March 24, 2025

Odia Express

Leading Odia News Portal of Odisha

ପୁରୁଷ ମାନେ କେବେବି ଏହି ୪ଟି କଥା କାହାକୁ କହିବା ଉଚିତ ନୁହେଁ – ନେହେଲ ଜୀବନସାରା ପସ୍ତେଇବା ପାଇଁ ପଡିବେ..

ଆପଣମାନେ ଜାଣିଥିବେ ଆଚାର୍ଯ୍ୟ ଚାଣକ୍ୟ ଦ୍ୱାରା ଲେଖା ଯାଇଥିବା ଶ୍ରେଷ୍ଟ ଗ୍ରନ୍ଥ ହେଉଛି ଚାଣକ୍ୟ ନୀତି ଯେଉଁଥିବେ ଆଚାର୍ଯ୍ୟ ଚାଣକ୍ୟ ମଣିଷ ମାନଙ୍କ ସୁଖ ସୁବିଧା ପାଇଁ ଅନେକ କଥା ଲେଖିଛନ୍ତି।ଅନେକ ସମୟରେ ବ୍ୟକ୍ତି ଏପରି କିଛି କଥା ଅନ୍ୟ ଆଗରେ କହିଥାନ୍ତି ଯାହା ଦ୍ୱାରା ସେମାନେ ଅନେକ ଅସୁବିଧାରେ ପଡ଼ିଥାନ୍ତି।ଆଶ୍ଚର୍ଯ୍ୟ ଚାଣକ୍ୟ ଏପରି ୪ଟି କଥା କହିଛନ୍ତି ଯାହା କୌଣସି ବ୍ୟକ୍ତିକୁ କାହାରି ଆଗରେ ମଧ୍ୟ କହିବା ଉଚିତ ନୁହଁ ଯଦି ଏହି କଥା ଆପଣ କାହା ଆଗରେ କହିବେ ଆପଣ ବହୁତ ଅସୁବିଧାରେ ପଡିପାରନ୍ତି।ଆଜି ଆମେ ସେହି ୪ଟି କଥା ବିଷୟରେ ଜାଣିବା ତେବେ ଆସନ୍ତୁ ଜାଣିବା।

ପ୍ରଥମ ହେଉଛି ଧନ ହାନି ଯେ କୌଣସି କାରଣରୁ ଆପଣଙ୍କ ଧନ ହାନି ହେଇଥିବ ବା ଆର୍ଥିକ ସ୍ଥିତି ଖରାପ ହୋଇଥିବା ଏହି କଥା କେବେ କାହାକୁ କହିବେନି କାରଣ ଏହା ଜାଣିବା ପରେ କି ଆପଣଙ୍କ ପାଖରେ କମ ପଇସା ଅଛି କେହି ଆପଣଙ୍କୁ ଧନ ସାହାଯ୍ୟ କରିବେନି ।କାରଣ ଆଜି କାଲି କେହିବି ଗରିବ ଲୋକଙ୍କୁ ପଇସା ସାହାଯ୍ୟ କରିନଥାନ୍ତି।ତେଣୁ ଏହି କଥା ସର୍ବଦା ଗୁପ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ।

ଦ୍ୱିତୀୟରେ ନିଜର ଦୁଖଃ କେବେବି କାହା ସମ୍ମୁଖରେ କହିବେନି।କାରଣ ଯଦି ଆପଣ ନିଜ ଦୁଃଖ କାହା ଆଗରେ କହିବେ ସେମାନେ ଆପଣଙ୍କ ମଜାକ କରିବେ ଯାହା ଦ୍ୱାରା ଆପଣଙ୍କ ଦୁଃଖ ଆହୁରି ବଢିଯିବ।ଏହାର ଅର୍ଥ ଆମକୁ ନିଜ ଦୁଃଖ କାହା ଆଗରେ କହିବା ଅନୁଚିତ।

ତୃତୀୟରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଜଣେ ସଫଳ ପୁରୁଷ ନିଜ ସ୍ତ୍ରୀ ବିଷୟରେ କି ନିଜ ଘରର ପରିବାର ବିଷୟରେ କାହା ଆଗରେ କହିନଥାଏ।ଯଦି ଆପଣ ଏସବୁ କାହା ଆଗରେ କହିବେ ଭବିଷ୍ୟତରେ ଆପଣଙ୍କୁ ଭୟାନକ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ।

ଶେଷରେ ଏହା ମନେ ରଖିବେ ଯଦି କୌଣସି ଛୋଟ ବା ନିମ୍ନ ମାନର ଲୋକ ଆପଣଙ୍କ ଅପମାନ କରିଛି କହି କଥା ମଧ୍ୟ କାହାକୁ କହିବେନି ନଚେତ ଅନ୍ୟ ମାନେ ଏହା ଶୁଣି ହସିବେ ଓ ଆପଣଙ୍କ ସଂମାନ କମିବ।ଏହି ଚାରୋଟି କଥା ସର୍ବଦା ଗୋପନୀୟ ରଖିଲେ ଆପଣ ଜଣେ ସଫଳ ପୁରୁଷ ହୋଇପାରିବେ।

ଏହା ଥିଲା ଆଜିର ସେହି କେତୋଟି କଥା। ଏହାକୁ ପଢନ୍ତୁ ଏବଂ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *