March 23, 2025

Odia Express

Leading Odia News Portal of Odisha

ଆମେ କହିଥିବା ଉପାୟରେ ଗରମ ପାଣି ପିଅନ୍ତୁ ଆଉ ଜାଣନ୍ତୁ ଏହାର ଲାଭ..

ଆଜିଆମେ ଜାଣିବା କିପରି ଗରମ ପାଣି ଦ୍ୱାରା ନିଜର ଓଜନ କମାଇ ପାରିବେ।ଆଜି ଆମେ ଯେଉଁ ଉପାୟ ବିଷୟରେ ଜାଣିବା ଯଦି ଆପଣ ତାହା ଏକ ସପ୍ତାହ ଲଗାତର ଭାବେ କରନ୍ତି ତେବେ ନିଶ୍ଚିନ୍ତ ରୂପେ ଆପଣଙ୍କର ଓଜନ ହ୍ରାସ ହେବ। କିପରି, କେଉଁ ସମୟରେ ଓ କେତେ ତାପମାତ୍ରା ର ପାଣି ପିଇବା ଉଚିତ୍ ତାହା ଆମେ ଜାଣିବା। ଆପଣଙ୍କୁ ବହୁତ ଗରମ୍ ପାଣି ପିଇବା ପାଇଁ ପଡ଼ିବ, କାରଣ ଏହା ଦ୍ବାରା ଆପଣଙ୍କ ଶରୀର ର ଓଜନ ହ୍ରାସ ହୋଇପାରିବ।ଆପଣ ଏହି ଉପାୟକୁ ମାତ୍ର ଗୋଟେ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଏଥିରୁ ହେଉଥିବା ଲାଭ ବିଷୟରେ ଜାଣିଲେ ଆପଣ ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଗରମ୍ ପାଣି ପିଇବା ଦ୍ବାରା ଶରୀର ରେ ହେଉଥିବା ପରିବର୍ତ୍ତନ ବିଷୟରେ ଜାଣିବା।ଗରମ୍ ପାଣି ପିଇବା ଦ୍ବାରା ଆପଣଙ୍କ ଶରୀର ର ସମସ୍ତ ଅଙ୍ଗ ଠିକ୍ ଭାବରେ କାମ କରିଥାଏ।ଯଦି ଆପଣଙ୍କ ଶରୀର ର କୌଣସି ଅଙ୍ଗ ଠିକ୍ ଭାବରେ କାମ କରୁନି ବା ତାହା ଦୁର୍ବଳ ହୋଇଯାଇଛି,ତେବେ ଗରମ୍ ପାଣି ପିଇବା ଦ୍ବାରା ତାହା ଠିକ୍ ଭାବରେ କାମ କରିଥାଏ।ଗଳା ରେ କିଛି ସମସ୍ୟା ହେଲେ ଯଦି ଆପଣ ଡାକ୍ତର ଙ୍କ ର ପରାମର୍ଶ ନିଅନ୍ତି,ତେବେ ଡାକ୍ତର ଆପଣଙ୍କୁ ମେଡିସିନ ଖାଇବା ପାଇଁ ଦେବା ସହ ଆପଣଙ୍କୁ ଗରମ୍ ପାଣିରେ କୁଳି କରିବା ପାଇଁ କହିଥାନ୍ତି।ଏହା ଦ୍ବାରା ଗଳା ରେ ବନ୍ଦ ହୋଇଯାଇଥିବା ସେଲ୍ ସବୁ ଠିକ୍ ହୋଇଯାଏ।

ଆମ ଶରୀର ପାଇଁ ଗରମ୍ ପାଣି ବହୁତ୍ ଆବଶ୍ୟକ।ଏହାର କାରଣ ହେଲା ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ରେ କୋଲେଷ୍ଟ୍ରଲ୍ ବୃଦ୍ଧି କରିଥାଏ ଓ କୋଲେଷ୍ଟ୍ରଲ ବୃଦ୍ଧି ହେବା ଦ୍ଵାରା ଶରୀରରେ ଫାଟ୍ ସୃଷ୍ଟି ହୁଏ,ଯାହାଫଳରେ ଆମେ ମାନେ ଖାଉଥିବା ଖାଦ୍ୟ ର ସଠିକ୍ ଉପଯୋଗ ଆମ ଶରୀରରେ ହୋଇପାରେ ନାହିଁ। କିନ୍ତୁ ଗରମ୍ ପାଣି ପିଇବା ଦ୍ବାରା ଏହା ଆମେ ଖାଉଥିବା ଖାଦ୍ୟ କୁ ଭଲଭାବେ ହଜମ କରି ଦିଏ, ଯାହା ଫଳରେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ରେ ଠିକ୍ ଭାବରେ ଉପଯୋଗ ହୋଇଥାଏ।

ଗରମ୍ ପାଣି ପିଇବା ଦ୍ବାରା ଆମ ଶରୀର ରେ ଥିବା ବିଷାକ୍ତ ଟକ୍ସିନ୍ ନଷ୍ଟ ହୋଇଯାଏ ଓ ଏହା ଦ୍ବାରା ଆପଣଙ୍କ ଶରୀରର ଚର୍ମ ବହୁତ୍ ଉଜ୍ଜ୍ୱଳ ଦେଖା ଯାଏ। ଆପଣଙ୍କୁ କେଉଁ କେଉଁ ସମୟ ରେ ଗରମ୍ ପାଣି ପିଇବା ଉଚିତ୍ ତାହା ଜାଣିବା, ପ୍ରଥମେ ଆପଣଙ୍କୁ ବ୍ରେକ୍ ଫାଷ୍ଟ୍ ପରେ,ଲଞ୍ଚ ପରେ ଓ ଡିନର ପରେ ପିଇବା ଉଚିତ୍,ହେଲେ ଆପଣ ଏହାକୁ ବ୍ରେକ ଫାଷ୍ଟ ର ଏକ ଘଣ୍ଟା ପରେ,ଲଞ୍ଚ ର ଏକ ଘଣ୍ଟା ପରେ ଓ ଡିନର ର ଏକ ଘଣ୍ଟା ପରେ ପିଇବା ଉଚିତ୍।

ଯଦି ଆପଣଙ୍କ ପାଖରେ ଟାଇମ ନାହିଁ, ତେବେ ଆପଣ ଏକ ଥରମୋଫ୍ଲାକ୍ସ ରେ ଗରମ୍ ପାଣି ଭର୍ତ୍ତି କରି ଆପଣ ଏହାକୁ ଆପଣ ନିଜ ସାଙ୍ଗରେ ଚାହିଁଲେ ନେଇ ପାରିବେ।ଆଉ ଏହାକୁ ସ୍କୁଲ୍,କଲେଜ୍ କୁ ମଧ୍ୟ ନେଇ ପିପାରିବେ।ଏହି ପରି ଆପଣ ସବୁଦିନ ଗରମ୍ ପାଣି ପିଅନ୍ତୁ,ଶୋଷ ଲାଗୁ କି ନ ଲାଗୁ କିଛି କିଛି ସମୟ ବ୍ୟବଧାନରେ ଗରମ୍ ପାଣି ପିଇବା ଉଚିତ୍। ଆପଣ ଏପରି ଲଗାତର ଏକ ସପ୍ତାହ କରନ୍ତୁ,ଦେଖିବେ ନିଶ୍ଚୟ ଆପଣଙ୍କ ର ଶରୀର ରେ ପରିବର୍ତ୍ତନ ଆସିବ ଓ ଶରୀର ର ସବୁ ଅଙ୍ଗ ଠିକ୍ ଭାବରେ କାମ କରିବ।

Leave a Reply

Your email address will not be published. Required fields are marked *