March 24, 2025

Odia Express

Leading Odia News Portal of Odisha

୩ ଦିନରେ ମାତ୍ର ଫାଟିଥିବା ଗୋଇଠି କୁ ସୁନ୍ଦର ଓ ଭଲ କରିବାର ଉପାୟ..

ନମସ୍କାର, ଆଜି ଆମେ ଜାଣିବା କିପରି ଆମେ ଆମର ଫାଟିଥିବା ଓ ଅସୁନ୍ଦର ଦେଖା ଯାଉଥିବା ଗୋଇଠିକୁ ସୁନ୍ଦର କରି ପାରିବେ ସେ ବିଷୟରେ ଜାଣିବା।ଆମେ ସମସ୍ତେ ଚେହେରା ଓ ମୁହଁ ଓ ଚୁଟିର ଯତ୍ନ ନେଉ କିନ୍ତୁ ଆମେ ଆମ ପାଦ ଓ ଗୋଇଠି କଥା ଭୁଲି ଯାଇଥାଉ।ଆମେ ଚେହେରାରେ ଭିନ୍ନ ଭିନ୍ନ ପ୍ରକାରର ତେଲ ଓ ଚୁଟିରେ ମଧ୍ୟ ବିଭିନ୍ନ ପ୍ରକାର ତେଲ ଲଗେଇ ଏହାର ଯତ୍ନ ନେଇ ଥାଉ କିନ୍ତୁ ସେଠି ଆମ ସୁଖିଲା ଓ ଫାଟିଥିବା ଗୋଇଠିକୁ ଅଣଦେଖା କରି ଦେଇଥାଉ।ଯାହାଦ୍ୱାର ଆମ ଗୋଇଠି ଶୁଖିବାକୁ ଲାଗେ ଓ ନିର୍ଜିବ ହୋଇ ଫାଟିବାକୁ ଲାଗେ।

ପ୍ରାୟ ସମୟରେ ଆମ ଗୋଇଠି ଏତେ ଫାଟିବାକୁ ଲାଗେ ଏହା ଭିତରୁ ରକ୍ତ ବାହାରେ ଓ ଆମକୁ ଚାଲିବାକୁ ମଧ୍ୟ ଅସୁବିଧା ହୋଇଥାଏ।ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ଏକ ବଢିଆ ଆୟୁର୍ବେଦିକ ଉପାୟ ଆଣିବାକୁ ଯାଇଛୁ ଯାହା ସାହାଯ୍ୟରେ ଆମେ ଆମ ସୁଖିଲା ଓ ଜୀବନ ହିନ ଗୋଇଠିକୁ ଆମେ ସୁନ୍ଦର ନରମ କରିପାରିବା।ଏବେ ଆସନ୍ତୁ ଆମେ ଜାଣିବା କିପରି ଆମେ ଏହି ଉପାୟକୁ ପ୍ରସ୍ତୁତ କରି ପାରିବା ଓ ଏହାକୁ କିପରି ବ୍ୟବହାର କରି ପାରିବା।

ସର୍ଵ ପ୍ରଥମେ ଆମକୁ ନେବାର ଅଛି ଗୋଟେ ଖାଲି ଓ ସଫା ଗିନା।ତାପରେ ଆମକୁ ନେବାର ଅଛି ହଳଦୀ।ଆପଣମାନେ ନିଶ୍ଚିନ୍ତ ହଳଦୀର ଉପକାରିତା ବିଷୟରେ ଜାଣିଥିବେ।ହଳଦୀ ଗୋଟେ ପ୍ରାକୃତିକ ଆଣ୍ଟି ବାୟୋଟିକ ଅଟେ।ପୁରୁଣାରୁ ପୁରୁଣା ଖଣ୍ଡିଆ ଓ ଶରୀରରେ ହେଇଥିବା ଯେକୌଣିସ ଘା ପାଇଁ ହଳଦୀର ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ।ଆପନମାନଙ୍କ ଘରେ ଥିବା ଅଜା ଆଇ ମାନଙ୍କ ପାଖରୁ ଏ ବିଷୟରେ ନିଶ୍ଚିନ୍ତ ଶୁଣିଥିବେ।ଆଉ ହଳଦୀ ସେବନ କରିବା ଦ୍ୱାରା ଆମ ରୋଗପ୍ରତିରୋଧକ ଶକ୍ତି ବଢ଼େଇଥାଏ ଓ ଏହାକୁ ଯେକୌଣସି ଖଣ୍ଡିଆ ଉପରେ ଲଗେଇବା ଦ୍ୱାରା ସଂକ୍ରମଣ ହେବାର ଡର ନଥାଏ।ଆପଣ ସେ ସଫା ଗିନାରେ ଗୋଟେ ଚାମୁଚ ହଳଦୀ ପକେଇ ଦେବେ।

