March 23, 2025

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ କିପରି ଆମ ଚାଉଳକୁ ପୋକ ମାନଙ୍କ ଠାରୁ ସୁରକ୍ଷିତ ରଖିବା ସେ ବିଷୟରେ ଜାଣିବା ? ସମସ୍ତେ ଏହି କଥା ନିଶ୍ଚୟ ଜାଣିବା ଦରକାର…

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା ଆମେ କିପରି ଆମ ଚାଉଳକୁ ସୁରକ୍ଷିତ ଭାବରେ ସଂଗୃହିତ କରି ରଖିବା ସେ ବିଷୟରେ ଆଜି ଆମେ ଜାଣିବା ୫ ଟି ଘରୋଇ ଉପାୟ।ଏହି ସବୁ ଉପାୟ ପାଳନ କରିବାର ମୁଖ୍ୟ କାରଣ ହେଲା ଆମେ ଯେତେବେଳେ ଚାଉଳ ସଂଗୃହିତ କରି ରଖୁ ଏହା ମଧ୍ୟରେ ବହୁତ ପୋକ ହୋଇଯାନ୍ତି।ସେଥି ପାଇଁ ଆମେ ଏ ଉପାୟ ଅବଲମ୍ବନ କରିବା।ଆସନ୍ତୁ ଜାଣିବା ପ୍ରଥମ ଉପାୟ।

ଉପାୟ ନମ୍ବର୍ ୦୧.ଆପଣଙ୍କୁ ନେବାର ଅଛି ଲିମ୍ବ ପତ୍ର,ତାପରେ ଆପଣ ସେ ଲିମ୍ବ ପତ୍ରକୁ ଖରାରେ ସୁଖେଇ ନେବେ ଓ ତାପରେ ଡାଳ ସହିତ ସେ ପତ୍ରକୁ ନେଇ ଆପଣ ଯେଉଁଠାରେ ଚାଉଳ ସଂଗୃହିତ କରିବେ ସେଠାରେ ଆପଣ ପ୍ରଥମେ ଲିମ୍ବ ପତ୍ର ରଖିବେ ତାପରେ ଗୋଟେ ପତଳା କପଡା ଦେବା ଓ ତାପରେ ଆମେ ଚାଉଳ ରଖିବା।ଏହା ଦ୍ୱାରା କଣ ହେବନା ଲିମ୍ବ ପତ୍ର ଚାଉଳରେ ମିଶିବନି ଓ ଚାଉଳ ପିତା ଲାଗିବନି।ଆଉ ଗୋଟେକଥା ଧ୍ୟାନ ରଖିବେ ଲିମ୍ବର ବହୁତ ଔଷଧିଅ ଗୁନ ରହିଅଛି।ଆସନ୍ତୁ ଜାଣିବା ଦ୍ୱିତୀୟ ଉପାୟ।

ଉପାୟ ନମ୍ବର୍ ୦୨:-ଆସନ୍ତୁ ଜାଣିବା ଦ୍ଵିତୀୟ ଉପାୟ ଆପଣ କଣ କରିବେ ନା ଚାରୋଟି ଚୋପା ଲଗା ରସୁଣ କୁ ଚାଉଳ ମଝିରେ ପରସ୍ତ ପରସ୍ତ କରି ରଖି ମାନେ ପ୍ରଥମେ ସଭା ତମେ ଚାଉଳର ଗୋଟେ ପରସ୍ତ ବନେଇବା ତା ଉପରେ ରସୁଣ ଓ ତାଉପରେ ଚାଉଳ ଓ ରସୁଣ ଏହି ଭଳି ରଖିବେ।ଆଉ ଏଇଟା ଧ୍ୟାନରେ ରଖିବେକି ଚୋପା ଛଡା ଓ ଭଙ୍ଗା ରସୁଣ ଚଳିବ ନାହିଁ।ରସୁଣର ବହୁତ ଲାଭ କାରୀ ଗୁଣ ରଖିଥାଏ ଓ ଏହାର ବାସ୍ନାରେ ଆପଣଙ୍କ ଚାଉଳରେ ଆଦୌ ପୋକ ହେବେ ନାହିଁ ଓ ଆପଣ ଯେତେ ଦିନ ଚାହିଁବେ ସେତେଦିନ ପର୍ଯ୍ୟନ୍ତ ଏହାକୁ ସଂଗୃହିତ କରି ରଖି ପାରିବେ।ଆସନ୍ତୁ ଜାଣିବା ତୃତୀୟ ଉପାୟ।

ଉପାୟ ନମ୍ବର୍ ୦୩:-ଆପଣ ଯେତେବେଳେ ଚାଉଳକୁ ସଂଗୃହିତ କରି ରଖୁଛନ୍ତି ସେତେବେଳେ ଆପଣ କଣ କରିବେନା ଚାଉଳ ଭିତରେ ନାଲି ଗୋଟା ଶୁଖିଲା ଲଙ୍କାକୁ ଚାଉଳ ଭିତରେ ପରସ୍ତ ପରସ୍ତ କରି ଦବେଇ ରଖି ଦେବେ।ଗୋଟେ କାମ କଣ କରିବେ ପ୍ରଥମେ ସଭା ତଳେ ଗୋଟେ ମୋଟା ସ୍ତରର ଚାଉଳ ଓ ଟାଉପରେ ୩-୪ଟି ଲଙ୍କା ଓ ପୁଣି ଚାଉଳ ଓ ପୁଣି ଲଙ୍କା ୩-୪ ଟି ତାପରେ ଚାଉଳ ଦେଇ ଢ଼ାଙ୍କୁଣି ଲଗେଇ ଦେବେ।ଯାହାଦ୍ୱାରା ଆପଣଙ୍କ ଚାଉଳରେ ପୋକ ହେବ ନାହିଁ।ଆସନ୍ତୁ ଜାଣିବା ଚତୁର୍ଥ ଉପାୟ।

