March 17, 2025

Odia Express

Leading Odia News Portal of Odisha

ବୁଦ୍ଧିମାନ ଲୋକଙ୍କୁ ଚିହ୍ନିବାର ୫ ଟି ଚିହ୍ନ – ଆପଣଙ୍କ ଭିତରେ ଏହି ଗୁଣ ସବୁ ରହିଛି କି ? ଏବେ ଜାଣିରଖନ୍ତୁ..

କଣ ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି କି ନାହିଁ ?କଣ ଆପଣ ଜାଣିଛନ୍ତି କି ଆପଣ କରୁଥିବା ପ୍ରତ୍ୟେକ କାମ ଠିକ୍ କିମ୍ବା ଭୁଲ୍? ଯଦି ଏସବୁ ର ଉତ୍ତର ଆପଣଙ୍କ ପାଖରେ ନାହିଁ, ତେବେ ଆଜି ଆମେ ଜାଣିବା ଏହାର ଉତ୍ତର।ଆଜି ଆମେ ଆପଣଙ୍କୁ ଏପରି ୫ ଟି କାମ କହିବୁ ଯାହାକୁ ଯଦି ଆପଣ ସେହି କାମ କରୁଥାନ୍ତି ତେବେ ଯିଏ ଯାହା କହୁ,ହେଲେ ବିଜ୍ଞାନ ବା ସାଇକୋଲୋଜି ଅନୁସାରେ ଆପଣ ଜଣେ ବୁଦ୍ଧିମାନ ବା ଜ୍ଞାନୀ ବ୍ୟକ୍ତି।ତେବେ ସେହି କାମ ସବୁ କଣ ଯାହା ଦ୍ୱାରା ଆପଣ ଜାଣିପାରିବେ ଆପଣ ବୁଦ୍ଧିମାନ ବା ଜ୍ଞାନୀ ବ୍ୟକ୍ତି ଅଟନ୍ତି କି ନାହିଁ।

ପ୍ରଥମ କାମ ହେଉଛି, ପ୍ରତ୍ୟେକ ବୁଦ୍ଧିମାନ ବା ଜ୍ଞାନୀ ବ୍ୟକ୍ତି ରାତିରେ ବହୁତ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତି ନାହିଁ କାରଣ ସେ ସର୍ବଦା ଏକୁଟିଆ ରହିବା ପାଇଁ ପସନ୍ଦ କରନ୍ତି,ଯାହା ଦ୍ୱାରା ତାଙ୍କ କାମରେ କୌଣସି ବାଧା ଆସିବ ନାହିଁ।ତେଣୁ ଏସବୁ ପାଇଁ ରାତିରେ ବିଳମ୍ବ ପର୍ଯ୍ୟନ୍ତ ନଶୋଇ ସେମାନେ କିଛି କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି।ଏକ ଗବେଷଣା ରୁ ଜଣା ପଡ଼ିଛି ଯେ ଯେଉଁ ବ୍ୟକ୍ତି ରାତିରେ ବିଳମ୍ବ ପର୍ଯ୍ୟନ୍ତ ଶୁଅନ୍ତି ନାହିଁ ସେମାନେ ବୁଦ୍ଧିମାନ ବା ଜ୍ଞାନୀ ବ୍ୟକ୍ତି ହୋଇଥାନ୍ତି।

ଦ୍ଵିତୀୟ କାମ ହେଉଛି ବ୍ୟଙ୍ଗ ଲେଖକ,ଯଦି କୌଣସି ବ୍ୟକ୍ତି ଙ୍କର ବ୍ୟଙ୍ଗ ରଚନା ପ୍ରତି ଇଛା ଥାଏ କିମ୍ବା ସେ ଜଣେ ବ୍ୟଙ୍ଗ ଲେଖକ ହୋଇଥାନ୍ତି,ତେବେ ସେ ନିହାତି ଭାବରେ ଜଣେ ବୁଦ୍ଧିମାନ ବା ଜ୍ଞାନୀ ବ୍ୟକ୍ତି କାରଣ ବ୍ୟଙ୍ଗ ରଚନା କରିବା ସାଧାରଣ ମନୁଷ୍ୟ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। ବ୍ୟଙ୍ଗ ଏକ ଏପରି ଜିନିଷ ଯାହାକୁ ବୁଝିବା ମଧ୍ୟ ଏତେ ସହଜ ନୁହେଁ।ତେଣୁ ବ୍ୟଙ୍ଗ ରଚନା କରୁଥିବା ବ୍ୟକ୍ତିର ମସ୍ତିଷ୍କ ସେତିକି ଶକ୍ତ ନହେଲେ ସେ କେବେ ମଧ୍ୟ ବ୍ୟଙ୍ଗ ରଚନା କରିପାରିବ ନାହିଁ।ତେଣୁ ଏମାନଙ୍କୁ ମଧ୍ୟ ଆମେ ବିଦ୍ଧିମାନ ବୋଲି କହିବା।

