March 15, 2025

Odia Express

Leading Odia News Portal of Odisha

ମାତ୍ର ପାଞ୍ଚ ଦିନରେ ଧନିଆ ଗଛ ଲଗେଇବାର ଯାଦୁଇ ଉପାୟ – ଗଛ ଜଲ୍ଦି ବଢିବ ଏହି ଉପାୟ ରେ..

ନମସ୍କାର,ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ ଆଜିଆମେ ଜାଣିବା କି ଆମ ନିତ୍ୟ ଦିନ ଖାଦ୍ୟ ରେ ବ୍ୟବହୃତ ହେଉଥିବା ଧନିଆ ପତ୍ର ଆମେ କିପିରି ନିଜ ଘରେ ଉତ୍ତ୍ପାଦନ କରି ପାରିବା।କହିବାକୁ ଗଲେ ଏହି ଧନିଆ ପତ୍ର ଖାଦ୍ୟର ସ୍ୱାଦ ଯେମିତି ବଢ଼େଇ ଥାଏ ଏହା ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଆମେ କିପରି ଆମ ଘରେ ଏ ଧନିଆ ପତ୍ରର ଗଛ ଲଗେଇ ପାରିବା।ଆମେ ଏହି ଗଛକୁ ଲଗେଇବା ପାଇଁ ଆମେ ଗୋଟେ ଗିନା ଧନିଆ ମଞ୍ଜି ନେବା।ତାପରେ ଆମେ ତାକୁ ଲଗେଇବା ପାଇଁ ମାଟିକୁ ଭଲ ଭାବରେ ପ୍ରସ୍ତୁତ କରିବା ସେଥିବାପାଇଁ ୫୦% ମାଟି ନେବା ଓ ୩୦% ବାଲି ନେବା।ବାଲି ନେଇ ସାରିବା ପରେ ଆପଣ ଯେକୌଣସି ୨୦%ର କମ୍ପୋଷ୍ଟ ଖତ ମିଶେଇବା।ଆପଣ ଦେଖିବେ ଗୋଟେ ଧଳା ରଙ୍ଗର ମିଳେ ପାର୍ଲାଇଟ ଯାହାକୁ ମାଟିରେ ମିଶେଇଲେ ମାଟି ବହୁତ ଭଲ ଉର୍ବର ହୁଏ।

ଯଦି ଆପଣଙ୍କୁ ପାର୍ଲାଇଟ ଯଦି ନପାଉଛନ୍ତି ଆପଣ କେଵଳ ମାଟି,ବାଲି ଓ ଯେକୌଣସି ଭଲ ଖତ ନେଇ ପାରିବେ।ଆପଣ ଯେତେଭଲ ମାଟିକୁ ପ୍ରସ୍ତୁତ କରିବେ ଆପଣଙ୍କ ଗଛ ସେତେଭଲ ବଢିବ।ଆପଣ ଚାହିଁଲେ ଧନିଆ ମଞ୍ଜିକୁ ସେହି ଭଳି ପକେଇ ପାରିବେ ସେମିତିବି ଗଛ ଉଠିଯିବ କିନ୍ତୁ ଏହାଦ୍ୱାରା ଶିଘ୍ର ଓ ଗହଳିଆ ଗଛ ବାହାରିବ ନାହିଁ।ଆମେ ସମସ୍ତେ ଜାଣିଛୁ ଧନିଆ ଗଛ ଏତେ ଭଲ ଉଠେନି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କ ଘରେ ବହୁତ ଭଲ ଓ ସୁନ୍ଦର ଧନିଆ ଗଛ ଉଠିବ।

ଆପଣ ସେ ଧନିଆ ମଞ୍ଜିକୁ ବେଲଣା କାଠି ସାହାଯ୍ୟରେ ବେଲିଲା ଭଳି ଉପରୁ କେବଳ ହାଲ୍କା ହାଲ୍କା ବେଲଣା କାଠି ଚଲେଇ ନେବେ।ଯେଉଁଥିପାଇଁ ଧନିଆର ମଞ୍ଜି ଦୁଇ ଭାଗରେ ଭାଙ୍ଗି ଯିବ।ତାପରେ ଆପଣ ସେ ଭଙ୍ଗା ମଞ୍ଜିକୁ ପାଣି ଭିତରେ ୧-୨ ଘଣ୍ଟା ପର୍ଯ୍ୟନ୍ତ ଭିଜେଇ ରଖି ଦେବେ।ଯଦି ଆପଣ ଚାହିଁଲେ ନିଜ କୁଣ୍ଡରେ ଲଗେଇ ପାରିବେ ଯଦି ଆପଣଙ୍କ ପାଖରେ କୁଣ୍ଡର ସୁବିଧା ଉପଲବ୍ଧ ନାହିଁ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଆପଣ କିପରି ଏହାକୁ ଲଗେଇବେ।

ଆପଣଙ୍କ ଘରେ ଥିବା କୌଣସି ପୁରୁଣା ବାଲ୍ଟି କିମ୍ଭା ପ୍ଲାଷ୍ଟିକ ର ଚାଙ୍ଗୁଡ଼ି ନେବେ ଓ ତାପରେ ଆମେ ପଲଥିନ ବଦଳରେ ବ୍ୟବହାର ହେଉଥିବା ପୁନଃଚକ୍ରଣ ଯୋଗ୍ୟ ଜିନିଷ ବୁହା ବ୍ୟାଗ ନେବା।ତାପରେ ତାକୁ ମଝିରୁ କାଟି ସେ ବାଲ୍ଟି ଭିତରେ ବିଛେଇ ଦେବେ।ତାପରେ ଆପଣ ଭଲ ଭାବରେ ସେ ବାଲ୍ଟି ଭିତରେ ସେ ମାଟିକୁ ଭର୍ତ୍ତି କରିନେବେ।ତାପରେ ଆପଣ ଭିଜେଇ ଥିବା ଧନିଆ ମଞ୍ଜିକୁ ଆଣି ଆପଣ ସେ ମାଟି ଉପରେ ବିଛେଇ ନେବେ।ଆଉ ଗୋଟେ କଥା ଧ୍ୟାନ ଦେବେ ଆପଣ ଯେତେ ସମୟ ପର୍ଯ୍ୟନ୍ତ ସେ ମଞ୍ଜିକୁ ଭିଜେଇ ରଖିବେ ଆପଣଙ୍କ ମଞ୍ଜି ସେତେଭଲ ବଢିବ।

ଆପଣ ବହୁତ ପୁରୁଣା ଧନିଆ ମଞ୍ଜି ନେବେ ନାହିଁ ତାଜା ଧନିଆ ମଞ୍ଜି ନେବେ ଓ ତାପରେ ସେ ମଞ୍ଜି ବିଛେଇ ସାରିବା ପରେ ଭିଜେଇ ଥିବା ପାଣିକୁ ସେ ମାଟିର ଚାରି ପାଖରେ ଭଲ ଭାବରେ ଛିଞ୍ଚି ନେବେ।ତାପରେ ଆପଣଙ୍କ ବଳି ପଡିଥିବା ମାଟିରେ ସେ ମଞ୍ଜି ଗୁଡିକୁ ଭଲ ଭାବରେ ଢ଼ାଙ୍କି ନେବେ।ତାପରେ ଆପଣ ଦେଖିବେ ସମ୍ପୂର୍ଣ୍ଣ ଗୋଟେ ସପ୍ତାହ ପରେ ଛୋଟ ଛୋଟ ଗଛ ଆସିବା ଆରମ୍ଭ ହୋଇଯିବ।ଆପଣ ପୋତିଲା ବେଳେ ଧ୍ୟାନ ଦେବେ ବେଶି ଭିତରକୁ ମଞ୍ଜି ପକେଇବେ ନାହିଁ କେବଳ ଅଳ୍ପ ଭିତରୁ ପକେଇବେ ଯାହାଦ୍ୱାରା ଗଛ ଭଲ ବଢିବ।

ତାପରେ ଆପଣ ଦେଖିବେ ୧୨-୧୫ ଦିନ ପରେ ଭଲ ଭାବରେ ସମ୍ପୂର୍ଣ୍ଣ ଗଛ ଉଠି ଜୀଵ।ତାପରେ ଆପଣ ଦେଖିବେ ସମ୍ପୂର୍ଣ୍ଣ ୨୦ ଦିନ ପରେ ଆପଣଙ୍କ ବହୁତ ସୁନ୍ଦର ଧନିଆ ଗଛ ଉଠି ପ୍ରସ୍ତୁତ ହୋଇଯିବ।ଆପଣ ଏହାକୁ ମୂଳରୁ ନ ଓପାଡି ତାକୁ ଆପଣ ଉପରୁ ଉପରୁ କାଟି ନେବେ ଯାହା ଫଳରେ ଏହା ମୂଳରୁ ପୁଣି ନୁଆ ପତ୍ର କଅଁଳିବାକୁ ଆରମ୍ଭ କରିବ।ତାକୁ ସିଧା ସୁର୍ଯ୍ୟ କିରଣରେ ଆପଣ ରଖି ପାରିବେ ଓ ଶୀତଦିନେ ଗୋଟେଦିନ ଛାଡି ପାଣି ଦେବେ ଖରାଦିନେ ସବୁଦିନ ପାଣି ଦେବେ।

Leave a Reply

Your email address will not be published. Required fields are marked *