March 15, 2025

Odia Express

Leading Odia News Portal of Odisha

ଆପଣ ବି ଯଦି ମୂଷା ମାନଙ୍କ ଠାରୁ ଚିନ୍ତିତ ଅଛନ୍ତି ତ ଏହି ଜବରଦସ୍ତ ଉପାୟ ଆପଣାନ୍ତୁ , ଏହାଦ୍ୱାରା ଆଉ ଆପଣଙ୍କ ଘରକୁ ମୂଷା ଆସିବେନି..

ଆମ ଦୈନନ୍ଦିନ ଜୀବନ ରେ ମୂଷା ମାନେ ବହୁତ ଅସୁବିଧା ପହଞ୍ଚାଇ ଥାଆନ୍ତି। ସେମାନେ ଆମ ଘରେ ବହୁତ ପ୍ରକାର ର ଆସବାବପତ୍ର କୁ କାଟି ଦିଅନ୍ତି ଆଉ ସେମାନଙ୍କୁ ନଷ୍ଟ କରି ଦିଅନ୍ତି। ସେମାନେ ଯେ କେବଳ ଜିନିଷ କୁ ଖରାପ କରନ୍ତି ତାହା ନୁହଁ ବରଂ ସେମାନଙ୍କ ଦ୍ବାରା ଅନେକ ପ୍ରକାର ର ରୋଗ ଆମ ଭିତରେ ବ୍ୟାପି ଯାଇ ଥାଏ। ସେମାନେ ବହୁତ ଜାଗା ରେ ମଳ ମୂତ୍ର ଇତ୍ୟାଦି କରନ୍ତି ଯାହାଦ୍ୱାରା କି ଅନେକ ରୋଗ ବ୍ୟାପି ଥାଏ। ସେମାନଙ୍କୁ ଭଗେଇବା ପାଇଁ ଅନେକ ଲୋକ ମୂଷା ମରା ଔଷଧ ବ୍ୟବହାର କରନ୍ତି, ଏହାଦ୍ୱାରା ମୂଷା ଘରୁ ଯାନ୍ତିନି ବରଂ ତାକୁ ଖାଇ ଘରେ ହି ମରିଯାନ୍ତି। ଆଜି ଆମେ ଆପଣଙ୍କ ପାଖରେ କିଛି ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଘରୁ ମୂଷା ମାନଙ୍କୁ ସହଜରେ ଭଗେଇ ପାରିବେ। ତ ଚାଲନ୍ତୁ ଜାଣିବା।

ମୂଷା ଭଗେଇବା ରେ ପ୍ରଥମ ଉପାୟ ହେଉଛି ପେପର ମିଣ୍ଟ। ଏହାର ଗନ୍ଧ ମୂଷା ମାଙ୍କ ପାଇଁ କାଳ ହେଇଥାଏ ଆଉ ସେମାନେ ଏହାର ଗନ୍ଧ କୁ ଜମା ବି ଭଲ ଭାବରେ ସହି ପାରନ୍ତି ନାହିଁ। ସେମାନେ ଏହାକୁ ଶୁଙ୍ଘିବା କ୍ଷଣି ହି ଭାଗୀ ଯାଆନ୍ତି। ତ ଆପଣ ମୂଷା ମାନଙ୍କର ଆସିବା ସ୍ଥାନ ରେ ପେପର ମିଣ୍ଟ ରଖି ଦିଅନ୍ତୁ। ଆପଣଙ୍କ ଘରେ ଆଉ ମୂଷା ରହିବେନି।

ଲାଲ ଲଙ୍କା: ରୋଷେଇ ରେ ବ୍ୟବହାର ହେଉଥିବା ଲଙ୍କା ମୁଷା ମାନଙ୍କୁ ଖାଇବାକୁ ଜମା ବି ପସନ୍ଦ ନୁହଁ। ତ ଆଅଅଁ ମୁଷା ଗାତ ପାଖରେ ଲାଲ ଲଙ୍କା ରଖିଲେ ସେମାନେ ଏହାକୁ ଖାଇକି ଘରୁ ଚାଲିଯିବେ।