ଉପାୟ ନମ୍ବର୍ ୦୪:-ଚତୁର୍ଥ ଉପାୟରେ ଆମେ ବ୍ୟବହାର କରିବା କର୍ପୁରର ଯାହା ମାଧମରେ କୌଣସି ପ୍ରକାରର ପୋକ ଲାଗିନଥାଏ।ଏହାକୁ ଆମ ଚାଉଳରେ ସିଧା ସଳଖ ବ୍ୟବହାର କରି ପାରିବେନି ଆପଣ ଗୋଟେ କପଡା ସାହାର୍ଯ୍ୟରେ ତାକୁ ଗୁଡେଇ ନେବେ ଓ ତାକୁ ଚାଉଳ ଭିତରେ ରଖି ନେବେ।ଆସନ୍ତୁ ଜାଣିବା ୫ ନମ୍ବର୍ ଉପାୟ।

ଉପାୟ ନମ୍ବର୍ ୦୫:-ଆମକୁ ଦରକାର ତେଜ ପତ୍ର,ଆମେ ପ୍ରଥମେ ତାକୁ ଆଣି ବା ଓ ଚାଉଳ ମାନଙ୍କୁ ଗୋଟେ ପରସ୍ତ କରିବା ଓ ତାପରେ ୪-୫ ଟି ତେଜ ପତ୍ର ପକେଇବା ଓ ତାପରେ ପୁଣି ଗୋଟେ ଚାଉଳର ସ୍ତର ବନେଇ ୪-୫ ତେଜ ପତ୍ର ରଖି ଦେବେ ଓ ପୁନର୍ବାର ଏହି ଭଳି ଆମେ ଚାଉଳକୁ ତାଉପରେ ରଖିଦେବା।ଆପଣ ଏହି ସବୁ ଉପାୟରେ ୫-୧୦ କିଲୋ ଚାଉଳ ସଂଗ୍ରହ କରି ରଖି ପାରିବେ।ଆପଣ ଯଦି ଚାହୁଁଛନ୍ତିକି ଆପଣ ୨୫-୫୦ କିଲୋ ଚାଉଳ ଗଛିତ କରି ରଖିବାକୁ ଚାହୁଁଛନ୍ତି ଆପଣ ଝଣ୍ଡୁର ମୁଗ୍ଧ ରସ ବଟିକା ବ୍ୟବହାର କରି ପାରିବେ।

ଆସନ୍ତୁ ଜାଣିବା ଏହାର ଉପଯୋଗ କିପରି କରିବା,ଯେମିତି ଆମେ କର୍ପୂରକୁ କପଡା ସାହାର୍ଯ୍ୟରେ ବାନ୍ଧି ଥିଲେ ସେହି ଭଳି ଆମେ ତୁଳା କପଡା ସାହାର୍ଯ୍ୟରେ ଆମେ ବାନ୍ଧି ନେବା।ଆମେ ଯେମିତି ସ୍ତର ସ୍ତର କରି ଚାଉଳ କୁ ରଖୁଥିଲେ ସେହି ଭଳି ଗୋଟେ ସ୍ତର ଚାଉଳ ରଖିଲା ପରେ ୪ ଟି ବଟିକା ରଖିବା ଓ ଅନ୍ୟ ସ୍ତର ଚାଉଳ ଦେଲା ପରେ ଆଉ ୪ ଟି ବଟିକା ରଖି ଆମେ ଚାଉଳ ବହୁତ ଦିନ ପର୍ଯ୍ୟନ୍ତ ସଂଗୃହିତ କରି ରଖିପାରିବା।ଯଦି ଏହି ଲେଖା ଆପଣକୁ ପସନ୍ଦ ଆସେ ତେବେ ନିଶ୍ଚୟ ସେୟାର କରିବେ

ଆସନ୍ତୁ ଜାଣିବା ଯଦି ଆପଣଙ୍କ ଚାଉଳରେ ପୋକ ହୋଇଥିବ ଆପଣ କଣ କରିବେ ?ଗୋଟେ ଚାଉଳ ଛଣା ବା ଛୋଟ କଣା ଥିବା ଛଣା ଆଣିବା ସେଥିରେ ଚାଉଳ ପକେଇ ଛାଣି ନେବା ଯାହା ଦ୍ୱାରା ଆମ ଚାଉଳରେ ଥିବା ସବୁ ପୋକ ବାହାରି ଯିବେ।ଛାଣିବା ଆଗରୁ ଆମେ ସେଠାରେ ଗୋଟେ ଖବର କାଗଜ ବିଛେଇ ନେବା ଯାହାଫଳରେ ସବୁ ପୋକ ସେ କାଗଜ ଉପରେ ରହି ଯିବେ।ତାପରେ ସେ ଚାଉଳକୁ ଗୋଟେ ସଫା ଡ଼ବାରେ ରଖି ତାପରେ ଆମେ ଝଣ୍ଡୁର ମୁଗ୍ଧ ରସ ବଟିକା ବ୍ୟବହାର କରି ପାରି ତାକୁ ସଂଗୃହିତ କରି ପାରିବା।ତାଉପର ପାଖରେ ଆମେ ଖବର କାଗଜ ଦେଇ ବନ୍ଦ କରିବା ଯାହାଫଳରେ ଚାଉଳରେ ଥିବା ଆଦ୍ରତା ସେ କାଗଜ ଶୋସି ନେବ ଓ ଚାଉଳ ବହୁତ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ।

Leave a Reply

Your email address will not be published. Required fields are marked *