରସ ଓ ମହୁ।
ଏହି ମାସ୍କକୁ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଲଗେଇ ରଖିବାର ଅଛି ଓ ତାପରେ ପାଣିରେ ଧୋଇଦେବେ ଓ ତାର ଗୋଟେ ସପ୍ତାହରେ ଏହାର ରେଜଲ୍ଟ ଆପଣ ନିଯେ ଦେଖି ପାରିବେ।ଯଦି ବ୍ରଣ ଭଳି ଅନ୍ୟସମସ୍ୟା ହୋଇଥାଏ ଆପଣ ତୁରନ୍ତ ଖାଲି ସେମିତି ଭିଟାମିନ-ଇ ର ଜେଲକୁ ମୁହଁରେ ଲଗେଇ ପାରିବେ।ରାତିରେ ଶୋଇବା ଆଗରୁ ଲଗେଇବେଟ ବହୁତ ଲାଭ ମିଳିବ।
ଆଖି ପାଇଁ,ଆଖି ତଳେ ପଡୁଥିବା କଳା ଘେରା ଓ ହାଲିଆ ଆଖି ପାଇଁ ଏହାର ବ୍ୟବହାର ବହୁତ ଭଲ ବୋଲି ମାନିଥାଆନ୍ତି।ଏମିତିରେ ଆପଣ ଭିଟାମିନ-ଇ ର ଜେଲକୁ ନିଜ ଲୋସନ ସାହାର୍ଯ୍ୟରେ ନିଜ ଆଖି ତଳେ ଲଗେଇବା ଓ ରାତିସାରା ସେମିତି ଛାଡି ଦେବା।ଏହାର ଫରକ ଆପଣଙ୍କୁ ଅଳ୍ପ ଦିନରେ ଦେଖିବାକୁ ମିଳିବ।ଚୁଟି ପାଇଁ,ଭିଟାମିନ-ଇ ଚୁଟି ପାଇଁ ମଧ୍ୟ ବହୁତ ଭଲ ଅଟେ।ଏହାର ବ୍ୟବହାର ଦ୍ୱାରା ଚୁଟି ଗହଳିଆ ଓ ଟାଣ ହୋଇଥାନ୍ତି।ଏହା ଦ୍ୱାରା ଦୁଇମୁହଁ ଥିବା ଚୁଟିକୁ ଠିକ କରି ପାରିଵା।ରୂପି ଠାରୁ ରକ୍ଷା ପାଇ ପାରିବା।
ଚୁଟି ଝଡ଼ିବା ଅଟକେଇ ପରିବା,ଏହା ଦ୍ୱାରା ଚୁଟିକୁ ବହୁତ ଜଲଦି ଧଳା ହେବାରୁ ରକ୍ଷା କରିପାରିବା।ଆପଣ ଏହାକୁ ନିଜ ସାମ୍ପୁ,ତେଲ,କଣ୍ଡିସନର ଆଦିରେ ମିସେଇକି ଲଗେଇ ପାରିବା।ନଖ ପାଇଁ,ସାଧାରଣତଃ ଝିଅ ମାନଙ୍କୁ ଲମ୍ଭା ନଖ ରଖିବା ପସନ୍ଦ ହୋଇଥାଏ।ଏମିତି ବହୁତ ସମୟରେ ହୋଇଥାଏ କି କାମ କଲା ବେଳେ ତାଙ୍କ ନଖ ଭାଙ୍ଗି ଯାଏ।ଏଥିରୁ ବଞ୍ଚିବା ପାଇଁ ଆପଣ ବାଦାମ ତେଲରେ ମିଶେଇ ସବୁଦିନ ନଖରେ ପ୍ରୟୋଗ କରିବେ।ଏହା ଦ୍ଵାରା ଆପଣଙ୍କ ନଖ ଟାଣ ହେବ ଓ ଶିଘ୍ର ବଢିବ।
ଷ୍ଟ୍ରେଚ୍ ମାର୍କ କମ କରିବା ପାଇଁ,ଗର୍ଭବତୀ ସମୟରେ ମହିଳା ମାନଙ୍କୁ ବହୁତ ଅଧିକ ଷ୍ଟ୍ରେଚ୍ ମାର୍କ ଦେଖାଯାଇଥାଏ।ଆପଣ ସେ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଭିଟାମିନ-ଇ ଟ ଜେଲକୁ ନଡ଼ିଆ ତେଲ ନହେଲେ ବାଦାମ ତେଲରେ ମିଶେଇ ଲଗେଇ ପାରିବେ।ଏହା ଦ୍ୱାରା ଏ ଦାଗ ଚାଲି ଯିବ।ଗୋଇଠି ପାଇଁ,ସିତଦିନେ ପ୍ରାୟତଃ ଆମ ଗୋଇଠି ଫାଟିବାକୁ ଲାଗିଥାଏ।ସେଥିରୁ ବଞ୍ଚିବା ପାଇଁ ଆପଣ ଜେଲ ଓ ବାଦାମ ତେଲକୁ ମିସେଇ ଲଗେଇବେ,ଏହା ଦ୍ୱାରା ଫାଟିଥିବା ଗୋଇଠି ଭଲ ହୋଇଯିବ ଓ ନରମ ରହିବ।