ଆସନ୍ତୁ ଜାଣିବା ଏକ ସଚ୍ଚୋଟ ଓ ହୃଦୟ ବିଦାରକ କାହାଣୀ – ଯାହାକୁ ପଢିବା ପରେ ପାଠ ପଢିବା ପାଇଁ ଆପଣଙ୍କ ଇଚ୍ଛା ଶକ୍ତି ୧୦ଗୁଣା ଜୋର ହେଇଯିବ…

ଏ କାହାଣୀ ଗୋଟେ ଚଳଚିତ୍ରର କାହାଣୀ ଠାରୁ କମ ନୁହେଁ।ଏହା କୌଣସି କାଳ୍ପନିକ କାହାଣୀ ନୁହେଁ ଏହା ସମ୍ପୂର୍ଣ୍ଣ ଭାବେ ସତ୍ୟତା ଉପରେ ଆଧାରିତ।ଏହି କାହାଣୀ ହେଉଛି ଆଇ.ଏ.ସ କିଞ୍ଜାଲ ଙ୍କର।ଏହା ଆରମ୍ଭ ହୋଇଥିଲା ୧୯୮୨ ରେ କିଞ୍ଜାଲଙ୍କା ବାପା କେପି ସିଆ ଗୋନ୍ଦାର ଡି.ଏସ.ପି ଥିଲେ।ତାଙ୍କର କେତେକ ସହ କର୍ମୀମାନେ ମିଶି ତାଙ୍କୁ ମିଛରେ ମାରି ଦେଲେ।ଯେତେ ବେଳେ ତାଙ୍କ ପିତାଙ୍କ ହତ୍ୟା ହେଲା ତାଙ୍କୁ ମାତ୍ର ୬ ମାସ ହୋଇଥିଲା।
ଆଉ ତାଙ୍କ ମା ସେ ସମୟରେ ଗର୍ଭବତୀ ଥିଲେ ଓ ଠିକ କିଛି ଦିନ ପରେ ତାଙ୍କ ସାନ ଭଉଣୀ ପ୍ରାଞ୍ଜଲ ଜନ୍ମ ନେଲେ।ତାଙ୍କ ମାଙ୍କ ମନରେ ଗୋଟେ ସ୍ୱପ୍ନ ଥିଲାକି ତାଙ୍କ ଦୁଇ ଝିଅଙ୍କୁ ସେ ଆଇ.ଏ.ସ ଅଫିସର ବନେଇବେ ଏହା ଶୁଣି ଲୋକମାନେ ତାଙ୍କୁ ପରିହାସର ପାତ୍ର ବନେଇଲେ।ତାଙ୍କ ମା ବିଭାସିଆ କୋଷାଧି କାରୀ ଥିଲେ ଓ ତାଙ୍କର ଅଧା ଦରମା କୋଟ କଚେରୀରେ ସରୁଥିଲା ତାପରେ କିଞ୍ଜାଲ ଯେତେବେଳେ ବଡ଼ ହେଲେ ସେତେବେଳେ ତାଙ୍କ ମାଙ୍କୁ କର୍କଟ ହେଲା।
ତାପରେ କିଞ୍ଜାଲ ନିଜ ପରିବାରର ଭାର ନିଜ ଉପରେ ନେଲେ।ସେ ସମୟରେ ସେ ବ୍ରିଟିଶ ସ୍ମାତକର ଛାତ୍ରୀ ଥିଲେ।ତାଙ୍କ ମାଆଙ୍କର ୧୮ ଥର କେମୋଠେରେପି ହେଲା ଓ ତଥାପି ସେ ଭାଙ୍ଗି ପଡି ନଥିଲେ।ଏ ସମୟରେ ସବୁ ପରିବାରର ସଦସ୍ୟ ତାଙ୍କ ଠାରୁ ଦୁରେଇ ଯାଇଥିଲେ।ଗୋଟେ ଦିନ ଡ଼କ୍ଟର ତାଙ୍କୁ କହିଲେ ତମେ ନିଜ ମାଙ୍କୁ ପଚାରିଛ ସେ କେଉଁ ଅସୁବିଧାରେ ପୀଡିତ ଅଛନ୍ତି ?ସେ ଯେତେବେଳେ ଏହା ଜାଣିଲେ ସେ ତାଙ୍କ ମାଙ୍କୁ କହିଲେ ମୁଁ ମୋ ବାପାଙ୍କୁ ନିଶ୍ଚିନ୍ତ ନ୍ୟାୟ ଦେବୀ ଓ ମୁଁ ଆଉ ପ୍ରାଞ୍ଜଳ ଆଇ.ଏସ ଅଫିସର ହେବୁ।
ଏହା ଶୁଣି ତାଙ୍କ ମା ଖୁସିରେ କୋମାକୁ ଚାଲି ଗଲେ ଓ କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଗଲା।ସେ ୨ ଦିନ ପରେ ଯାଇ ଦିଲ୍ଲୀରେ ପରୀକ୍ଷା ଦେଲେ ଓ ଦିଲ୍ଲୀ ମହାବିଦ୍ୟାଳୟରେ ଟପ କଲେ।ଏହା ଭିତରେ ଦୁଇ ଭଉଣୀ ଦିଲ୍ଲୀ ଯାଇ ଭଡା ଘରେ ରହି ସେଠାରେ ଆଇ.ଏ.ସ ଦେବାପାଇଁ ପ୍ରସ୍ତୁତି କଲେ।କିଞ୍ଜଲ କହୁଥିଲେ ସତ କିନ୍ତୁ କାହାକୁ ଯେମିତି ଜଣା ନପଡୁ ଆମେ ଏ ଦୁନିଆରେ ଏକୁଟିଆ ଅଛୁ ବୋଲି।
ତାଙ୍କର କଠିନ ପରିଶ୍ରମ ଓ କଡା ମନବଳ ପାଇଁ ସେ ଦୁଇ ଜଣ ୨୦୦୮ ରେ ଆଇ.ଏ.ସ ରେ ଯୋଗଦାନ କଲେ।କିଞ୍ଜଲଙ୍କର ମେରିଟ ଲିଷ୍ଟରେ ୨୫ ନମ୍ବର୍ ସ୍ଥାନ ଆସିଲା।ପ୍ରାଞ୍ଜଳର ୨୫୨ ନମ୍ବର୍ ସ୍ଥାନ ଆସିଥିଲା।ପ୍ରାଞ୍ଜଲ ହରିଆଣାରେ ରାଜ୍ୟ ଆସିଷ୍ଟାଣ୍ଡ କମିଶନର ପଦବୀରେ ସ୍ଥାପନ ହେଲେ।କିଞ୍ଜଲ ସିଂ ୟୁପିର ଜିଲ୍ଲା ଅଧିକାରୀ ହେଲେ।ଏବେ ପାଳି ଥିଲା ନିଜ ବାପାଙ୍କୁ ନ୍ୟାୟ ଦେବା ପାଇଁ ଲୋକମାନ କୁହନ୍ତି ଗାଁରେ ଲୁଚିଥିବା ଡ଼କାୟତ ମାନେ ଏମିତି କରିଛନ୍ତି।
ଏହି କେଶକୁ ସି.ବି.ଆଇ କୁ ଦେଇ ଦେଲେ ଯାଞ୍ଚ ପରେ ଜଣା ପଡିଲା ତାଙ୍କ ତଳ ଅଧିକାରୀ ଆର.ବି. ସରୋଜ କରିଥିଲେ।ସବୁଠାରୁ ଭୟାନକ ଏହା ଥିଲା ଏହି ଘଟଣାକୁ ସତ ଦେଖାଇବା ପାଇଁ ସେ ୧୨ ଟି ଗାଁ ବାଳାଙ୍କ ହତ୍ୟା କରିଦେଲେ।ପାଞ୍ଚ ବର୍ଷ ପରେ ୩୧ ଜୁଲାଇ ୨୦୧୩ ରେ ଅଦାଲତ ନିଜ ଶୁଣାନି ଦେଲେ ଓ ୧୮ ପୁଲିସ ବାଲାଙ୍କୁ ଦୋଷୀ ବୋଲି ଘୋଷଣା କଲେ।ସେ ଗୋଟେ ଜାଗାରେ କହିଥିଲେ କି ନିଜ ମା ବାପାଙ୍କ ସହ ଖୁସି ବାଣ୍ଟିବାକୁ ଚାହୁଁଥିଲେ ବି ସେ ବାଣ୍ଟି ପାରୁ ନାହାନ୍ତି।ସେ ଏବେ ଜଣେ ପ୍ରେଣରା କେନ୍ଦ୍ର ଅଟନ୍ତି ସମସ୍ତଙ୍କ ପାଇଁ।