ଏହି ପାଞ୍ଚଟି ପାପ କରିଥିବା ଲୋକ ନିଜ ଜୀବନ ସାରା ପାପର ଭାଗିଦାର ହୋଇଥାଏ…

ଆମ ଧର୍ମ ରେ ୧୮ଟି ପୁରାଣ ଅଛି। ସେଥି ମଧ୍ୟରୁ ଶିବ ପୁରାଣ ଏପରି ଏକ ପୁରାଣ ଯେଉଁଥିରେ ଆମେ କିପରି ସୁଖ ରେ ବଞ୍ଚିବା ସେ ବିଷୟରେ ଅନେକ ମନ୍ତ୍ର ବର୍ଣ୍ଣନା କରାଯାଇଛି। ଶିବ ପୁରାଣ ରେ ଏପରି ୫ ଟି ପାପ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁଟା ମଣିଷ ଭୁଲ୍ ରେ କରିଦିଏ ଏବଂ ପରେ ତାହାର ଦଣ୍ଡ ମଧ୍ୟ ପାଏ। ଯାହାଫଳରେ ସେମାନେ ଅଜଣାତରେ କରିଥିବା ଭୁଲ୍ ପାଇଁ ମହା ଦେବ ଙ୍କ କୃପାରୁ ବଞ୍ଚିତ ହୁଅନ୍ତି। ବର୍ତମାନ କଳିଯୁଗର ଏକ ଚତୁର୍ଥାଂସ ଭାଗ ବଞ୍ଚିଛି ସେଥିପାଇଁ ମନୁଷ୍ୟ ପାପ କରୁଛି।
ଆପଣ ସେ ସବୁ ଦଣ୍ଡରୁ ବଞ୍ଚିବା ପାଇଁ ଆମକୁ ପାପ ଛିନ୍ନ ମନୁଷ୍ୟ ହେବାକୁ ହେବ ଓ ଯାହା ହେବା ଅତ୍ୟନ୍ତ ସହଜ ହୋଇଥାଏ ଓ ଏହାକୁ ପାଳନ କରିବା ଦ୍ୱାରା ଆପଣ ଈଶ୍ୱରଙ୍କ କୃପାର ଧନୀ ହେବେ।ଆପଣ ଯେତେ ଭଲ କର୍ମ କଲେବି ଆପଣଙ୍କୁ ତାର ଫଳ ମିଳିନଥାଏ କିନ୍ତୁ ଗୋଟେବି ପାପ କର୍ମ କରିବା ଦ୍ୱାରା ଆପଣଙ୍କୁ ଦଣ୍ଡର ପାତ୍ର ବୋଲି ମାନିଥାଉ।ତାହେଲେ ସେ ପାପରୁ ଆମେ ବଞ୍ଚିବା ପାଇଁ ଆମକୁ ପ୍ରଥମେ ସେ ପାପ ବିଷୟରେ ଜାଣିବାର ଅଛି ତେବେ ଆସନ୍ତୁ ଜାଣିବା ଏଗୁଡିକ କଣ କଣ ?
ଭଗବାନ ଶିବ ମା ପାର୍ବତୀଙ୍କୁ କହିଛନ୍ତି କଳିଯୁଗରେ ମନୁଷ୍ୟ ଏ ଭୁଲ ସବୁ ଅଜାଣତରେ କରିଥାଏ ଓ ଯାହାଫଳରେ ସେ ଆଜୀବନ ଧନ,ଧାନ୍ୟ,ହସ,ଉଲାସ ଓ ଐଶ୍ୱରୀୟ ପ୍ରାପ୍ତି ହୋଇନଥାଏ ଆସନ୍ତୁ ଜାଣିବା ସେ ପାପ ବିଷୟରେ।ପ୍ରଥମ ପାପ ହେଉଛି ମାନସିକତା,ଏହି ପାପ ଏହା ହୋଇଥାଏ ଯାହାକି ମନୁଷ୍ୟ ନିଜ ମନରେ ଅନ୍ୟମାନଙ୍କ ପ୍ରତି ଖରାପ ଚିନ୍ତାଧାରା ଆଣିଥାଏ।ଯାହା କୌଣସି ସ୍ତ୍ରୀ ବିଷୟରେ ହେଉ ବା ଅନ୍ୟକାହାର ଉନ୍ନତି ବିଷୟରେ ହେଉ ବା କାହାର ସୁନ୍ଦର୍ଯ୍ୟକୁ ଦେଖି।
