ବିଜ୍ଞାନ ଆଉ ସାରା ଦୁନିଆ ଆଶ୍ଚର୍ଯ୍ୟ ହେଉଛି,ଯାହାକୁ ଅଳିଆ ଭାବୁଥିଲେ ସେ ହିଁ ହେଉଛି ଗୋଟେ ପ୍ରକାରର ବନସ୍ପତି..

ଆମ ପ୍ରକୃତିରେ ବିଭିନ୍ନ ପ୍ରକାରର ଔଷଧିୟ ପଦାର୍ଥ ଭରି ରହିଅଛି କିନ୍ତୁ ଆମକୁ ଏହି ସବୁ ଔଷଧି ବିଷୟରେ ଜ୍ଞାନ ନଥିବାରୁ ଆମେ ଏହାକୁ ନା ଚିନ୍ହିପାରୁ ନା ଜାଣି ପାରୁ ନା ଏହାକୁ ଆମ ନିତ୍ୟ ଜୀବନରେ ବ୍ୟବହାର ଉପଯୋଗୀ କରି ପାରୁ।ଆମ ପ୍ରାକୃତିକ ସଂଗ୍ରହାଳୟରେ ବହୁତ ଅଦ୍ଭୁତ ଓ ଅମୂଲ୍ୟ ସମ୍ପତି ସବୁ ଭରି ରହି ଅଛି।ଏହି ସବୁ ଜଡିବୁଟି ଆମ ଆଖପାଖରେ ମିଳିଥାଏ।ବହୁତ ଲୋକ ଏହି ଔଷଧୀୟ ଗଛକୁ ଘାସ ପତ୍ର ଭାବି ଉପାଡି ଫୋପାଡ଼ି ଦିଅନ୍ତି ଆଉ କେତେକ ଏହାକୁ ଅଣଦେଖା କରି ଦିଅନ୍ତି।
ଆମେ ଆଜି ଯେଉଁ ବନସ୍ପତି ବିଷୟରେ କହିବାକୁ ଯାଉଛୁ ଏହା ଏକ ଅମୃତ ସହିତ ସମାନ ଅଟେ।ମନୁଷ୍ୟର ଜୀବନକୁ ଖୁସି ଦେବା ପାଇଁ ଓ ବିଭିନ୍ନ ରୋଗରୁ ମୁକ୍ତ ରଖିବା ପାଇଁ ଏ ଗଛର ବହୁତ ବଡ଼ ଭୂମିକା ରହି ଅଛି।ଆଜି ଆମେ ଯେଉଁ ବନସ୍ପତି ବିଷୟରେ ଜାଣିବାକୁ ଯାଉଛୁ ତାହା ହେଉଛି ଘନେରୀ।ଏହା ଆମ ଭିତରେ ଆମ ଆଖ ପାଖ ଅଞ୍ଚଳରେ ଆମକୁ ମିଳିଥାଏ।ଆଜି ଆମେ ଏଠାରେ ଘନେରୀର ଲାଭ ଓ ଉପକାରିତା,ବ୍ୟବହାର ବିଷୟରେ ବହୁତ ଭଲ ଭାବରେ ଜାଣିବା।
ଏହାକୁ ଘନେରୀ (ରାଏମୁନିଆ) ଆଉ ଅଲଗା ଅଲଗା କ୍ଷେତ୍ରରେ ଅଲଗା ଅଲଗା ନାମରେ ଏହା ଜଣାଯାଇଥାଏ ଓ ସଂସ୍କୃତରେ ଏହାକୁ ଅଗ୍ନି ମତ ନାମରେ ଆମେ ଜାଣିଥାଉ ଆଉ ଏହାର ବୈଜ୍ଞାନିକ ନାମ ହେଉଛି ଲାଟିନା କାନେରୀ ବୋଲି କୁହାଯାଏ,ତେଲୁଗୁରେ ଏହାକୁ ପୁଲି କମ୍ପା ନାମରେ ଜଣାଯାଏ।ଏହି ଗଛ ବୁଦା ଭଳି ହୋଇଥାଏ ଆଉ ଏହା ଚାରି ଆଡେ ବିକଶିତ ହୋଇଥାଏ ଏହା ସାଧାରଣତଃ ନଦି କୂଳରେ,କ୍ଷେତରେ ଓ ରାସ୍ତା କଡ଼ରେ ବହୁତ ଗହଳିଆ ହୋଇ ବଢିଥାଏ।ଏହି ଗଛରେ ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟି ଫୁଟିଥାଏ।
ଏହାକୁ କେହି ଲଗେଇ ବାକୁ ପଡିନଥାଏ ଓ ଏହା ଆପେ ଆପେ ଉଠି ଥାଏ।ଏହି ଗଛର ଖାସ କଥା ହେଉଛି ଏହାକୁ ଜୀବଜନ୍ତୁ ଖାଇବାକୁ ପସନ୍ଦ କରନ୍ତି ନାହିଁ।ଏହାର ବାସ୍ନା ବହୁତ ଖରାପ ହୋଇଥାଏ।ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ ଯଦି ଆପଣଙ୍କୁ ଥଣ୍ଡା,ଜ୍ଵର ଭଳି ସମସ୍ୟା ଆଦିକୁ ଦୁର କରିବା ପାଇଁ ଆମେ ତାର ପତ୍ରକୁ ଆଣି ହାତରେ ଦଳି ସୁଙ୍ଗିବା ମାତ୍ରକେ ଆପଣଙ୍କ ମୁଣ୍ଡ ବିନ୍ଧା ଓ ସବୁ ଥଣ୍ଡା ଜନିତ ସମସ୍ୟା ସବୁ ଦୁର ହୋଇଥାଏ।ଏହି ଗଛର ପତ୍ରରେ ଏମିତି ଔଷଧିୟ ଗୁଣ ଥାଏ ଯାହାଦ୍ୱାରା ଘରୁ ମଶାମାନଙ୍କୁ ଦୁର କରିଥାଏ।
ମଶା ମାନଙ୍କୁ ଦୁର କରିବା ପାଇଁ ଆମେ ସେ ଘନେରୀ ପତ୍ରକୁ ନେବେ ଜମା ଥିବା ପାଣିରେ ପକେଇ ଦେବେ ଯାହାଫଳରେ ସେ ପାଣିରେ ଥିବା ଗନ୍ଧ ଆଦି ଦୁର କରିଥାଏ ଯାହାଦ୍ୱାରା ମଶା ମାନେ ଦୁରେଇ ଯାଇଥାଏ।ମଶା ମାନେ ଡେଙ୍ଗୁ,ମ୍ୟାଲେରିଆ ଭଳି ରୋଗ କରେଇ ଥାଆନ୍ତି ଯାହାଫଳରେ ଆମେ ଏହି ଉପାୟ ଦ୍ୱାରା ଆମେ ମଶା ମାନଙ୍କ ପାଖରୁ ବଞ୍ଚି ପାରିବା।ଏହାର ପତ୍ରକୁ ଆମେ ଯଦି କାଢ଼ା ଵନେଇ ବା ଚା ବନେଇ ପିବା ଦ୍ୱାରା ଆମେ ଆମ ଶରୀରକୁ ଦୁର୍ବଳତା ଦୁର କରିପାରିବା।ଏଥିରେ ଜୀବାଣୁ ରୋଧକ ଗୁଣ ଥାଏ।
ଯଦି ଆପଣଙ୍କର ଗୋଡ଼ ହାତ କିମ୍ବା ଶରୀର କୌଣସି ଅଙ୍ଗରେ,ଯଦି କୌଣସି ପ୍ରକାରର କଟିଯାଇଥାଏ ବା ଖଣ୍ଡିଆ ହୋଇଯାଇଥାଏ,ପୁରୁଣାରୁ ପୁରୁଣା ଘା ଆଦିକୁ ଆମେ ଏହାର ପତ୍ରକୁ ବାଟୀ ସେ ଖଣ୍ଡିଆ ସ୍ଥାନରେ ଲଗେଇଲେ ଆପଣଙ୍କ ଘା ଆଦି ସ୍ଥାନକୁ ବହୁତ ଶୀଘ୍ର ପୁର୍ଣ୍ଣ କରିଥାଏ।ଯଦି ଆପଣଙ୍କ ଘର ଆଖ ପାଖରେ ମଶା ଅଧିକ ହେଉଛନ୍ତି ତାହେଲେ ଆପଣ ଏହାର ପତ୍ରକୁ ଆଣି ସୁଖେଇ ଜଳେଇବା ଦ୍ୱାରା ମଶା ମାନେ ସବୁ ଦୂରକୁ ପଳାନ୍ତି।ଦାନ୍ତରେ କୌଣସି ସମସ୍ୟା ଥିଲେ ଏହାକୁ ଫୁଟେଇ କାଢ଼ା ବନେଇ ନେବେ ଆଉ ତାକୁ ଉଷୁମ କରି କୁଳୁକୁଳୁ କରିବେ ଯାହାଦ୍ୱାରା ଆପଣଙ୍କ ଦାନ୍ତର ସମସ୍ୟା ବହୁତ ଶିଘ୍ର ଠିକ ହୋଇଯିବ।ମୁଣ୍ଡ ବିନ୍ଧୁଥିଲେ ଏହାର ପତ୍ରକୁ ବାଟୀ ମୁଣ୍ଡରେ ଲେପ ଲଗେଇଲେ ମୁଣ୍ଡ ବିନ୍ଧା ଦୁର ହୋଇଥାଏ।ଏହା ଥିଲା ଏହି ଘନେରୀ ବନସ୍ପତିର କେତେ ଗୁଡିଏ ଲାଭକାରୀ ଗୁଣ।