ତାପରେ ଆପଣଙ୍କୁ ନବାର ଅଛି ଲିମ୍ବ ପତ୍ର,ଏହି ଲିମ୍ବ ପତ୍ରର ମଧ୍ୟ ଔଷଧିୟ ଗୁଣ ବିଷୟରେ କହିଲେ ନସରେ।ଏହି ଲିମ୍ବ ପତ୍ର ଆମକୁ ସୁଖିଲା ଚର୍ମ ଓ କୁଣ୍ଡେଇ କାଣ୍ଡେଇ ନହେବାରେ ସାହାଯ୍ୟ କରେ।ତାସହିତ ଲିମ୍ବର ଏତେ ଭଲ ଗୁଣ ଅଛିକି ଏହା ଭାରତରୁ ୩୪ ଟି ଦେଶକୁ ରପ୍ତାନି ହୁଏ।ଲିମ୍ବକୁ ଗାଁ ଗହଳିରେ ଡାକ୍ତରଖାନା କୁହାଯାଏ।ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ପାଇଁ ଆମ ଫାଟିଥିବା ଗୋଇଠିକୁ ତୁରନ୍ତ ଭରିଥାଏ।ଆପଣ ଏଠାରେ ମୁଠାଏ ଲିମ୍ବ ପତ୍ର ନେବେ ଓ ଏହାକୁ ବାଟୀ ଭଲ ଭାବରେ ପେଷ୍ଟ ବନେଇ ନେବେ।ତାପରେ ସେ ଲିମ୍ବ ବଟାକୁ ସେ ହଳଦୀ ଭିତରେ ମିଶେଇ ନେବେ।

ତାପରେ ଆପଣ ଚାମୁଚ ସାହାଯ୍ୟ ରେ ସେ ଦୁଇଟି ଜିନିଷକୁ ଭଲ ଭବାରେ ମିଶେଇ ନେବେ।ମିଶେଇ ସାରିବା ପରେ ଆମର ଏହି ଉପାୟ ଗୋଟେ କ୍ରିମ ଭଳି ପ୍ରସ୍ତୁତ ହୋଇଯିବ।ଆପଣ ଏହାକୁ ବ୍ୟବହାର କରିବା ଆଗରୁ ନିଜ ପାଦକୁ ହାଲ୍କା ଗରମ ପାଣିରେ ୫-୧୦ ସେକେଣ୍ଡ ପର୍ଯ୍ୟନ୍ତ ବୁଡେ଼ଇ ରଖିବେ।ଯାହାଦ୍ୱାର ଆପଣଙ୍କ ପାଦରୁ ମଇଳା ବାହାରି ଯିବ ଓ ଧୁଳି ସବୁ ସଫା ହୋଇଯିବ।ତାପରେ ଆପଣ ଏ କ୍ରିମକୁ ନିଜ ଆଙ୍ଗୁଠି ରେ ନେବେ ଆଉ ନିଜ ଫାଟିଯାଇଥିବା ଗୋଇଠି ଉପରେ ଲଗେଇବେ।ଏହାକୁ ଲଗେଇ ସାରିବା ପରେ ଅଧା ଘଣ୍ଟା ପର୍ଯ୍ୟନ୍ତ ଲଗେଇ ରଖିବେ।ତାପରେ ନିଜ ପାଦକୁ ହାଲ୍କା ଗରମ ପାଣିରେ ଧୋଇନେବେ।ଆପଣ ଏହି ଭଳି ସାତ ଦିନ କରନ୍ତୁ ଓ ଏହାକୁ କରିବା ପରେ ଆପଣ ପେଟ୍ରୋଲିୟମ ଜେଲିର ବ୍ୟହାର କରିବେ।ନିଶ୍ଚିନ୍ତ ଭାବରେ ଆପଣଙ୍କ ଫାଟିଥିବା ଗୋଇଠି ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *