March 15, 2025

Odia Express

Leading Odia News Portal of Odisha

ପ୍ରେମକୁ ପାଇବା ପାଇଁ ସୁନିଲ୍ ସେଟ୍ଟି ୯ ବର୍ଷ ପର୍ଯ୍ୟନ୍ତ ହଇରାଣ ହୋଇଥିଲେ,ଏହି କାରଣରୁ ମାନୁନଥିଲେ ଶଶୁର…

କୋରନା ସମୟରେ ଓ ଲକ୍ ଡାଉନ୍ ମଧ୍ୟରେ ବଲିଉଡ୍ ଷ୍ଟାର୍ ନିଜ ପରିବାର ସହ ସମୟ ଅତିବାହିତ କରୁଛନ୍ତି , ସେମିତି ସୁନିଲ ସେଟ୍ଟି ଏବେ ନିଜ ପୁରୁଣା କଥାକୁ ନେଇ ତାଙ୍କ ଫଟୋ ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କୁ ଦେଖାଇଛନ୍ତି , ଏହି ଫଟୋରେ ସେ ନିଜ ସ୍ତ୍ରୀ ମାନା କାଦରୀ ସେଟ୍ଟି ଓ ଝିଅ ଆଥିଆ, ଓ ପୁଅ ଆହାନ୍ ଙ୍କ ସହ ନଜର ଆସୁଛନ୍ତି , ଏହି ଦୁହେଁ ବିବାହର ୨୯ ବର୍ଷ ହୋଇସାରିଛି , କିନ୍ତୁ ତାଙ୍କ ପ୍ରେମ ଏପର୍ଯ୍ୟନ୍ତ ଫିକା ପଡିନାହିଁ , ଦୁହେଁ ୧୯୯୧ ରେ ବିବାହ କରିଥିଲେ , କିନ୍ତୁ କଣ ଆପଣ ଜାଣିଛନ୍ତି ସୁନିଲ୍ ସେଟ୍ଟି ମାନାଙ୍କୁ ବିବାହ କରିବାପାଇଁ ୯ ବର୍ଷ ପର୍ଯ୍ୟନ୍ତ ବହୁତ ହଇରାଣ ହେଉଛନ୍ତି , ହଁ ଆଜ୍ଞା ସେ ନିଜ ଶଶୁରଙ୍କୁ ବିବାହ ପାଇଁ ରାଜି କରାଇବାପାଇଁ ବହୁତ ହଇରାଣ ହେବାକୁ ପଡିଥିଲା,  ଆସନ୍ତୁ ଜାଣିବା ସୁନିଲ୍ ସେଟ୍ଟି କିପରି ନିଜ ଶଶୁରଙ୍କୁ ରାଜି କରାଇଥିଲେ ଓ ମାନାଙ୍କୁ ବିବାହ କରିଥିଲେ ।

ସୁନିଲ୍ ସେଟ୍ଟି ଓ ମାନାଙ୍କ ପ୍ରଥମ ନଜରରେ ପ୍ରେମ ଅଟେ,  ମାନାଙ୍କୁ ରାଜି କରାଇବାପାଇଁ ସେ ନିଜ ଭଉଣୀଙ୍କ ସାହାଯ୍ୟ ନେଇଥିଲେ , ଯିଏକି ବହୁତ ଭଲ ସାଙ୍ଗ ଥିଲେ ମାନାଙ୍କର , ସେ ଦୁହେଁ ଙ୍କୁ ଏକ ରାଇଡ୍ ରେ ସେ ନେଇଯାଇଥିଲେ , ସେଠାରେ ସେ ନିଜ ଫିଲିଙ୍ଗ୍ସ ବିଷୟରେ ମାନାଙ୍କୁ କହିଥିଲେ , ମାନା ରାଜି ହୋଇଗଲେ କିନ୍ତୁ ଏହି ପ୍ରେମ କାହାଣି ଏତେ ବି ସହଜ ନଥିଲା,  ମାନା ଏକ ପଞ୍ଜାବି ଓ ହଫ୍ ମୁସଲିମ୍ ଥିଲେ , ସେମିତି ସୁନିଲ୍ ସେଟ୍ଟି ଏକ ତେଲେଙ୍ଗୁ ସଂମ୍ପ୍ରଦାୟର ଥିଲେ । ଏମିତିରେ ହେବାକୁ ଥିବା ଶଶୁରଙ୍କୁ ମନାଇବାପାଇଁ ସୁନିଲ୍ ଙ୍କୁ ୯ ବର୍ଷ ସମୟ ଲାଗିଥିଲା , ଦୁହେଁ ପରିବାରର ଏହା ଭାବନା ଥିଲା କି ସେ ଏହି ବାହାଘର ଅଧିକା ଦିନ ଚାଲିପାରିବ ନାହିଁ,  କିନ୍ତୁ ପ୍ରେମ ଆଗରେ ପରିବାରକୁ ନିଜ ମୁଣ୍ତ ନୁଆଁଇବାକୁ ପଡିଲା , ଆଜି ଏହି କପଲ୍ ଏକ ସୁଖିମୟ ଜୀବନ ଅତିବାହିତ କରୁଛନ୍ତି ।

