ସକାଳୁ ଉଠୁ ଉଠୁ ଶିବ ଭଗବାନଙ୍କ ଏହି ୧୨ ଟି ଜ୍ୟୋତିର୍ଲିଙ୍ଗଙ୍କ ନାମ ନେବା ଦ୍ୱାରା ଆପଣଙ୍କ ଜୀବନ ଖୁସିରେ କଟିବ

ଯଦି ଆପଣ ଗୋଟେ ଛୋଟ ଉପାୟ ସକାଳୁ ଉଠି କରିବାଦ୍ୱାର ଆପଣଙ୍କ ମନୋକାମନା ନିଶ୍ଚିନ୍ତ ଭାବରେ ପୁର୍ଣ୍ଣ ହେବ।ଆପଣ ଏହି ଛୋଟ ଉପାୟ କରିବା ଦ୍ୱାରା ଭଗବାନ ଶିବ ନିଶ୍ଚିନ୍ତ ଭାବରେ ନିଜ ଭକ୍ତ ମାନଙ୍କର ଇଛା ପୁର୍ଣ୍ଣ କରିବେ ଆଉ ଆପଣଙ୍କର କଲ୍ୟାଣ କରିବେ ଓ ତାଙ୍କୁ ଜୀବନରେ ସଠିକ ମାର୍ଗ ଦେଖେଇଛନ୍ତି ଯାହାଦ୍ୱାରା ସେମାନଙ୍କ ଜୀବନରେ ସୁଖ ସଂବୃଦ୍ଧି ବୃଦ୍ଧି ପାଇଥାଏ।ଯାହା ଆପଣଙ୍କ ମନରେ ଥିବା ମନୋକାମନା ବହୁତ ଶିଘ୍ର ପୁର୍ଣ୍ଣ ହୋଇଯିବ ଓ ଏଥିପାଇଁ ଆପଣଙ୍କୁ ସକାଳୁ ଉଠି କୌଣସି ପୂଜା ପାଠ କରିବା ଆଵଶ୍ୟକତା ହୋଇନଥାଏ।
ଆପଣଙ୍କୁ ନା କୌଣସି ଟଙ୍କା ପଇସା ଖର୍ଚ୍ଚ କରିବାର ଅଛି ନା ଆପଣଙ୍କୁ କାହାକୁ ପଇସା ଦେବାର ଅଛି ଆପଣଙ୍କୁ କେବଳ ଧ୍ୟାନ ପୂର୍ବକ ଏହି ଉପାୟର ଅବଲମ୍ଭନ କରିବାର ଅଛି।ଏହି ଶ୍ରାବଣ ମାସରେ ଲୋକ ବହୁତ ପୂଜା ପାଠ କରି ବହୁତ ପୂଣ୍ୟକୁ ଅର୍ଜନ କରିବାରେ ଲାଗିଛନ୍ତି।ଆମ ପୂର୍ବ ଜନ୍ମରେ ଥିବା ପାପ କାରଣରୁ ଆମେ ଏ ଜନ୍ମରେ କିଛି କଷ୍ଟ ପାଇଥାଉ ଆଉ ଏହାକୁ ସୁଖରେ ପରିବର୍ତ୍ତନ କରିବା ପାଇଁ ଆମକୁ ପୂଜା ପାଠ କରି ବିଭିନ୍ନ ସୁଖରେ ଅର୍ଜନ କରିବା ଆଵଶ୍ୟକ ହୋଇଥାଏ।ଆପଣ ମାନେ ସମସ୍ତେ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ବିଷୟରେ ଶୁଣି ଥିବେ।ଭଗବାନ ଶିଵଙ୍କର ୧୨ ଟି ଜ୍ୟୋତିର୍ଲିଙ୍ଗ ଅଛି ଆଉ ପ୍ରତ୍ୟକ ଲିଙ୍ଗର ବହୁତ ମହାତ୍ମ୍ୟ ରହି ଅଛି।
ଏହି ଜ୍ୟୋତିର୍ଲିଙ୍ଗର ନାମ ସ୍ମରଣ କରିବା ଦ୍ୱାରା ସେ ବ୍ୟକ୍ତି ଜୀବନରେ ବହୁତ ଖୁସିରେ ପରିପୂର୍ଣ୍ଣ ହୋଇଥାଏ।ଆପଣ ଯଦି କୌଣସି କଷ୍ଟ ଭୋଗୁଛନ୍ତି ତାହେଲେ ଏହା ଆପଣଙ୍କ ପୂର୍ବ ଜନ୍ମର ପାପର ଫଳ ହୋଇଥାଏ ଆପଣ ଏଥିପାଇଁ କାହାକୁବି ଦୋଷ ଦେବେ ନାହିଁ।ବହୁତ ଲୋକ ସକାଳୁ ଉଠନ୍ତି ଓ କାମ କରିବା ଆରମ୍ବ କରି ଦିଅନ୍ତି କିନ୍ତୁ ଆପଣ ଏମିତି କରିବେ ନାହିଁ।ଆପଣ ଶୋଇ କରି ଉଠିବା ମାତ୍ରକେ ବିଛଣା ଉପରେ ବସି ଆପଣଙ୍କ ଇଷ୍ଟ ଦେବୀ ଦେବତାଙ୍କ ଧ୍ୟାନ କରିବା ଉଚିତ।ତାପରେ ଆପଣ ନିଜର ମା ବାପାଙ୍କର ଧ୍ୟାନ କରନ୍ତୁ।ଆଉ ଆପଣ ଯଦି କାହାକୁ ନିଜର ଗୁରୁ ଭାବରେ ବାଛି ନେଇଛନ୍ତି ତାହେଲେ ତାଙ୍କର ମଧ୍ୟ ଧ୍ୟାନ କରନ୍ତୁ।
ତାପରେ ଆପଣ ନିଜ ପାପୁଲିକୁ ଯୋଡି ତାର ଦର୍ଶନ କରନ୍ତୁ ଆଉ ପାପୁଲି ଦର୍ଶନ କରିବା ସମୟରେ ଆପଣ ଏହି ମନ୍ତ୍ରର ଜାପ କରନ୍ତୁ।ସେ ମନ୍ତ୍ରଟି ହେଉଛି:-“କରାଗ୍ରେ ଵସତୀ ଲକ୍ଷ୍ମୀ,କର ମଧ୍ୟେ ସରସ୍ୱତୀ
କର ମୂଳେତୁ ଗୋବିନ୍ଦମ ପ୍ରଭାତେ କର ଦର୍ଶନମ” ମାନେ ହାତର ଆଗ୍ର ଭାଗରେ ମା ଲକ୍ଷ୍ମୀଙ୍କ ବାସ ଅଛି,ମଝି ଭାଗରେ ମା ସରସ୍ୱତୀଙ୍କ ବାସ ଅଛି,ଆଉ ହାତର ମୂଳରେ ଭଗବାନ ଗୋବିନ୍ଦଙ୍କ ବାସ ଅଛି।ଆପଣ ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ପରେ ଆପଣ ନିଜ ହାତକୁ ଘସି ମୁହଁରେ ଲଗେଇ ନେବେ।ଏହାପରେ ଆପଣ ଯଦି ଭଗବାନ ଶିଵଙ୍କ ଉପରେ ବିଶ୍ୱାସ ଓ ଶ୍ରଧା ରଖୁଛନ୍ତି ତାହେଲେ ଭଗବାନ ଶିଵଙ୍କ ପାଖରେ ସମର୍ପିତ ହେବେ।ଆଉ ତାଙ୍କ ୧୨ଟି ଜ୍ୟୋତିର୍ଲିଙ୍ଗଙ୍କ ନାମ ନିଶ୍ଚିନ୍ତ ନେବା ଆଵଶ୍ୟକ ଅଟେ।
ଆସନ୍ତୁ ଜାଣିବା ସେ ୧୨ ଟି ମହାନ ଜ୍ୟୋତିର୍ଲିଙ୍ଗଙ୍କ ନାମ ଗୁଡିକ ଯାହାକୁ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କ ଜୀବନ ଖୁସିରେ ଭରିଯିବ।
ସ୍ୱରାଷ୍ଟ୍ର ସୋମନାଥ ଚ ଶ୍ରୀସୋଲେ ମଲ୍ଲିକାର୍ଜୁନଂ।ଉଜ୍ଜୟିନୀୟଂ ମହାକାଲମୋଣ୍ଡାର ପରମେଶ୍ବରମ।କେଦାର ହିମବତ୍ତପୃଷ୍ଠ ଡାକିନ୍ୟାୟଂ ଭୀମଶଙ୍କରମ।ବାରଣାସ୍ୟଂ ଚ ବିଶବେଶ ତ୍ରୟମ୍ବକମ ଗୌତମିତଟେ।ବେଧାନାଥଂ ଚିତାଭୁମୌ ନାଗେସଁ ଦ୍ୱାରକାବନେ।ସେତୁବନ୍ଧେ ଚ ରମେସଂ ଧୂସୁମେସଂ ଚ ଶିବାଳୟେ।ଦ୍ୱାରସେତାଣି ନାମାଣି ରାଥ ରୁଥାୟ ୟେ ପଠେଥ।ସର୍ଵ ପାପେ ବିନିମୋକ୍ତ ସର୍ଵ ସିଦ୍ଧି ଫଳନ ଲଭେତ।ଆପଣ ଏହି ୧୨ ଜ୍ୟୋତିର୍ଲିଙ୍ଗଙ୍କ ନାମ କହୁଛନ୍ତି ତାହେଲେ ଆପଣଙ୍କ ଜୀବନ ସୁଖ ସଂବୃଦ୍ଧି ଓ ଧନ ଧାନ୍ୟରେ ପରିପୂର୍ଣ୍ଣ ହୋଇଯିବ।ଆପଣ ଯଦି ଏ ମନ୍ତ୍ର ବୋଲି ପାରୁ ନାହାନ୍ତି ତାହେଲେ ଆପଣ ୧୨ ଟି ଜ୍ୟୋତିର୍ଲିଙ୍ଗଙ୍କ ନାମ ଓଁ ଲଗେଇ ବୋଲି ପାରିବେ।ଆପଣ ଏମିତି କରିବା ଦ୍ୱାରା ୧୫ ଦିନରେ ଆପଣ ଫଳ ପାଇ ପାରିବେ।ଆଉ ଆପଣଙ୍କ ଜୀବନ ଭଗବାନ ଶିଵଙ୍କ କୃପାରେ ପରିପୁର୍ଣ୍ଣ ହୋଇଯିବ।