ବାକି ଝିଅମାନଙ୍କ ଠାରୁ କିଛି ଭିନ୍ନ ହୋଇଥାନ୍ତି ‘S’ ନାମର ଝିଅମାନେ, ଜାଣନ୍ତୁ ଏମାନଙ୍କର କିଛି ଭଲ-ଖରାପ ରହସ୍ୟ..

ବ୍ୟକ୍ତିଙ୍କର ଜୀବନରେ ତାଙ୍କର ନାମର ବହୁତ ମହତ୍ଵ ହୋଇଥାଏ। ନାମର ପ୍ରଥମ ଅକ୍ଷର ବିଷୟରେ ବହୁତ କିଛି ଜଣା ପଡିଯାଏ। ଆଷ୍ଟ୍ରୋଲୋଜିରେ ଏପରି ଅନେକ ଉପାୟ ଅଛି ଯାହାଦ୍ୱାରା ଆପଣ ମାତ୍ର ପ୍ରଥମ ଅକ୍ଷରରୁ ବ୍ୟକ୍ତିଙ୍କର ସ୍ଵଭାବ, କ୍ୟାରିଆର ଏବଂ ପ୍ରେମ ଜୀବନ ବିଷୟରେ ଜାଣିପାରିବେ । ଇଂରାଜୀର 19ତମ ଅକ୍ଷର ଅଟେ S। ପ୍ରତ୍ୟେକ ନାମର ବ୍ୟକ୍ତିଙ୍କ ପଛରେ କିଛି ନା କିଛି ଗୁଣ କିମ୍ବା ଦୋଷ ଅବଶ୍ୟ ଥାଏ। ଆଜି ଆମେ ସେହି ଗୁଣ ଏବଂ ଦୋଷ ବିଷୟରେ କଥା ହେବୁ। ଆଜିର ଏହି ପୋଷ୍ଟରେ ଆମେ ‘S’ ନାମର ଝିଅମାନଙ୍କର ବିଷୟରେ କିଛି ସ୍ଵତନ୍ତ୍ର କହତା ଜଣେଇବାକୁ ଯାଉଛୁ। ଜାଣନ୍ତୁ ଏମାନଙ୍କ ବିଷୟରେ କିଛି ଭଲ-ଖରାପ ରହସ୍ୟ ।
‘S’ ନାମର ଝିଅମାନଙ୍କର ସ୍ଵଭାବ
– ଯେଉଁ ଝିଅମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଖୋଲାମନ ଏବଂ ମଜାଳିଆ ହୋଇଥାନ୍ତି। ସ୍ଵାଧୀନତା ଏମାନଙ୍କର ସବୁଠାରୁ ଅଧିକ ପ୍ରିୟ ହୋଇଥାଏ ଏବଂ ଏଥିପାଇଁ ଏହି ଝିଅମାନଙ୍କୁ କାହାଠାରେ ଅଧିକ ସ୍ଵାର୍ଥ ନଥାଏ ।
– ଏହି ନାମର ଝିଅମାନେ କୌଣସି ବି ବ୍ୟକ୍ତିଙ୍କ ସହିତ ବହୁତ ଭଲ ସମ୍ପର୍କ ଏବଂ ବନ୍ଧୁତା ନିର୍ବାହ କରନ୍ତି। ସାମାଜିକ ଜୀବନରେ ଏମାନେ ହସମୁଖ ଏବଂ ମିଶାଳିଆ ସ୍ଵଭାବର ହୋଇଥାନ୍ତି ।
– S ନାମର ଝିଅମାନେ ବହୁତ ପରିଶ୍ରମୀ ଅଟନ୍ତି। ଏମାନେ କାହାକୁ ଭୟ କରନ୍ତି ନାହିଁ ଏବଂ ଦୃଢତାର ସହ ଯେକୌଣସି କାର୍ଯ୍ୟ କରିପାରନ୍ତି । ଏମାନେ କଥା କହିବାରେ ବହୁତ ଚତୁର ହୋଇଥାନ୍ତି ଯେ ସାମ୍ନା ବାଲା ଏମାନଙ୍କ ଆଡକୁ ଆକର୍ଷିତ ହୋଇଯାନ୍ତି ।
– ଏମାନେ ଅଧିକତର ଶାନ୍ତ ସ୍ଵଭାବର ହୋଇଥାନ୍ତି କିନ୍ତୁ କ୍ରୋଧରେ ସବୁଠାରୁ ଭୟାନକ ରୂପ ଦେଖନ୍ତି। ଏମାନଙ୍କର ହୃଦୟ ନିର୍ମଳ ହୋଇଥାଏ ଏବଂ ଏମାନେ ନା କାହା ନିମନ୍ତେ ଖରାପ ଚିନ୍ତା କରନ୍ତି ଏବଂ ନା ସହନ୍ତି। ସତ୍ୟ ଏବଂ ନିଜର ସିଦ୍ଧାନ୍ତ ନିମନ୍ତେ ଏମାନେ କାହା ସହିତ ମୁହାଁମୁହିଁ ହେବା ନିମନ୍ତେ ପ୍ରସ୍ତୁତ ରହନ୍ତି ।
କିପରି ହୋଇଥାଏ ପ୍ରେମ ଜୀବନ
– S ନାମର ଝିଅମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି ଏବଂ ପ୍ରେମ ମାମଲାରେ ବହୁତ ରୋମାଣ୍ଟିକ ଏବଂ ଛଳନାମୟୀ ହୋଇଥାନ୍ତି। କିନ୍ତୁ ଏମାନେ ଯାହାଙ୍କୁ ବି ପ୍ରେମ କରନ୍ତି ତାଙ୍କୁ ସହୃଦୟତାର ସହ ଭଲ ପାନ୍ତି ।
– ଏହି ନାମର ଝିଅମାନେ ପ୍ରେମରେ ନିଜ ପଟରୁ କହିବା ଆଗରୁ ବହୁତ ଚିନ୍ତା କରନ୍ତି। ଏମାନେ ଥରେ ଯୋଡି ହୋଇଯିବା ପରେ ନିଜର ସାଥିଙ୍କ ସହିତ ସମର୍ପିତ ରହନ୍ତି ।
– ବିବାହିତା ଜୀବନରେ ଏମାନେ ନିଜର ସ୍ଵାଭିମାନ ରଖିବାର ଚେଷ୍ଟା କରନ୍ତି। ଏମାନେ ନିଜର ସାଥିଙ୍କୁ ନିଜ ଠାରୁ ନିମ୍ନରେ ରଖିବାକୁ ପସନ୍ଦ କରନ୍ତି ଯେଉଁ କାରଣରୁ ଦାମ୍ପତ୍ତ୍ୟ ଜୀବନରେ ତାଳ ମେଳର ଅଭାବ ହୋଇଥାଏ।
କିପରି ହୋଇଥାଏ କ୍ୟାରିଆର
– s ନାମର ଝିଅମାନେ ସମ୍ପର୍ଣ୍ଣ ହେବା ସହିତ ବହୁତ ମହାତ୍ଵାକାଙକ୍ଷୀ ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ପ୍ରତ୍ୟେକ କାମରେ ପରିପୂର୍ଣ୍ଣତା ପସନ୍ଦ ହୋଇଥାଏ ଏବଂ ନିଜ ସହିତ ଜଡିତ ସମସ୍ତ ଲୋକଙ୍କୁ ମଧ୍ୟ ସଠିକ ବନେଇଥାନ୍ତି ।
– ଏହି ଝିଅମାନଙ୍କ ଉପରେ ମତା ଲକ୍ଷ୍ମୀଙ୍କର କୃପା ରହିଥାଏ ଏଥିପାଇଁ ଏମାନଙ୍କୁ ଧନର ଅଭାବ ହୋଇନଥାଏ। ସ୍ବାଭିମାନି ହେବା କାରଣରୁ ଏହି ଝିଅ ମାନଙ୍କର କୌଣସି ଗୋଟିଏ ଚାକିରିରେ ଅଧିକ ଦିନ ପର୍ଯ୍ୟନ୍ତ ରହିବା କଷ୍ଟ ହୋଇଥାଏ।
– ଏମାନେ ଲେଖା କ୍ଷେତ୍ରରେ ବହୁତ ଆଗ୍ରହ ରହିଥାଏ। ଏମାନେ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର କାର୍ଯ୍ୟ କ୍ଷେତ୍ରରେ ଭଲ ପଦରେ ଆସିନ ହୋଇଥାନ୍ତି। ଏମାନେ ଯେଉଁ କାର୍ଯ୍ୟ ଆରମ୍ଭ କରନ୍ତି ତାହାକୁ ଶେଷ ପର୍ଯ୍ୟନ୍ତ ପହଞ୍ଚେଇ ରହନ୍ତି । ଏମାନଙ୍କର ଏହି ଗୁଣ ଏମାନଙ୍କୁ ବହୁତ ଆଗକୁ ନେଇ ଯାଇଥାଏ।
ତ ଏହା ଥିଲା S ନାମର ଝିଅଙ୍କ ସହିତ ଜଡିତ କିଛି ସ୍ଵତନ୍ତ୍ର କଥା। ଯଦି ଆପଣ ଏହି କଥା ସହିତ ସହମତ ଅଟନ୍ତି ତେବେ କୃପା କରି ନିଜର ମତାମତ ଅବଶ୍ୟ ଦେବେ ଏବଂ ଯଦି ଲେଖା ପସନ୍ଦ ଆସିଲା ତ ଏହାକୁ ଅଧିକ ରୁ ଅଧିକ ସେୟାର କରନ୍ତୁ ।