June 29, 2025

Odia Express

Leading Odia News Portal of Odisha

ବର୍ତମାନ ର ସବୁଠୁ ବଡ ଦୁଃଖ ଖବର – ଅଭିନେତା ବିଜୟ ମହାନ୍ତି ଙ୍କ ପରଲୋକ – ସାରା ରାଜ୍ୟରେ ଶୋକର ଛାୟା

ବନ୍ଧୁଗଣ ବର୍ତମାନ ସାରା ଓଡିଶା ଲୋକଙ୍କ ପାଇଁ ଏକ ବଡ ଦୁଃଖ ଖବର ଆସିଛି | ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହେଇଚି |ତେବେ ୭୦ ବର୍ଷ ବୟସ ରେ ତାଙ୍କ ମୃତ୍ୟୁ ଘଟିଛି | ତେବେ ତାଙ୍କ ମୃତ୍ୟୁ ସହ ଓଡ଼ିଆ ଫିଲ୍ମ ର ଗୋଟିଏ ଯୁଗର ଅବସାନ ଘଟିଛି କହିଲେ ଭୁଲ ହେବ ନାହିଁ |ତେବେ ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବ ଯୋଗୁ ତାଙ୍କୁ ମେଡିକାଲ ରେ ଭର୍ତି କରା ଯାଇଥିଲା ତେବେ ପରେ ଖବର ଆସିଛି ତାଙ୍କର ମୃତ୍ୟୁ ହେଇଯାଇଛି

ତେବେ ତାଙ୍କ ମୃତ୍ୟୁ ପରେ ସାରା ରାଜ୍ୟ ଓ ସାରା ଓଡ଼ିଆ ଫିଲ୍ମ ରେ ଶୋକର ଛାୟା ଖେଳି ଯାଇଛି | ତେବେ ତାଙ୍କ ମୃତ୍ୟୁ କୁ ନେଇ ରେ ମୋହନ କହିଛନ୍ତି ଯେ ସେ ମୋ ଗୁରୁ ଥିଲେ | ସେ ମୋ ବାପା ଙ୍କ ସହ ସମାନ | ମୁଁ ଆଜି କହୁଛି ମୋ ବାପାଙ୍କ ମୃତୁ ହେଇଚି |ସେ କଥା କହୁ କହୁ କାନ୍ଦି ପକେଇଛନ୍ତି |ସେ ବିଜୟ ମହାନ୍ତି ଙ୍କୁ ଦେଖା କରିବା ପାଇଁ ଚାହିଁଛନ୍ତି|ତେବେ ଏହାକୁ ନେଇ ଉତ୍ତମ ମହାନ୍ତି ମଧ୍ୟ ନିଜର ଶୋକ ପ୍ରକାଶ କରିଛନ୍ତି

ବିଜୟ ମହାନ୍ତି ଙ୍କ ମୃତ୍ୟୁ ରେ ସାରା ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି | ମୋ ଓଲିଉଡ଼ ପରିବାର ତରଫ ରୁ ସମସ୍ତ କଳାକାର ଶୋକର ବ୍ୟକ୍ତ କରିଛନ୍ତି | ତେବେ ଏହାକୁ ନେଇ ଅଭିନେତା ସବ୍ୟସାଚୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ଓ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଶୋକ ବ୍ୟକ୍ତ କରିଛନ୍ତି |ସେ କହିଛନ୍ତି ମୁଁ ବିଜୟ ସାର ଙ୍କୁ ଜୀବନ ସାରା ମିସ କରିବି ଓ ତମେ ସବୁବେଳେ ମୋ ହୃଦୟରେ ରହିବ ବୋଲି କହିଛନ୍ତି|

ବିଜୟ ମହାନ୍ତି ୧୯୫୦ ମସିହାରେ ପାଣ୍ଡିରୀ (କେନ୍ଦ୍ରାପଡା) ରେ ଜନ୍ମଗ୍ରହଣ କରିଥିଲେ ଏବଂ ଓଡ଼ିଶାର ମୟୂରଭଞ୍ଜର ବାରିପଦାରେ ପାଳିତ ହୋଇଥିଲେ। ସେ ଏମ.କେ.ସି ହାଇସ୍କୁଲରେ ପଢିବା ସମୟରେ ନିଜ ସ୍କୁଲରେ ଅଭିନୟ ଆରମ୍ଭ କରିଥିଲେ। ନାସିରୁଦ୍ଦିନ ଶାହା, ରାଜ ବାବର, ଓମ ପୁରୀ ଇତ୍ୟାଦି ସହପାଠୀମାନଙ୍କ ସହ NSD ରୁ ସଫଳତାର ସହ ପାସ୍ କରିଥିଲେ। ସେ ପ୍ରେକ୍ଷାଳୟରେ ଅଭିନୟ କରିଥିଲେ ଏବଂ 1975 ପର୍ଯ୍ୟନ୍ତ ଦିଲ୍ଲୀରେ ରହିଥିଲେ। ଓଡ଼ିଶାକୁ ଫେରିବା ପରେ ସେ ନାଟକ ନିର୍ଦ୍ଦେଶନାରେ ନିଜକୁ ଉତ୍ସର୍ଗ କରିଥିଲେ।

1977 ମସିହାରେ, ସେ ଚିଲିକା ସୋର ଚଳଚ୍ଚିତ୍ର ସହିତ ଓଡିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଯାହା ସେହି ବର୍ଷ ପାଇଁ ଜାତୀୟ ପୁରସ୍କାର ଲାଭ କରିଥିଲା | ପ୍ରାରମ୍ଭରେ ତାଙ୍କୁ ମୁଖ୍ୟତ ଭିଲିୟନ ଭୂମିକା ପାଇଁ ଚୟନ କରାଯାଇଥିଲା | ଏହି ଭୂମିକାରେ ନାଗା ଫାସ , ସମୟ ବଡ ବଲବାନ୍, ଦଣ୍ଡା ବାଲୁଙ୍ଗା, ଏବଂ ଚାକା ଅଖୀ ସାବୁ ଦେଖୁଚି ତାଙ୍କର କିଛି ଉଲ୍ଲେଖନୀୟ ଚଳଚ୍ଚିତ୍ର | ସେ ହିରୋ, ଭିଲେନ୍, ହାସ୍ୟ ଅଭିନେତା, ଚରିତ୍ର ଭୂମିକା ଇତ୍ୟାଦି ଠାରୁ ପ୍ରାୟ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି | ପ୍ରତ୍ୟେକ କ୍ଷେତ୍ରରେ ସେ ନିଜର ତୁଳନାତ୍ମକ ଚିହ୍ନ ଛାଡିଛନ୍ତି |ତେବେ ଆମେ ଓଡ଼ିଆ ଏକ୍ସପ୍ରେସ୍ରେ ତାଙ୍କ ପାଇଁ ପ୍ରାଥନା କରୁଚୁ ତାଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିୟନ୍ତୁ | ଓ ତାଙ୍କ ପରିବାର କୁ ସାହସ ଓ ଶକ୍ତି ଦିୟନ୍ତୁ

Leave a Reply

Your email address will not be published. Required fields are marked *