ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ୪ ଟି ନୀତି ବାଣୀ ଯାହାକୁ ନିଜ ଜୀବନରେ ପ୍ରୟୋଗ ଦ୍ୱାରା ଆପଣ ଜୀବନ ଖୁସିରେ ଭରିଯିବ..

ନମସ୍କାର ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ସେ ଜଣେ ମହାନ ଜ୍ଞାନୀ ହେବା ସହିତ ଜଣେ ଭଲ ନିତିକାର ଥିଲେ।ସେ ନିଜ ରଚନାରେ ମନୁଷ୍ୟ ଜୀବନକୁ ନୀତିକାର କରିବା ପାଇଁ ବହୁତ ମହତ୍ୱ ପୁର୍ଣ୍ଣ କଥା କହିଛନ୍ତି।ଆଜି ଆମେ ଆପଣଙ୍କୁ ତାଙ୍କର କହିତ ଏପରି ଚାରୋଟି କଥା କହିବାକୁ ଯାଉଛୁ ଯାହାକୁ ଆପଣ ନିଜ ନିତିଦିନ ଜୀବନରେ ଏହି କଥାକୁ ଆପଣ ପ୍ରୟୋଗ କଲେ ଆପଣଙ୍କ ଜୀବନ ସରସ ଓ ସୁନ୍ଦର ହୋଇଯିବ।
ଯେଉଁମାନେ ଏହି କଥାସବୁକୁ ନିଜ ନୀତିଦିନ ଜୀବନରେ ଏହାକୁ ବ୍ୟବହାର ନକଲେ ଆପଣଙ୍କ ଜୀବନ ନିଶ୍ଚିନ୍ତ ବେକାର ହୋଇଯିବ।ତାହେଲେ ଆସନ୍ତୁ ଜାଣିବା ଏହି ଚାରୋଟି ମୁଲ୍ୟ ବାନ ଓ ମହତ୍ୱ ପୁର୍ଣ୍ଣ କଥା।ପ୍ରଥମ କଥା ହେଉଛି ସୌନ୍ଦର୍ଯ୍ୟ,ଗୋଟେ ପୁରୁଷ କିମ୍ବା ମହିଳା ଯେତେ ସୁନ୍ଦର ଓ ଆକର୍ଷକ ହୋଇଥିଲେ ମଧ୍ୟ ବା ସେ ଯେତେଜଣକୁ ନିଜ ସୌନ୍ଦର୍ଯ୍ୟରେ ଆକର୍ଷିତ କରି ପାରୁଥିଲେ ମଧ୍ୟ ତାଭିତରେ ଯଦି ଗୁଣ ଓ ସଂସ୍କାରର ଅଭାବ ରହିଥାଏ ତାହେଲେ ତାର ସୌନ୍ଦର୍ଯ୍ୟର କୌଣସି ଲାଭ ନଥାଏ।
ଦ୍ୱିତୀୟ କଥା ହେଉଛି ଶିକ୍ଷା,ଯଦି କୌଣସି ବ୍ୟକ୍ତି ପାଖରେ ଯେତେ ଅଧିକ ଶିଖାଥାଏ ବା ସେ ଯେତେ ବେଦ ଓ ବେଦାନ୍ତରେ ପାରଙ୍ଗମ ହୋଇଥାଉ।ସେ ଅନ୍ୟ ମାନଙ୍କ ଆଗରେ ନିଜର ସମ୍ପୂର୍ଣ୍ଣ ଗୁଣର ପ୍ରଦର୍ଶନ କରିଥାଏ ଓ ନିଜର ଗୁଣ ଗାନ କରୁଥାଏ ଓ ତାଠାରୁ କମ ଜ୍ଞାନ ଲୋକଙ୍କ ମଜାକ ଉଦେଇଥାଏ ବା ସେମାଙ୍କୁ ବେଇଜ୍ଜତ କରେଇଥାଏ।