ଆପଣଙ୍କୁ ଜଣେଇଦେବୁ କି ସୁନିଲ୍ ସେଟ୍ଟି ଏକ ବର୍ଷ ପରେ ମାନେ ୧୯୯୨ ରେ ବଲିଉଡ୍ ଇଣ୍ତଷ୍ଟ୍ରିରେ ପାଦ ଥାପିଥିଲେ , ତାଙ୍କର ପ୍ରଥମ ଫିଲ୍ମ ବଳବାନ ଥିଲା , ଏହାପରେ ସେ କେବେ ପଛକୁ ବୁଲିଦେଖିନାହାନ୍ତି , ଏହି କପଲଙ୍କ ଏବେ ଦୁଇଟି ଛୁଆ ଅଛନ୍ତି , ଆଥିଆ ଓ ଆହାନ୍ ସେଟ୍ଟି, ଯିଏକି ଏବେ ବହୁତ ବଡ ହୋଇସାରିଲେଣି , ଆଥିଆ ସଲମାନଙ୍କ ନିର୍ଦ୍ଧେଶିତ ଫିଲ୍ମ ହିରୋ ରେ ଏଣ୍ଟ୍ରିରେ ନେଇଥିଲେ,  ଓ ଏବେ ଆହାନ୍ ନିଜ ଫିଲ୍ମରେ ଡେବ୍ୟୁ  କରିବାପାଇଁ ବାହାରିଛନ୍ତି ।

କହିଦେବୁ କି ସୁନିଲ୍ ସେଟ୍ଟିଙ୍କ ସ୍ତ୍ରୀ ମାନା ମୁମ୍ବାଇରେ ନିଜ ଇଣ୍ଟିରିଅର୍ ଡିଜାଇନିଙ୍ଗ୍ ଶୋରୁମ୍ ଚଲାଉଛନ୍ତି , ସେମିତି ସୁନିଲ୍ ସେଟ୍ଟି ଅଭିନେତା ହେବା ସହ ଏକ ସଫଳ ବିଜନେସ୍ ମ୍ୟାନ୍ ବି ଅଟନ୍ତି ସେ ବହୁତ କ୍ରିକେଟ୍ ପ୍ଲେୟାର୍ ବି ଅଟନ୍ତି ଓ କିକ୍ ବକ୍ସିଙ୍ଗ୍ ପ୍ଲେୟାର୍ ବି ଅଟନ୍ତି ସେ ନିଜ ଫିଲ୍ମ କ୍ୟାରିୟରରେ ୱକ୍ତ୍ ହମାରା ହୈ(୧୯୯୩) ଦିଲୱାଲେ(୧୯୯୪) ମୋହରା (୧୯୯୪) ଗଦ୍ଦାର୍( ୧୯୯୫) ସପୁତ୍ (୧୯୯୬) ହେରା ଫେରୀ(୨୦୦୦) ରେଫ୍ୟୁଜି(୨୦୦୦) ବ୍ଲାକ୍ ମେଲ୍ (୨୦୦୫ ) ପରି ବଡ ବଡ ଫିଲ୍ମରେ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *