March 15, 2025

Odia Express

Leading Odia News Portal of Odisha

୯ ମିନିଟ ରେ ନିଜର ମସ୍ତିଷ୍କ କୁ ଦ୍ରୁତ କରିବାର ଉପାୟ – ଆଜି ହିଁ ଏ ବିଷୟରେ ଜାଣି ରଖନ୍ତୁ ..

ଆଜି ଆମେ ଆପଣଙ୍କ ପାଖରେ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି। ଆଜି ଆମେ ଆପଣଙ୍କ ମସ୍ତିଷ୍କ କୁ ସୁଦୃଢ଼ ଆଉ ଦ୍ରୁତ କରିବା ପାଇଁ ଆପଣଙ୍କୁ କଣ କରିବାକୁ ହେବ ତାହା କହିବାକୁ ଯାଉଛୁ।
ଆପଣ ଏକ ପରିସ୍ଥିତି ଭାବନ୍ତୁ କି ଯଦି ଆପଣ ବହୁତ କଷ୍ଟ କାମ କରିବେ ତ ଆପଣଙ୍କ ମସ୍ତିଷ୍କ ତାକୁ ଗ୍ରହଣ କରିପାରିବ ନାହିଁ। ଆପଣ ଯଦି ଅତି ସହଜ କାମ କରିବେ ତ ତାହା ବି ଆପଣଙ୍କ ପାଇଁ ଗ୍ରହଣୀୟ ହେବନି। ଆପଣ କିଛି ଦିନ ସେହି କାମ କରିବା ପରେ ବହୁତ ଵୋର ହେଇଯିବେ। ଆମ ମସ୍ତିଷ୍କ ମାତ୍ର ତିନୋଟି ଜିନିଷ ଉପରେ ସବୁଠୁ ଭଲ କାମ କରିଥାଏ। ଗୋଟେ ହେଉଛି ମଜା, ଆଉ ଗୋଟେ ଡର ଆଉ ଗୋଟେ ହେଲା ଫୋକସ।

୧: ମଜା: ମଜା ର ଅର୍ଥ ଏହା ନୁହଁ କି ଆମେ ମସ୍ତି କରିବା ଅଥବା କାମ କରିବା ପରେ ଅନେକ ଜିନିଷ ଗ୍ରହଣ କରିବା। ମଜା ହେଉଛି ତାହା ଯାହା ଆମେ କାମ କରିବା ସମୟରେ ଗ୍ରହଣ କରିଥାଉ। ମାତ୍ର ପ୍ରଶ୍ନ ଏହା ବି ଆସିବ କି କାମ କରିବା ସମୟରେ ପୁଣି କି ମଜା ଗ୍ରହଣ କରିବା ଆମେ। ତାହା ସମ୍ଭବପର। ହୁଏତ ଆମେ ଆମ କାମ ଠିକ ସେ କରିନାହୁଁ ଅଥବା ଯେଉଁ କାମ ଆମେ କରୁଛୁ ତାହା ଆମ ପାଇଁ ଠିକ ନୁହଁ। ତେଣୁ ଆମେ ଆମ କାମ ଠିକ ଭାବେ କରିବା ଯାହାଦ୍ୱାରା ଆମକୁ କାମ ରେ ମଜା ଆସିବ।


୨: ଦ୍ୱିତୀୟ ପଏଣ୍ଟ ଯାହା ଆମ ବ୍ରେନ ପାଇଁ ଉପଯୋଗୀ ତାହା ହେଉଛି ଡର। ଅଥର କୁହନ୍ତି କି ଆମ ବ୍ରେନ ସେତେବେଳେ ଠିକ କାମ କରିନଥାଏ ଯେତେବେଳେ କି ଆମ ଚ୍ୟାଲେଞ୍ଜ ବହୁତ ହାଲକା ଥାଏ। ବରଂ ଏହା ସେତେବେଳେ ଠିକ ସେ କାମ କରେ ଯେତେବେଳେ କି ଆମ ବ୍ରେନ ପାଇଁ ସେହି କାମ ବହୁତ ଚ୍ୟାଲେଞ୍ଜିଙ୍ଗ ଥାଏ। ଏହି ସମୟରେ ଆମ ମସ୍ତିଷ୍କ ଏକ ହରମୋନ ରିଲିଜ କରେ ଯାହାର ନାମ ହେଉଛି ନରଅଦ୍ରୀନାଲିନ। ଏହା ଆମ ବ୍ରେନ କୁ ଜାଗ୍ରତ କରାଏ। ତାହା ଦ୍ୱାରା ଆମେ ବହୁତ ଠିକ ଭାବେ କାମ କରିପାରୁ।

୩: ଫୋକସ: ଫୋକସ ଏକ ଏପରି ଜିନିଷ ଯାହା ଆମ ଦୀମାଗ ପାଇଁ ସବୁଠୁ ଅଧିକ ଦରକାର। ଏହା ଆମକୁ ପ୍ରାକୃତିକ ଭାବେ ମିଳେ। ମାତ୍ର ତାହା ପାଇବା ପାଇଁ ଆମକୁ ଡର ଆଉ ଆମର ମଜା କୁ ଠିକ ଅନୁପାତ ରେ ରଖିବାକୁ ହୁଏ। ଅର୍ଥାତ ଏକ କାମ କରିବାରେ ଆମର ଯଦି ମଜା ଆଉ ଡର ଠିକ ଠିକ ଭାବେ ସମାନ ଥାଏ ତ ସେହି କାମ ଉପରେ ଆମର ଫୋକସ ସମ୍ପୂର୍ଣ ରହେ। ଏହାଦ୍ୱାରା ଆମ ଫୋକସ ରହେ ଆଉ ଆମ ଦୀମାଗ ଭଲ ଭାବେ କାମ କରେ।

Leave a Reply

Your email address will not be published. Required fields are marked *