ଏତେ ଜ୍ଞାନ ଥାଇ ମଧ୍ୟ କୌଣସି ଲାଭ ହୋଇନଥାଏ ଯଦି ସେ ବ୍ୟକ୍ତି ନିଜ ଜ୍ଞାନର ଭଲ ଭାବରେ ପ୍ରଦର୍ଶନ କରିନପାରେ ବା ନିଜ ବିଦ୍ୟାକୁ ସଠିକ ସ୍ଥାନରର ନଲଗେଇ ପାରେ ତାହେଲେ ତା ବିଦ୍ୟାର କୌଣସି ମହତ୍ୱ ନଥାଏ।
ତୃତୀୟ କଥା ହେଉଛି ଧନ,ଆଜିକାଲି କାର୍ଯ୍ୟବହୁଳ ଜୀବନ ହେଇଥାଉ ବା ପୂର୍ବକାଳର ସାଧାସିଧା ଜୀବନ ହେଉ ଏହିଠାରେ ଧନର ମହତ୍ୱ ରହିଅଛି।ମଣିଷ ନିଜ ସତ୍ତାରେ ଆସେ ଓ ସତ୍ତାରୁ ବାହାରି ଥାଏ କିନ୍ତୁ ଧନ ସେହି ଭଳି ନିଜର କାୟା ବିସ୍ତାର କରି ରଖିଥାଏ।ଆଜିକାଲି ଯାହାପାଖରେ ଧନର ମାତ୍ରା ଅଧିକ ଥାଏ ସେ ଧନ ବାନ ହୋଇଥାଏ ଓ ଯଦି କାହାପାଖରେ ଧନର ଅଭାବ ରହିଥାଏ ସେ ନିଜକୁ ଏ ଦୁନିଆରେ ସବୁଠାରୁ ହିନ ବୋଲି ଭାବିଥାଏ ଓ ନିମ୍ନ ବୋଲି ମାନିଥାଏ।ଯଦି ଏହି ଧନ ସମସ୍ତଙ୍କ ଭଲ ପାଇଁ ବ୍ୟବହାର ନକରାଯାଏ ତାହେଲେ ଏହା ବ୍ୟର୍ଥ ହୋଇଥାଏ।ମାନେ ଧନର ସଂଞ୍ଚୟ କରିବା ଅପେକ୍ଷା ଭଲ ଭାବରେ ଏହାର ବ୍ୟବହାର କଲେ ସମସ୍ତେ ଲାଭରେ ରହିଥାନ୍ତି।
ଚତୁର୍ଥ କଥା ହେଉଛି ଶ୍ରେଷ୍ଠ କୁଳ,ଯଦି କୌଣସି ଉଚ୍ଚ କୂଳରେ ଜନ୍ମ ହୋଇଥିବା ବ୍ୟକ୍ତିର ସ୍ଵଭାଵ ଭଲ ହୋଇନଥିବ ସେ କୁଳର ମାନ ସନ୍ନମାନ ବୁଡି ଯାଇଥାଏ।ଲୋକମାନେ ତାଙ୍କ ପୂର୍ବପୁରୁଷଙ୍କ ଦ୍ୱାରା କରାଯାଇଥିବା ଭଲ କାମକୁ ଭୁଲି ଯାଇଥାନ୍ତି ସେ କେତେ ଭଲ କାମ କରନ୍ତୁ ସେ ଯେତେ ମହାନ କାମ କରିଥାନ୍ତୁ ଲୋକ ମାନେ ତାକୁ ମନରଖି ନଥାନ୍ତି ଓ ତାଙ୍କର ଖରାପ କାମକୁ ଦେଖି ସେମାନଙ୍କର ବଦନାମୀ କରିଥାନ୍ତି।ଏହି ଥିଲା ସେ ଚାରୋଟି କଥା ଯାହାକୁ ପାଳନ କରି ଆପଣ ନିଜ ଜୀବନକୁ ଖୁସିରେ ଭରି ଦେଇ ପାରିବେ।