March 17, 2025

Odia Express

Leading Odia News Portal of Odisha

ରୁଟି ବନାଉଥିବା ବେଳେ ଅଟାରେ ମିଶାଇଦିଅନ୍ତୁ ଏହି ଜିନିଷ , କବଜ୍ ଏବଂ ଗ୍ୟାସର ସମସ୍ୟାରୁ ମିଳିବ ଆଶ୍ୱସ୍ତି ..

ସବୁ ବ୍ୟକ୍ତି ଦୁଇ ଟାଇମ୍ ରୁଟିର ସେବନ କରିଥାଏ , ସେ ପରିବା ତରକାରୀ ଯାହା ବି ହେଉ ନା କାହିଁକି , କିନ୍ତୁ ରୁଟି ଖାଇବା ମଣିଷ ପାଇଁ ବହୁତ ଜରୁରୀ ଖାଦ୍ୟପଦାର୍ଥ ହୋଇଥାଏ , ରୁଟିରେ ଗହମରୁ ତିଆରି ଅଟା ହେବା ଦରକାର , ଏହା ପାଇଁ ଡାକ୍ତର ବି ଉପଦେଶ ଦିଅନ୍ତି , ରୁଟି ମଣିଷ ଶରୀରରେ ନାନା ପ୍ରକାରର ପ୍ରୋଟିନ୍ , ଭିଟାମିନ୍, ଓ ଫାଇବର୍ ପରି ଖଣିଜ ଲବଣ ପ୍ରଦାନ କରିଥାଏ , ଯଦି ଆପଣଙ୍କୁ ପେଟ ସଂବନ୍ଧିତ କିମ୍ବା ମଧୁମେହ ପରି ରୋଗ ଅଛି ତେବେ ରୁଟି ଖାଇବାକୁ ଉପଦେଶ ମିଳିଥାଏ , ଏମିତିରେ ରୁଟି ବନାଉଥିବା ସମୟରେ ଅଟାରେ ମିଶାଇଦିଅନ୍ତୁ ଏହି ଜିନିଷ ଯାହା ଦ୍ୱାରା ରୁଟିର ସ୍ୱାଦ ଦୁଇଗୁଣା ବଢିଯିବ , ଓ ନାନାପ୍ରକାରର ଫାଇଦା ମିଳିପାରିବ । ବହୁତ ଲୋକ ଅଛନ୍ତି ଯେଉଁମାନେ ବ୍ଲଡ୍ ପ୍ରେସର୍ କିମ୍ବା ଡାଇବେଟିଜ୍ ରୋଗରେ ପିଡିତ ହୋଇଥାନ୍ତି , ଏମିତିରେ ରୁଟିରେ ଓଟ୍ସ ମିଶାଇଦେବା ଉଚିତ୍ , ଯାହା ଦ୍ୱାରା ଖାଇବାର ସ୍ୱାଦ ବି ବଢିବ ଓ ସ୍ୱାସ୍ଥ୍ୟ ବି ଠିକ୍ ରହିବ ।

୧) ମଧୁମେହ : ଆଜିର ସମୟରେ ମଧୁମେହ ମାନେ ଡାଇବେଟିଜ୍ ପରି ସମସ୍ୟା ସାଧାରଣ ହୋଇଯାଇଛି , ଏହି ରୋଗ କାହାକୁ ବି ହୋଇପାରେ , ଯେଉଁ ଲୋକ ମଧୁମେହ ରୋଗରେ ପିଡିତ ଅଛନ୍ତି , ତାଙ୍କୁ ଅଟାରେ ଓଟ୍ସ ମିଶାଇକରି ଖୁଆନ୍ତୁ , ଏଥିରେ ଇନସୁଲିନ୍ ସନ୍ତୁଳିତ ରହିଥାଏ , ଓ ଇନସୁଲିନ୍ ମାତ୍ରା ବଢିଥାଏ , ମଧୁମେହ ରୋଗୀଙ୍କ ପାଇଁ ଏହା ଫାଈଦାଦାୟକ ଦାୟକ ହେବ ।

୨) ଗ୍ୟାସ୍ ଓ କବଜ୍ ପରି ସମସ୍ୟା : ଯେଉଁ ଲୋକଙ୍କର ଗ୍ୟାସ୍ କିମ୍ବା କବଜ୍ ପରି ସମସ୍ୟା ହେଉଛି , ତାଙ୍କୁ ଏକ ଚତୁର୍ଥାଶଂ ଭାଗ ଓଟ୍ସ ଓ ବାକି ଅଟା ମିଶାଇକରି ସବୁଦିନ ଖାଇବା ଉଚିତ୍ , ଏହି ମିଶ୍ରଣରୁ ପାଚନ କ୍ରିୟା ମଜବୁତ୍ ହେବ , ଓ କବଜ୍ ଗ୍ୟାସ୍ ପରି ସମସ୍ୟା ଆସିବ ନାହିଁ , ଏଥିରେ ବହୁତ ପରିମାଣର ଫାଇବର୍ ଥାଏ ,ଯାହା ଖାଦ୍ୟକୁ ପଚାଇବାରେ ସାହାଯ୍ୟ କରେ ।

୩) ବ୍ଲଡ୍ ପ୍ରେସର୍ ବା ରକ୍ତଚାପ : ଆଜିର୍ କର୍ମ ବ୍ୟସ୍ତ ଜୀବନରେ ସବୁ ବ୍ୟକ୍ତିଙ୍କ ଲୋକଙ୍କୁ ବ୍ଲଡ୍ ପ୍ରେସରର ଅସୁବିଧା ଅଛି , ଯେଉଁ ଲୋକଙ୍କୁ ଏହି ଅସୁବିଧା ହେଉଛି ତାଙ୍କୁ ଗହମର ଅଟାରେ ଓଟ୍ସ ମିଶାଇକରି ରୁଟି ଖୁଆନ୍ତୁ , ମୁଖ୍ୟ ରୁପରେ ଏମିତି ରୋଗ ପାଇଁ ଏହା ରାମବାଣ ଚିକିତ୍ସା ଅଟେ,  ଏହା ଆପଣଙ୍କ ବ୍ଲଡ୍ ପ୍ରେଅଅରକୁ ସାମାନ୍ୟ ରଖିବାରେ ସାହାଯ୍ୟ କରିବ ,ଓ ଆପଣଙ୍କୁ ସୁସ୍ଥ୍ୟ ଓ ମଜବୁତ୍ ରଖିବ ।

୪) ଫିଟ୍ ରଖିବାରେ ସାହାଯ୍ୟ କରେ : ଯଦି ଆପଣଙ୍କ ଶରୀରରେ ଅଧିକା ମେଦବହୁଳତ ହେଉଛି , ତେବେ ଜିମ୍ କିମ୍ବା ୱାର୍କଆଉଟ୍ କରିବାରେ କୌଣସି ପରିଣାମ ମିଳୁନାହିଁ , ତେବେ ଚିନ୍ତା କରନ୍ତୁ ନାହିଁ  ଆପଣଙ୍କ ଖାଉଥିବା ରୁଟିରେ ଓଟ୍ସ ମିଶାଇକରି ଖାଇବା ଆରମ୍ଭ କରିଦିଅନ୍ତୁ , ଏମିତି କରିଲେ ଆପଣଙ୍କ ପାଚନ କ୍ରିୟା ସଠିକ୍ ରହିବ ଓ ବଢୁଥିବା ଫ୍ୟାଟ୍ ବା ମେଦବହୁଳତା କମ୍ ହୋଇଯିବ ।

Leave a Reply

Your email address will not be published. Required fields are marked *