March 25, 2025

Odia Express

Leading Odia News Portal of Odisha

ମାତ୍ର ଦୁଇ ମିନିଟରେ ତାଜା ନଡ଼ିଆ ଫଟେଇବାର ସହଜ ଉପାୟ – ଏବେ ଜାଣିରଖନ୍ତୁ..

ଆମେ ଆମ ଦୈନନ୍ଦିନ ଜୀବନ ରେ ନଡ଼ିଆ ଚୋପା ରୁ ନଡିଆ ବାହାର କରିବା ପାଇଁ ଅନେକ ଅସୁବିଧା ର ସାମ୍ନା କରିଥାଉ। ଏହାଦ୍ୱାରା ଆମ ହାତ କୁ ବି ଆଘାତ ଲାଗିଯାଏ ତଥା ଆମ ଦେହ ରେ ଆଘାତ ଲାଗିଯାଏ। ତ ଆଜିର ଏହି ଲିଖନ ରେ ଆମେ ଆପଣଙ୍କ ପାଖରେ ନଡିଆ କୁ ଭଲ ଭାବରେ ଛେଲିବା ର ପ୍ରକ୍ରିୟା କହିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା। ଆମେ ନଡିଆ ଛେଲିବା ପାଇଁ ରୋଷେଇ ଘର ଆଡ଼କୁ ଯିବା। ଏଠାରେ ଆମେ ଏକ ବଡ଼ ଆଉ ଭଲ ନଡିଆ ନେବା। ତାକୁ ଆମେ ଭଲ ଭାବେ ସଫା କରିଦେବା ଆଉ ସୁଖେଇ ଦେବା। ତା ପରେ ଆମେ ଏକ ଜରି ଅଥବା ପଲିଥିନ ଆଣିକି ତାକୁ ଭଲ ଭାବେ ସଫା କରିଦେବା ଯେପରି କି ତାହା ଆଉ ଓଦା ରହିବନି। ତାହାକୁ ସୁଖେଇଲା ପରେ ଆମେ ନଡିଆ କୁ ସେହି ପଲିଥିନ ରେ ବାନ୍ଧି ଦେବା।

ଏତେ ଭଲ ଭାବରେ ବାନ୍ଧିଦେବା ଯେପରି କି ପାଣି ଅଥବା କିଛି ବି ତରଳ ତାହା ଭିତରକୁ ଯେପରି ପ୍ରବେଶ ହି କରି ପାରିବ ନାହିଁ। ତା ପରେ ଆମେ ସେହି ବନ୍ଧା ଯାଇଥିବା ନଡ଼ିଆ କୁ ନେଇକି ଫ୍ରିଜର ଭିତରେ ରଖି ଦେବା। ଏଠାରେ ଆମେ ଜରି କୁ ଭଲ ଭାବରେ ଏଥିପାଇଁ ବାନ୍ଧିଲୁ ଯେପରି କି ତାହା ଭିତରକୁ ଫ୍ରିଜର ଭିତରୁ କିଛି ବି ପାଣି ପ୍ରବେଶ କରିବ ନାହିଁ। ଆମକୁ ନଡ଼ିଆ କୁ ପାଖା ପାଖି ୧୦ ରୁ ୧୨ ଘଣ୍ଟା ଯାଏ ଫ୍ରିଜର ଭିତରେ ରଖିବାର ଅଛି ଯାହାଦ୍ୱାରା କି ତାହା ପୁରା ଭଲ ଭାବରେ ଜମିଯିବ। ଆପଣ ଚାହିଁବେ ତ ତାକୁ ଗୋଟେ ରାତି ପୁରା ରଖି ପାରିବେ।

ତା ପରେ ଆପଣ ସେହି ନଡ଼ିଆ କୁ ଆଣିକି ତାକୁ ଏକ ଭାରି ଜିନିଷ ଯେପରି କି ହାତୁଡି ଅଥବା ଅନ୍ୟ କିଛି ଦ୍ୱାରା ଧୀରେ ଧୀରେ ପିଟନ୍ତୁ।
ଗୋଟେ ରୁ ଦୁଇ ମିନିଟ ଏହିପରି ତାକୁ ପିଟିବା ଦ୍ୱାରା ତାହା ଉପରେ କ୍ରାକ ଆସିବାକୁ ଲାଗିବ। ତା ପରେ ଟିକେ ଟିକେ ଫାଟିବା ପରେ ଆପଣ ତାକୁ ଆୟ ଟିକେ ପିଟନ୍ତୁ।

ଆଉ ଟିକେ ଫାଟିବା ପରେ ତାହା ଉପର ର ଚୋପା କୁ ଆପଣ ଛୁରୀ ଦ୍ୱାରା କାଢ଼ିବାକୁ ଚେଷ୍ଟା କରନ୍ତୁ। ତାକୁ ଆପଣ ଧୀରେ ଧୀରେ କାଢ଼ନ୍ତୁ ଆଉ ଆପଣ ଦେଖିବେ କି ନଡ଼ିଆ ଚୋପା ବହୁତ ସହଜ ରେ ବାହାରି ଯିବ |  ଏହାପରେ ଆପଣ ଏକ ଶୁଦ୍ଧ ଆଉ ଧଳା ନଡ଼ିଆ ଦେଖି ପାରିବେ। ଏହାର କାରଣ ହେଉଛି କି ଫ୍ରିଜ ରେ ନଡ଼ିଆ କୁ ରଖିବା ଦ୍ୱାରା ତାହା ବହୁତ ଟାଣ ହେଇଗଲା ଆଉ ତାହା ଭିତର ର ପାଣି ବି ପୁରା ବରଫ ହେଇଗଲା। ଏହାଦ୍ୱାରା ନଡ଼ିଆ ଭଲ ଭାବେ ବାହାରି ଗଲା।

Leave a Reply

Your email address will not be published. Required fields are marked *