ବ୍ୟକ୍ତି ଯେତେବେଳେ ନିଜ ମନରେ ଏ ସବୁ କଥା ଭାବି ଖରାପ ଚିନ୍ତାଧାରା ଆଣିଥାଏ ବା ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥାଏକି କାହାର ଅନିଷ୍ଟ ହେଉ ଏହା ଦ୍ୱାରା ସେ ପାପ କରିଥାଏ ଓ ଦଣ୍ଡନୀୟ ହୋଇଥାଏ।କୌଣସି ମନୁଷ୍ୟ ମନରେ ଭଗବାନ ବାସ କରନ୍ତି ଆପଣ କାହା ବିଷୟରେ ଖରାପ ଚିନ୍ତା କଲେ ଆପଣ ଭଗବାନଙ୍କ ବିଷୟରେ ଖରାପ ଚିନ୍ତା କରୁଛନ୍ତି ବୋଲି କୁହାଯାଏ।ଦ୍ୱିତୀୟ ପାପ ହେଉଛି ଖରାପ କହିବା,ଆପଣ କାହାକୁ କଠୋର ଶବ୍ଦ କୁହନ୍ତୁ ବା ଅନ୍ୟକୁ ଦୁଃଖ ଦେବା ପାଇଁ ଖରାପ ଭାଷାର ପ୍ରୟୋଗ କରନ୍ତୁ ଏହା ଦଣ୍ଡନିୟ ହୋଇଥାଏ।
ମନୁଷ୍ୟକୁ ସବୁବେଳେ ନିଜ ମୁଖଦ୍ୱ ରା ମିଠା ଓ ମଧୁର ଵଚନ କହିବାର ଅଛି।ତୃତୀୟରେ ଆସିବ ଶାରୀରିକ ପାପ ମାନେ ଶିବ ପୁରାଣ ମତରେ ଆପଣ ପ୍ରକୃତିକୁ କଷ୍ଟ ଦେଲେ ଆପଣ ଦଣ୍ଡନିୟ ବୋଲି ଆମେ ଜାଣିଥାଉ।ଯେମିତି ଗଛକୁ କାଟିବା ଓ ପଶୁ ପକ୍ଷୀଙ୍କ ହତ୍ୟା କରିବା।ଏହି ଭଳି ଭାବରେ ଛୋଟ ଛୋଟ ଜୀବ ଜନ୍ତୁ ମାନଙ୍କୁ ନିଜ ପାଦ ସାହାଯ୍ୟରେ ଦଳି ଦେଲେ ଏହା ବହୁତ ପାପ ବୋଲି ଆମେ ମାନିଥାଉ।ଚତୁର୍ଥ ପାପ ହେଉଛି ନିନ୍ଦା କରିବା ଶିବ ପୁରାଣ ଅନୁସାରେ କଳିଯୁଗରେ ସବୁଠାରୁ ଖରାପ ପାପ ହେଉଛି ନିନ୍ଦା କରିବା।ମନୁଷ୍ୟକୁ ଭୁଲରେ କାହାର ନିନ୍ଦା କରିବା ଉଚିତ ନୁହେଁ।
ବଡ଼ ଲୋକ ପୁଣ୍ୟ ମହାତ୍ମା,ନିଜ ଗୁରୁ,ନିଜ ପରିବାରର ଗୁରୁଜନ ମାନଙ୍କର ନିନ୍ଦା କରିବା ଦ୍ୱାରା ଆମକୁ ବହୁତ ପାପର ଭାଗିଦାରୀ ହେବାକୁ ପଡିଥାଏ।ତାପରେ ଆମେ ଜାଣିବା ପାଞ୍ଚନମ୍ବର୍ ପାପ ଏହା ହେଉଛି ଖରାପ ଲୋକଙ୍କ ସଂସ୍ପର୍ଶରେ ଆସିବା।ଭଗବାନ ଶିଵଙ୍କ ଅନୁସାରେ ଚୋରି କରିବା,ଠକିବା ଓ ହତ୍ୟା କରିବା ଆଦି ବହୁତ ବଡ଼ ପାପର ଅନ୍ତର୍ଭୁକ୍ତ ଅଟେ।ତେଣୁ ଗୋଟେ ସାଧାରଣ ବ୍ୟକ୍ତି ଯେତେବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥାଏ ଓ ସେମାନଙ୍କୁ ନିଜ ଶରଣରେ ଆଶ୍ରୟ ଦେଇଥାଏ ଏହା ଏକ ମହାନ ପାପର ଅନ୍ତର୍ଭୁକ୍ତ ବୋଲି ଆମେ ଜାଣିଥାଉ।ଗୋଟେ ସଭ୍ୟ ମନୁଷ୍ୟକୁ ସେମାନଙ୍କ ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇବାର ଅଛି।ଏହି ସବୁ ପାପ ଅଜାଣତରେ କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ଭଗବାନ ଶିଵଙ୍କ କୌଣସି କୃପା ପ୍ରାପ୍ତ ହୋଇନଥାଏ।