ତେଜ ପତ୍ର: ଏହା ବି ମୁଷା ଭଗେଇବା ପାଇଁ ବହୁତ ଭଲ ଉପାୟ ହେଇଥାଏ। ଏହାର ବ୍ୟବହାର ଦ୍ୱାରା ବି ଆମ ଘର ମାନଙ୍କରୁ ମୁଷା ପଳାନ୍ତି।

ମୁଷା ଧରିବା ପାଇଁ ଜନ୍ତା: ଏହା ଭିତରେ କିଛି ଏପରି ଜିନିଷ ରଖନ୍ତୁ ଯାହା କି ମୁଷା କୁ ଖାଇବାକୁ ପସନ୍ଦ। ତା ପରେ ମୁଷା ଏହାକୁ ଖାଇବା ପାଇଁ ଆସିବ ଆଉ ଜନ୍ତା ରେ ପଡିଯିବ।

ଆପଣଙ୍କ ଚୁଟି: ମୁଷା ଆପଣଙ୍କ ଚୁଟି ଖାଇଲେ ତାର ମୃତ୍ୟୁ ହେଇଯାଏ। ତ ଆପଣଙ୍କ ଚୁଟି ଦ୍ୱାରା ବି ତାଙ୍କୁ ଭଗେଇ ହେବ।
ପିଆଜ ଗନ୍ଧ: ପିଆଜ ଗନ୍ଧ ଦ୍ୱାରା ବି ମୁଷା ଘରକୁ ଆସନ୍ତି ନାହିଁ। ତ ପିଆଜ ତାଙ୍କ ଗାତ ପାଖରେ ବାର ବାର ରଖିଲେ ସେମାନେ ଘରୁ ପଳାନ୍ତି।

ଓଟ ଗୋଡ଼ ର ନଖ: ଏହାକୁ ମୁଷା ଙ୍କର ଆସିବା ସ୍ଥାନ ରେ ରଖିବା ଦ୍ୱାରା ମୁଷା ଆଉ ଘରକୁ ଆସନ୍ତି ନାହିଁ। ମୁଷା ଙ୍କର ଯିବା ସ୍ଥାନ ରେ କଳା ମରିଚ ପକେଇବା ଦ୍ୱାରା ବି ସେମାନେ ଆଉ ଆସନ୍ତିନି।  ମୁଷା ଙ୍କର ଗାତ ବନ୍ଦ କରିବା ପାଇଁ ଆପଣ ଲୁହା ଜାଲି ର ବ୍ୟବହାର କରନ୍ତୁ। ଏହାଦ୍ୱାରା ମୁଷା ଆଉ ଆପଣଙ୍କ ପାଖକୁ ଆସିବେ ନାହିଁ।

ଏହାଥିଲା ମୁଷା ଗୋଡେଇବା ର ଉପାୟ। ଏବେ ଆମେ ଜାଣିବା ମୁଷା ମାରିବାର ଉପାୟ। ଆପଣ କୋକୋ ପାଉଡର ଆଉ ଧଳା ପାଉଡର ମିସେଇକି ମୁଷା ଗାତ ପାଖରେ ପକେଇବା ଦ୍ୱାରା ସେମାନେ ଏହାକୁ ଖାଇ ମରିଯାନ୍ତି।

ଆଳୁ ଚୋପା ଖାଇବା ଦ୍ୱାରା ସେମାନେ ମରିଯାନ୍ତି। ତ ଆଳୁ ଚୋପା ଦ୍ୱାରା ସେମାନଙ୍କୁ ମାରି ହେବ।  ମାଉସ ଟ୍ରାପ ଦ୍ୱାରା ବି ସେମାନଙ୍କୁ ଧରି ମାରି ହେବ।  ଆଜିକାଲି ବଜାର ରେ ବହୁତ ମୁଷା ମରା ଜିନିଷ ମିଳିଯିବ। ମାତ୍ର ଆଜିର ଏହି ଉପାୟ ମାନଙ୍କ ଦ୍ୱାରା ଆପଣ ମୁଷା ଙ୍କୁ ନ ମାରି ବି ତାଙ୍କୁ ଭଗେଇ ପାରିବେ।

Leave a Reply

Your email address will not be published. Required fields are marked *