କନ୍ୟାର ବାପା ବରକୁ ଯୌତୁକ ରେ ଦେଲେ ୨ ଲକ୍ଷ ୫୧ ହଜାର ଟଙ୍କା – ତେବେ ପୁଅ ହାତ ଯୋଡିକରି କହିଲା ଏପରି କଥା ଯେ ଜାଣିଲେ ଗର୍ବ କରିବେ ଆପଣ…

ଭାରତୀୟ ସମାଜରେ ଆଜି ବି ଝିଅ ବିବାହରେ ଯୌତୁକ ଦେବା ପ୍ରଚଳନ ଜାରି ଅଛି , ହଁ ଆଜ୍ଞା , ଝିଅ ଘର ତରଫରୁ ପୁଅ ବାଲାଙ୍କୁ ଗିଫ୍ଟ ରୁପରେ ଲକ୍ଷାଧିକ ଟଙ୍କା ଦିଆଯାଈଥାଏ , ଯାହାକୁ ଆଇନଗତ ଭାଷାରେ ଯୌତୁକ କୁହାଯାଏ , ଯାହାକି ନେବା କିମ୍ବା ଦେବା ପାପ ଅଟେ , କିନ୍ତୁ ଆଜିର ସମାଜରେ ଖୋଲାଖୋଲି ଏହା ଚାଲୁଛି , ଏମିତିରେ କିଛି ରାଜସ୍ଥାନର ନାଗୋରର ଏକ ରାଜପୁତ ସମାଜ କରିଛନ୍ତି ଯାହାକି ତାଙ୍କ ବିବାହରେ ହୋଇଥିଲା, ବିବାହରେ କନ୍ୟାର ବାପା ବରକୁ ଏକ ନୋଟ୍ ଭରା ଥାଳିଦେଲେ , କିନ୍ତୁ ତାପରେ ଯାହା ହେଲା ତାହାର ପ୍ରଶଂସା ସମସ୍ତେ କରୁଛନ୍ତି , ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।
ରାଜସ୍ଥାନର ନାଗୋର ଏକ ରାଜପୁତ ପୁଅଙ୍କ ବିବାହ ହେଉଥିଲା , ଓ ସେହି ସମୟରେ କନ୍ୟାର ବାପା ତାହାର ସାମ୍ନାରେ ଏକ ନୋଟ୍ ର ଥାଳି ରଖିଦିଅନ୍ତି , ଯାହାକୁ ଟିକା ରୀତିନୀତି କୁହାଯାଏ , ରାଜପୁତ ସମାଜରେ ଯେବେ ବର କନ୍ୟାଙ୍କ ଘରକୁ ଯାଇଥାଏ , ତେବେ ଟିକା ରୀତିନୀତି ଅନୁସାରେ ଝିଅର ବାପା କିଛି ପଇସା ଓ ଅଳଙ୍କାର ଦିଅନ୍ତି , ଏମିତି କିଛି ଏହି ପୁଅର ବାହାଘରରେ ହେଲା , କିନ୍ତୁ ବର ଏହି ନୋଟ୍ ଭରା ଥାଳି ସହ କିଛି କଲା ଯାହା ନାଗୋର ରେ ଏହି ବିବାହ ପୁରା ଇଣ୍ତିଆରେ ଫେମସ୍ ହୋଇଗଲା , ଯେବେ ବରର ଟିକା କରାଯାଉଥିଲା
ତେବେ ତାର ସାମ୍ନାରେ ଶଶୁର ନୋଟ୍ ଭରା ଏକ ଥାଳି ଥୋଇଲେ , ଯେଉଁଥିରେ ୨,୫୧ ଲକ୍ଷ ଟଙ୍କା କ୍ୟାଶ୍ ଥିଲା , କହିଦେବୁ କି ବରର ନାଁ ହରେନ୍ଦ୍ର ସିଂ ଅଟେ, ଯେବେ ହରେନ୍ଦ୍ର ସାମ୍ନାରେ ଏହି ଥାଳି ଥିଲା , ସେ ନିଜ ଶଶୁରକୁ ହାତ ଯୋଡି କହିଲା କି ଏହି ଥାଳି ମୁଁ ନେଇପାରିବି ନାହିଁ , କାରଣ ଆମର ଯୌତୁକ ପ୍ରଥା ଅନୁସାରେ ଯୌତୁକ ନେବା ପାପ ଅଟେ, ହରେନ୍ଦ୍ର ସିଂ ଏହି ଟିକା ରୀତିନୀତିକୁ ପାଳନ କରି ଏକ ଟଙ୍କା ନେଲେ ଓ ବାକି ପଇସା ନିଜ ଶଶୁରଙ୍କୁ ଫେରାଇନେବାକୁ କହିଲେ ।
ବରର ଏହି କଥା ଶୁଣିକରି କନ୍ୟାର ବାପାଙ୍କ ଆଖିରେ ଲୁହ ଚାଲି ଆସିଲା , ଏତିକି ନୁହେଁ ହରେନ୍ଦ୍ରଙ୍କ ବାପା କହିଲା ଆଜି ମୋତେ ମୋର ପୁଅ ଉପରେ ଗର୍ବ ଅଛି, ସେ ଏକ ଭଲ ଫଇସଲା ନେଇଛି , ଏହାପରେ କନ୍ୟାର ବାପା କହିଲେ କି ଆଜି ମୁଁ ଖୁସି ହୋଇଛି , କି ମୋତେ ଏମିତି ଜ୍ୱାଇଁପୁଅ ଓ ସମୁଦି ମିଳିଛନ୍ତି , ସତରେ ମୋର ଜୀବନ ସଫଳ ହେଲା, ମୋତେ ଏବେ ମୋର ଝିଅ ପାଇଁ ଚିନ୍ତା ନାହିଁ , କାରଣ ଏତେ ଭଲ ପୁଅ ମିଳିଛି , ଯାହାକି ସେ ନିଜ ସ୍ତ୍ରୀର ସବୁବେଳେ ଧ୍ୟାନ ରଖିବ ।
ହରେନ୍ଦ୍ର ସିଂଙ୍କ ପରି ସବୁ ଯୁବକଙ୍କୁ ଯୌତୁକ ବିପକ୍ଷରେ ସ୍ୱର ଉତ୍ତୋଳନ କରିବା ଉଚିତ୍ , ସବୁ ମା ବାପା ନିଜ ଝିଅ କୁ ପାଠ ପଢାଇ ବଡ କରିଥାନ୍ତି , କିନ୍ତୁ ଯେବେ ବିବାହର କଥା ଆସେ ତେବେ ତାଙ୍କୁ ଚିନ୍ତା ଲାଗେ , ଏମିତିରେ ସବୁ ପୁଅଙ୍କୁ ହରେନ୍ଦ୍ର ସିଂଙ୍କ ଠାରୁ ଶିକ୍ଷା ନେବା ଉଚିତ୍ , ଓ ଯୌତୁକ ବିପକ୍ଷରେ ସ୍ୱର ଉଠାଇବା ଉଚିତ୍ , ଯାହାଦ୍ୱାରା କେଉଁ ବାପା ନିଜ ଝିଅର ଯୌତୁକ ପାଇଁ ଚିନ୍ତା କରିବ ନାହିଁ , ଆମର ସମାଜ ଯୌତୁକ ମୁକ୍ତ ସମାଜ ଭାବେ ଜଣାଯାଉ