ତୃତୀୟ କାମ ହେଉଛି,ଅତ୍ୟଧିକ ଚିନ୍ତା କରିବା ବା ବ୍ୟସ୍ତ ହେବା।ଯଦି କୌଣସି ବ୍ୟକ୍ତି ସବୁବେଳେ ଛୋଟ ଛୋଟ କଥା କୁ ନେଇ ସବୁବେଳେ ଚିନ୍ତାଗ୍ରସ୍ତ ରୁହନ୍ତି ବା ସେଇ କଥା କୁ ନେଇ ବ୍ୟସ୍ତ ହୁଅନ୍ତି,ତେବେ ସେହି ବ୍ୟକ୍ତି ଜଣେ ବୁଦ୍ଧିମାନ ବା ଜ୍ଞାନୀ ଅଟନ୍ତି।କାହିଁକି ନା କେବଳ ବୁଦ୍ଧିମାନ ବ୍ୟକ୍ତି ହିଁ ସବୁବେଳେ କିଛି ନା କିଛି କରିବା ପାଇଁ ଚେଷ୍ଟା କରିଥାନ୍ତି ଓ ସେଥିପାଇଁ ସେ ସବୁବେଳେ କୌଣସି ଏକ କଥାକୁ ନେଇ ଚିନ୍ତା ମଗ୍ନରେ ରୁହନ୍ତି। କୌଣସି ଏକ ନୂଆ କାମ କରିବା ପୂର୍ବରୁ ତା ବିଷୟରେ ଭଲ ଭାବରେ ଜାଣିଥାନ୍ତି ଆଉ ବୁଦ୍ଧି ବିଚାର କରନ୍ତି।ତେଣୁ ଏମାନଙ୍କୁ ମଧ୍ୟ ଆମେ ବୁଦ୍ଧିମାନ ବୋଲି ଜାଣିନେବା।

ଚତୁର୍ଥ କାମ ହେଉଛି, ଏକୁଟିଆ ରହିବା ପାଇଁ ପସନ୍ଦ କରୁଥିବା ବ୍ୟକ୍ତି,ଯଦି କୌଣସି ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରୁଛନ୍ତି, କୌଣସି ସାଙ୍ଗ ସାଥୀ କିମ୍ବା ପରିବାର ଲୋକଙ୍କ ସହ ରହିବାକୁ ଇଚ୍ଛା କରୁ ନାହାନ୍ତି,ଅନ୍ୟ ଲୋକ ମାନେ ନିଜ ଖୁସି ପାଇଁ ଯେତେ ମଜା ମସ୍ତି କଲେ ମଧ୍ୟ ଏମାନେ ସବୁବେଳେ ଚୁପ୍ ରହି ସେମାନଙ୍କୁ ଦେଖନ୍ତି,ତେବେ ସେହି ବ୍ୟକ୍ତି ଜଣେ ନିହାତି ଭାବରେ ବୁଦ୍ଧିମାନ ବା ଜ୍ଞାନୀ ଅଟନ୍ତି କାରଣ ଏହି ବ୍ୟକ୍ତିମାନେ କେବେବି ସବୁବେଳେ କଥା ହେବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ସର୍ବଦା ଚୁପ୍ ରହି ନିଜ ବିଷୟରେ ଚିନ୍ତା କରିଥାନ୍ତି। ଯଦି ଅତି ଆବଶ୍ୟକ ପଡେ ତେବେ କିଛି କଥା କୁହନ୍ତି।

ପଞ୍ଚମ ଲକ୍ଷଣ ହେଉଛି ନିଜ ସହିତ କଥା ହେବା।ଏମାନେ ପ୍ରାୟ ରାତିରେ ନିଜେ ନିଜ ସହିତ କଥା ହେବାକୁ ପସନ୍ଦ କରନ୍ତି।ଆପଣ ଯେକୌଣସି କଥା ହେଉ ତାକୁ ଆସି ମନରେ ହରେଇ ଥାଅ କିନ୍ତୁ ଆଗରେ ବା ସାମ୍ନାରେ ତାକୁ କିଛି ନକହି ପାର ତାକୁ ଆସି ଆପଣ ନିଜ ମନରେ ତାଙ୍କୁ ହରେଇ ଥାନ୍ତି।ତେଣୁ ଆମେ ଏମାନଙ୍କୁ ବୁଦ୍ଧିମାନ ବୋଲି କହିଥାଉ।

Leave a Reply

Your email address will not be published. Required fields are marked *