March 24, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ଅରଖ ଗଛର ପତ୍ର ମଧୁମେହ ପାଇଁ ଲାଭ କାରୀ ଅଟେ..

ନମସ୍କାର ବନ୍ଧୁଗଣ ଆମ ଭାରତବର୍ଷ ଗୋଟେ ପ୍ରାକୃତିକ ଜଡିବୁଟି ବା ବନସ୍ପତିରେ ପରିପୁର୍ଣ୍ଣ ଦେଶ ଅଟେ।ମନୁଷ୍ୟ ମାନଙ୍କର ଶରୀର ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଆମ ଖାଦ୍ୟପେୟରେ ଓ ଆମ ଜୀବନଶୈଳୀରେ ସଠିକ ପରିବର୍ତ୍ତନ ନଆସିଲେ ଆମେ ବିଭିନ୍ନ ରୋଗରେ ପଡିପାରିବା ସେମାନଙ୍କ ଭିତରୁ ମଧୁମେହ ଅନ୍ୟତମ।ଆପଣ ନିଜ ମଧୁମେହକୁ ନିଜ ନିୟନ୍ତ୍ରଣରେ ରଖିବାକୁ ହେଲେ ଆପଣଙ୍କୁ ସବୁଦିନ ଗୋଟେ ବଟିକା ଖାଇବାକୁ ହେବ।ଯଦି ଆପଣମାନଙ୍କ ଭିତରୁ ଯଦି କାହାରବି ରକ୍ତରେ ଶର୍କରାର ମାତ୍ରା କମ କିମ୍ବା ବେଶୀ ହୋଇଗଲେ ଦୁଇ ଜଣଙ୍କୁ ଅସୁବିଧା ହୋଇଥାଏ।

ଆପଣ ନିଜ ଜୀବନ ସାରା ମିଠା ଜିନିଷ ଖାଇ ପାରିବେ ନାହିଁ।ଡାକ୍ତର ଆପଣଙ୍କୁ ଉପଦେଶ ଦିଏକି ଯଦି ଆପଣ ମିଠା ଖାଉଛନ୍ତିତ କମ ପରିମାଣରେ ଖାନ୍ତୁ।ଆଜି ଆମେ ଆପଣଙ୍କୁ ଗୋଟେ ଏମିତି ଉପାୟ କହିବାକୁ ଯାଉଛୁ ଆପଣ ତାକୁ ବ୍ୟବହାର କରିବା ଫଳରେ ଆପଣ ନିଜ ମନ ଇଛା ମିଠା ଖାଇ ପାରିବେ ଓ ଆପଣଙ୍କ ମଧୁମେହ ରୋଗ ଭଲ ହୋଇଯିବ।

ଆସନ୍ତୁ ଜାଣିବା ଏହା କେଉଁ ଉପାୟ ଅଟେ ଓ କିପରି ବ୍ୟବହାର କରାଯାଏ ଓ କେତେବେଳେ ବ୍ୟବହାର କରିବା ସେ ବିଷୟରେ ଆମେ ଜାଣିବା ?ଆପଣଙ୍କୁ ଦରକାର ଅରଖ ଗଛର ପତ୍ର,ଆମ ଭାରତରେ ଏହା ସର୍ବତ୍ର ମିଳିଯିବ ଓ ଏହା ଦୁଇ ପ୍ରକାରର ଗଛ ଥାଏ।ଗୋଟେ ହେଉଛି ଧଳା ରଙ୍ଗର ଫୁଲ ଦିଏ ଓ ଅନ୍ୟଟି ହେଉଛି ବାଇଗଣି ରଙ୍ଗର ଫୁଲ ଦିଏ।ଆପଣ ଦେଖିବେ ଯେ ଯେଉଁ ଗଛରେ ଧଳା ଫୁଲ ଫୁଟି ଥିବ ସେ ଗଛର ପତ୍ର ନେବେ ନହେଲେ ଏହି ଉପାୟ ଭଲଭାବରେ କାମ କରିବ ନାହିଁ।

ଆପଣ ବିଶ୍ୱାସ କରିବେ ନାହିଁ ଏହାର ଦୁଇଟି ପତ୍ର ଆପଣଙ୍କ ମଧୁମେହକୁ ପ୍ରାକୃତିକ ଭାବେ ଭଲ କରିଦେବ।ଆପଣ ନିଜ ସବୁଦିନର ଔଷଧ ଖାଇବା ସହ ଆପଣ ଏହାର ବ୍ୟବହାର କରି ପାରିବେ ଓ ଆପଣ ବହୁତ ଶିଘ୍ର ଏହାର ଲାଭ ଜାଣି ପାରିବେ।ଆସନ୍ତୁ ଜାଣିବା କିପରି ଏହାର ଔଷଧ ପ୍ରସ୍ତୁତ କରିବା ?ଆମକୁ ନା ଏହାର ପତ୍ରକୁ ଖାଇବାର ଅଛି ନା ଏହାର ପତ୍ରକୁ ବାଟୀକରି ପିବାର ଅଛି।

ଆପଣଙ୍କୁ ବେସି କିଛି ନାହିଁ ଆପଣ ପ୍ରଥମେ ନିଜ ଗୋଡ଼କୁ ଭଲ ଭାବରେ ପାଣିରେ ଧୋଇନେବେ ଓ ତାପରେ ଏହାକୁ ଭଲ ଭାବରେ ସଫା ଓ ଶୁଖିଲା କପଡ଼ାରେ ପଛି ନେବେ।ତାପରେ ଆପଣ ଦୁଇଟି ଅରଖ ଗଛର ପତ୍ର ନେବେ ଓ ଏହାକୁ ଭଲ ଭାବରେ ଧୋଇଦେବେ ଓ କିଛି ସମୟ ଛାଡ଼ିଦେବେ ଯେପରି ପାଣି ଶୁଖୀ ଯିବ।ତାପରେ ଆପଣ ଏହାର ଓଲଟା ପଟକୁ ବା ପତ୍ରର ପଛ ପଟକୁ ନିଜ ପାଦ ଉପରେ ରଖିବେ।

ତାପରେ ନିଜ ମୋଜା ଆଣିବେ ଓ ତାକୁ ସେ ପତ୍ର ମିଶା ପିନ୍ଧି ନେବେ।ଆପଣ ଭଲ ଭାବରେ ଧ୍ୟାନ ରଖିବେକି ଯେପରି ପତ୍ରର ପଛ ପଟ ଯେପରି ନିଜ ପାଦକୁ ଭଲ ଭାବରେ ଛୁଇଁ ଥିବ।ଆପଣ ସେହି ଭଳି କରିବେ ଅନ୍ୟ ଗୋଡ଼ରେ ଓ ତାପରେ ସେହି ଭଳି ମୋଜା ପିନ୍ଧି ନେବେ।ଆପଣ ଏହାକୁ ଏହି ଭଳି ଗୋଟେ ଦିନ ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ।

ତାପରେ ଆପଣ ଦିନମାନ ତାକୁ ସେଭଳି ଛାଡିଲା ପରେ ଆପଣ ଶୋଇବାକୁ ଗଲା ସମୟରେ ଆପଣ ନିଜ ପାଦରୁ ନିଜ ମୋଜାକୁ କାଢି ନେବେ ଓ ଭଲ ଭାବରେ ନିଜ ପାଦକୁ ସାବୁନ ସାହାଯ୍ୟରେ ଧୋଇନେବେ।ଆପଣ ଏହି ଭଳି ଗୋଟେ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ଓ ଏହାର ଲାଭ ଦେଖନ୍ତୁ।ଆଉ ଧ୍ୟାନ ରଖିବେ ସବୁଦିନ ସେହି ଗୋଟେ ପତ୍ରର ବ୍ୟବହାର କରିବେ ନାହିଁ ସବୁଦିନ ଅଲଗା ଅଲଗା ପତ୍ରର ବ୍ୟବହାର କରିବେ।ଆପଣ ଏହାକୁ ବ୍ୟବହାର କଲା ବେଳେ ସାବଧାନ ହୋଇ ବ୍ୟବହାର କରିବେ କାରଣ ଏହାର କ୍ଷୀର ବହୁତ ବିଶାକ୍ତ ହୋଇଥାଏ ଓ ଏହାକୁ ଗର୍ଭବତୀ ମହିଳା ମାନେ ନିଜ ଉପରେ ପ୍ରୟୋଗ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *