ଏଠାରେ ପଡିଥିବାର ମିଳିଥିଲା ୧୧୩ କୋଟି ଟଙ୍କା, କିନ୍ତୁ ଦୁର୍ଭାଗ୍ୟବଶତଃ କେହି ଖର୍ଚ୍ଚ କରିପାରିବେ ନାହିଁ ଏହାକୁ

ଆଜିର ସମୟରେ ପଇସାର କଣ ମହତ୍ତ୍ୱ ଅଛି , ଏହା କାହାକୁ କହିବାକୁ ପଡିବ ନାହିଁ , ଆଜି କାଲି ବିନା ପଇସାରେ କିଛି ବି ସଂମ୍ଭବପର ନୁହେଁ , ପଇସାର ଦମ୍ ରେ ଆଜିର ସମୟରେ କୌଣସି ବ୍ୟକ୍ତି କିଛି ବି ହାସିଲ୍ କରିପାରିବ , ଆଜି ପଇସା ଦ୍ୱାରା ସବୁକିଛି ହୋଇପାରୁଛି , ଏହି କାରଣରୁ ସମସ୍ତେ ଆଜିକାଲି ପଇସା ପଛରେ ଦୌଡୁଛନ୍ତି , ଲୋକେ ଚାହଁନ୍ତି କି ତାଙ୍କୁ କେଉଁଠୁ ପଇସା ମିଳିଯାଉ । କିଛି ଲୋକ ପଇସା କମାଇବାପାଇଁ ପରିଶ୍ରମ କରିଥାନ୍ତି , ଯେବେ କି କିଛି ଲୋକେ ବିନା ପରିଶ୍ରମରେ ପଇସା ପାଇବାକୁ ଆଗ୍ରହ ପ୍ରକାଶ କରନ୍ତି , ବିନା ପରିଶ୍ରମରେ ଆଜିର ସମୟରେ କିଛି ବି ହାସିଲ୍ ହୁଏ ନାହିଁ , ବହୁତ ଲୋକେ ରାସ୍ତାରେ ଚାଲୁଥିବା ସମୟରେ ପଇସା ପାଇଥିବେ । ତେବେ ବହୁତ ଖୁସି ଲାଗିଥିବ ସେତେବେଳେ , କିନ୍ତୁ ଆପଣ ଟିକିଏ ଭାବନ୍ତୁ ଯେବେ କୋଟିଏ ଟଙ୍କା କେଉଁଠି ପଡିଥିବାର ପାଇବେ ତେବେ କଣ ଆପଣଙ୍କ ଅବସ୍ଥା ହେବ , ବୋଧେ ଆପଣ ଖୁସିରେ ପାଗଳ ହୋଇଯିବେ
ଏତିକିରେ ପଇସା ଯଦି କେଉଁ ବ୍ୟକ୍ତିକୁ ମିଳିଯାଏ ତେବେ ପୁରା ଜୀବନ ପରିବର୍ତ୍ତନ ହୋଇଯିବ , କୋଟିଏ ଟଙ୍କା କେଉଁ ବ୍ୟକ୍ତିର ଜୀବନରେ ବଞ୍ଚିବାପାଇଁ କିମ୍ବା ଗୁଜୁରାଣ ମେଣ୍ଟାଇବାପାଇଁ ବହୁତ ହୋଇଥାଏ , ନୋଟବନ୍ଧୀ ସମୟରେ ଭାରତରେ ବହୁତ ଲୋକ ଲକ୍ଷାଧିକ ଟଙ୍କା ପାଇଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ , କିଛି ଦିନ ପୂର୍ବରୁ ରୁଷ୍ ର ସେଣ୍ଟ୍ ପିଟର୍ସବର୍ଗ ରେ କିଛି ଲୋକଙ୍କର ସମୁହ ଏକ ଦଲଦଲି ଓ ଅଳିଆଗଦାରେ ପ୍ରାୟ ୧ ଆରବ ରୁବେଲ୍ ନୋଟ୍ ପାଇଥିଲେ, ସୁଚନା ମୁତାବିକ ଭାରତୀୟ ମୁଦ୍ରାରେ ଏହାର ଦାମ୍ ୧୧୩ କୋଟି ଟଙ୍କା ହେବ , କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ଏହି ପଇସା ଯିଏ ବି ଖୋଜିଥିଲେ , ସେ ଏହାକୁ ଖର୍ଚ୍ଚ କରିବାର ଅନୁମତି ପାଇନଥିଲେ, କୁହାଯାଏ କି ମିଳିଥିବା ଏହି ନୋଟ୍ ପୁର୍ବ ଶୋଭିଏତ୍ ସଂଘର ସମୟର ଅଟେ, ଓ ଏବେ ଏହାର ଚଳନ ନାହିଁ ।
ଯେଉଁଠି ଏହି ନୋଟ୍ ମିଳିଲା ସେହି ଜାଗା ମସ୍କୋରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ଥିବା ବ୍ଲାଦିଦିଗମର୍ କ୍ଷେତ୍ରର ଅଟେ, ସୁଚନା ମୁତାବିକ ଏହା ଏକ ପ୍ରାଚୀନ ଖାଦାନ୍ ଅଛି, ଯେଉଁଠି ଶୋଭିଏତ୍ ସଂଘର ମିଶାଇଲ୍ ରଖାଯାଇଥାଏ , ଖୋଜ୍ କରିଥିବା ଏହି ଗ୍ରୁପ୍ ଏହା ଶୁଣିଥିଲେ କି ସେହି ଜାଗାରେ ବହୁତ ପଇସା ପୋତାଯାଈଛି , ଏହି କାରଣରୁ ସେହି ଜାଗାର ତଲାସି କରିବାର ଅଭିଯାନ ଆରମ୍ଭ ହୋଇଥିଲା , ଯେବେ ଏହି ଘଟଣା ସାମ୍ନାକୁ ଆସିଲା ତେବେ ପୁରା ବିଶ୍ୱର ମିଡିଆ ଏହାକୁ ଚର୍ଚ୍ଚାରେ ପକାଇଦେଇଥିଲେ, ଯେବେ ଏହି ନୋଟ୍ ମିଳିଲା ତେବେ ନୋଟ୍ ର ଯାଞ୍ଚ ପାଇଁ ପୁରାତତ୍ତ୍ୱ ବିଭାଗ ବାଲା ଏହା ଜାଣିବାକୁ ପାଇଲେ କି ଏହା ଶୋଭିଏତ୍ ସଂଘ ସମୟର ନୋଟ୍ ଅଟେ ।
ମିଳିଥିବା ନୋଟ୍ ବର୍ଷ ୧୯୬୧ ରୁ ୧୯୯୧ ମଧ୍ୟରେ ଜାରି ହୋଇଥିଲା , ସେହି ସମୟରେ ନୋଟ୍ ଚଳନରେ ଥିଲା, ଓ ଲୋକଙ୍କ ପାଇଁ ବହୁତ ଦାମିକା ଥିଲା, କିନ୍ତୁ ଆଜିର ସମୟରେ ଏହି ନୋଟ୍ ର କିଛି ବି ମୁଲ୍ୟ ନାହିଁ । ସୁଚନାକାରୀଙ୍କ କହିବା ଅନୁଯାୟୀ ଯେଉଁଠୁ ଏହି ନୋଟ୍ ମିଳିଥିଲା, ପ୍ରଥମେ ସେହି ଜାଗାରେ ମିଶାଇଲ୍ ରଖାଯାଉଥିଲା, ଏହା ଅନୁମାନ ଲଗାଯାଉଛି କି ଯେବେ ବନ୍ୟା ଆସିଥିଲା ତେବେ ଏହି ନୋଟ୍ ବହିକରି ଖାଦାନ୍ କୁ ଚାଲିଯାଇଥିବ , ଆପଣଙ୍କୁ କହିଦେବୁ କି ଯେବେ ଭାରତରେ ୨୦୧୬ ରେ ନୋଟ୍ ବନ୍ଧୀ ହୋଇଥିଲା, ତେବେ ଏହିପରି ଘଟଣାମାନ ଦେଖାଯାଇଥିଲା, ଲୋକେ କଳାଧନ ଲୁଚାଇବାକୁ ଯାଇ ପଇସା ଯେଉଁଠି ପାଉଥିଲେ ଫିଙ୍ଗିଦେଉଥିଲେ, କିମ୍ବା ନିଆଁ ଲଗାଇଦେଉଥିଲେ