March 14, 2025

Odia Express

Leading Odia News Portal of Odisha

ତଣ୍ଟିରେ ହେଉଥିବା ଦରଜ ଓ ସଂକ୍ରମଣରୁ ରକ୍ଷା କରିବ ଏହି ଘରୋଇ ଉପାୟ – ଏହି ସମୟରେ ଜାଣିରଖନ୍ତୁ…

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଜାଣିବା କିପରି ଆମେ ତଣ୍ଟିରେ ଥିବା ଦରଜ ଓ ଯଦି ତଣ୍ଟି ବସିଯାଏ ତାହେଲେ ଆମେ ଏହାକୁ କିପରି ଠିକ କରିବା ସେ ବିଷ୍ୟୟରେ ଆମେ ଜାଣିବା।ସାଧାରଣତଃ ବର୍ଷା ଦିନେ ବା ଋତୁ ପରିବର୍ତ୍ତନ ବେଳେ ବହୁତ ଲୋକଙ୍କ ତଣ୍ଟି ବସିଯାଏ ଓ ତଣ୍ଟିରେ ଦରଜ ଆରମ୍ଭ ହୋଇଯାଏ ଓ ତାପରେ ଆମେ କଥା ହେବାରେ ଅସୁବିଧା ହୋଇଥାଏ।ତାପରେବି ଆମେ କିଛି ଥଣ୍ଡା ଗରମ ଖାଇବା ଦ୍ୱାରା ଆମକୁ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଆପଣଙ୍କ ଗଳା ଫୁଲିଯାଏ,ଆପଣଙ୍କ ଗଳା ଜାମ ହୋଇଯାଏ ସେଥିପାଇଁ ଆଜି ଆମେ ଏକ ଘରୋଇ ପ୍ରତିକାର ଆପଣଙ୍କ ସହିତ ବାଣ୍ଟିବାକୁ ଯାଉଛୁ ଯାହାଦ୍ୱାରା ଆପଣ ବହୁତ ଭଲ ଭାବରେ ଆପଣଙ୍କ ଗଳାକୁ ସଫା କରି ପାରିବେ ଓ ବହୁତ ଶିଘ୍ର ଠିକ ମଧ୍ୟ କରି ପାରିବେ।ଆଉ ସମୟ ଅନୁସାରେ ଲୋକମାନେ ଯେଉଁ ଗୁଟକା ଓ ତମ୍ଭାଖୁର ସେବନ କରିବା ଓ ଅପରିଷ୍କାର ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କ ତଣ୍ଟିରେ ସଂକ୍ରମଣ ମଧ୍ୟ ହୋଇଯାଇଥାଏ ଆମେ ଦେଇଥିବା ଉପାୟ ଦ୍ୱାରା ଆପଣ ବହୁତ ଶିଘ୍ର ନିଜର ତଣ୍ଟିକୁ ଭଲ କରି ପାରିବେ।

ତେବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ସଠିକ ଉପାୟ ଯାହାଦ୍ୱାରା ଆପଣ ବହୁତ ସହଜରେ ଆପଣ ନିଜ ତଣ୍ଟି ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ।ଯେତେବେଳେ ଆମକୁ ତଣ୍ଟି ସଂକ୍ରମଣ ହୋଇଥାଏ ତାହେଲେ ଆମ ପାଇଁ ଉଷୁମ ପାଣିହିଁ ବହୁତ ବଢିଆ ଔଷଧ ଭଳି କାର୍ଯ୍ୟ କରେ ଓ ଏହି ଉପାୟ ତିଆରି କରିବା ପାଇଁ ମଧ୍ୟ ଆମେ ଏହି ଭଳି ଉଷୁମ ପାଣି ନେବା।ଆମକୁ ଗୋଟେ ସଫା ଗିଲାସରେ ଗିଲାସେ ଉଷୁମ ପାଣି ନେବାର ଅଛି।

ତାପରେ ସେ ଉଷୁମ ପାଣିରେ ଆମକୁ ଅଧା ଛୋଟ ଚାମୁଚ ହଳଦୀ ପକେଇବେ।ତାପରେ ହଲଦୀକୁ ପକେଇ ସାରିବା ପରେ ଆମେ ସେଥିରେ ଅଳ୍ପ ଲୁଣ ମିଶେଇବେ।ତାପରେ ସେ ଚାମୁଚ ସାହାଯ୍ୟରେ ସେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇ ନେବା।ତାପରେ ଏହା ଭିତରେ ଶେଷରେ ମିଶେଇବା ମହୁ ମାତ୍ର ଅଧା ଛୋଟ ଚାମୁଚ।ତାପରେ ସେ ସବୁ ଜିନିଷକୁ ଭଲ ଭାବରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।ଏବେ ଆମ ତାକୁ କୁଳୁ କୁଳୁ କରିବା ପାଇଁ ପାଣି ପ୍ରସ୍ତୁତ ହୋଇଗଲା।ହଳଦୀର ଥିବା ଆଣ୍ଟିବ୍ୟାକ୍ଟେରିଆଲ ତତ୍ୱ ଆମ ଶରୀର ପାଇଁ ବହୁତ ଲାଭ ଦାଇ ହୋଇଥାଏ ଓ ଏହା ଦ୍ୱାରା ଆମ ଶରୀରର ଯେକୌଣସି ସଂକ୍ରମଣ ଶିଘ୍ର ଭଲ ହୋଇଯାଇଥାଏ।

ଆପଣ ଏହି ଘରୋଇ ଉପାୟକୁ ସକାଳୁ ପ୍ରସ୍ତୁତ କରି ସକାଳୁ ସକାଳୁ ଖାଲି ପେଟରେ ଏହାକୁ କୁଳୁ କୁଳୁ କରିବେ।ଯଦି ଆପଣଙ୍କ କଷ୍ଟ ବହୁତ ଅଧିକ ଅଟେ ଆପଣ ସକାଳୁ ଏହାକୁ ବ୍ୟହାର କରି ଦିନରେ ଦୁଇଥର ନହେଲେ ତିନିଥର ଏହା ଦ୍ୱାରା ଆପଣ କୁଳୁ କୁଳୁ କରିପାରିବେ।ଆପଣ ଯଦି ଚାହିଁବେ ଏହାକୁ ରାତିରେ ପିଇ ପାରିବେ।ଏହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ ଏହା ଦ୍ୱାରା ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ।ଯଦି ଆପଣ ଉଚ୍ଚରକ୍ତ ଚାପ ରୋଗୀ ଆପଣ ବିନା ଲୁଣରେ ଏହାର ସେବନ କରି ପାରିବେ।ଯଦି ଆପଣଙ୍କ କଷ୍ଟ ବହୁତ ଅଧିକ ହେଉଛି ଆପଣ ଏହି ଉପାୟକୁ ବ୍ୟବହାର କରିବା ସହିତ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ।

Leave a Reply

Your email address will not be published. Required fields are marked *