ତମ୍ଭାର ବାସନକୁ ଏହି ଜିନିଷରେ ସଫା କରନ୍ତୁ ନୂଆ ପରି ଚମକିବ – ଦେଖାଯିବ ସମ୍ପୂର୍ଣ ନୂଆ ଭଳି ଆପଣଙ୍କ ବାସନ..

ତମ୍ବାର ବାସନରେ ବହୁତ ଜଲ୍ଦି ପାଣି ଲାଗିଯାଇଥାଏ।ପାଣି ଲାଗିବା ଦ୍ଵାରା ଏଥିରେ କଳା ଦାଗ ପଡିଯାଇଥାଏ। ଖାସ କରି ବର୍ଷା ଦିନରେ ବେଶି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି କଣ ସେହି ଜିନିଷ ଯାହାଦ୍ଵାରା ତମ୍ଭା ର ବାସନ କୁ ସଫା କଲେ ସେ ପୁଣିଥରେ ନୂଆ ପରି ଚମକିବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।ପ୍ରଥମେ ଲେମ୍ବୁର ଆଚାର ନେବା ଏବଂ ଛୋଟ ଏକ ଚାମଚରେ ଅଧା ଲୁଣ।ଲେମ୍ବୁ ପ୍ରାୟ ସମୟ ସମସ୍ତଙ୍କ ପାଖରେ ରହିନଥାଏ ହେଲେ ଲେମ୍ବୁ ଆଚାର ପ୍ରାୟ ସମସ୍ତଙ୍କ ପାଖରେ ଥାଏ। ଲେମ୍ବୁର ଆଚାରରେ ବେଶି ତେଲ ନଥାଏ।ସେହି ଆଚାରକୁ ଲୁଣରେ ଲଗେଇକି ତମ୍ଭାର ପାତ୍ରକୁ ସଫା କରିବା ଦ୍ୱାର ବହୁତ ଜଲ୍ଦି ଏଥିରେ ଚମକ ଆସିବା ଆରମ୍ଭ କରିଦେବ। ଆପଣ ପିତ୍ତଳ ବାସନକୁ ମଧ୍ୟ ଏହି ପ୍ରକ୍ରିୟା ଦ୍ଵାରା ସଫା କରିପାରିବେ। ଆପଣଙ୍କୁ ମଝିରେ ମଝିରେ ଏହି ପ୍ରକିୟାକୁ କରିବାକୁ ପଡିବ। ଲୁଣକୁ ଆଚାରରେ ଲଗେଇ ଧୀରେ ଧୀରେ ଏହି ପ୍ରକ୍ରିୟା କୁ କରିବେ। ମାସକୁ ଥରେ କିମ୍ବା ଦୁଇ ଥର ଆପଣ ଏହି ପ୍ରକ୍ରିୟାକୁ କରନ୍ତୁ।
ବାସନ ଯେତେ ବର୍ଷର ପୁରୁଣା ହୋଇଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ କରିବା ଦ୍ୱାରା ବାସନ ପୁଣି ଥରେ ନୂଆ ପରି ଚମକି ଉଠିଥାଏ। ବର୍ଷା ଦିନରେ ତମ୍ବା ବାସନ ବହୁତ ଜଲ୍ଦି କଳା ପଡିଯାଇଥାଏ।।ତେଣୁ ଆପଣଙ୍କୁ ଏହି ଉପାୟକୁ ମାସକୁ ଥରେ କିମ୍ବା ଦୁଇ ଥର କରିବାକୁ ପଡିବ।ଆପଣ ଥରେ ସଫା କରି ଏହାକୁ ରଖିଦେବେନି ଆପଣ ଙ୍କୁ ଯେବେ ଯେବେ ସମୟ ମିଳିବ ୧୫ଦିନ ରେ ଥରେ କିମ୍ବା ସପ୍ତାହ କୁ ଥରେ ଯେତେବେଳେ ବି ସମୟ ମିଳିବ ତ ଆପଣ ଯେମିତି ହେଲେ ଥରେ ସଫା କରିବେ କାହିଁକି ନା ତମ୍ବା ବାସନ ରେ ପାଣି ଲାଗିବା ମାନେ ହିଁ ସେ ଜଲ୍ଦି କଳା ପଡିବା ଆରମ୍ଭ ହୋଇଯାଇଥାଏ।
ଏହାକୁ ସଫା କରିସାରିବା ପରେ ଏକ ଶୁଖିଲା କପଡାରେ ଭଲ ଭାବରେ ପୋଛିଦେବା। ଏହା କରିବା ଦ୍ୱାରା ଆପଣ ଙ୍କ ର ସେହି କଳା ଦାଗ ଛାଡି ଆପଣ ଙ୍କ ବାସନ ପୁଣି ଥରେ ନୂଆ ପରି ଦେଖାଯିବ। ଏହାକୁ କରିବା ପରେ ପାଣି ରେ ଥରେ ଧୋଇଦେବେ ଦେଖିବେ ଆପଣ ଙ୍କ ବାସନ କିପରି ନୂଆ ପରି ଚମକି ଉଠିବ। ପାଣିରେ ଧୋଇବା ପରେ କିଛି ବି ଡ଼ିସ୍ ୱାସ୍ କିମ୍ବା ଆପଣ ଯାହା ବି ବ୍ୟବହାର କରୁଥିବେ ତାକୁ ପକେଇକି ସେହି ବାସନ କୁ ଧୋଇଦେବେ। ଲୁଣ କୁ ଆଚାର ରେ ଲଗେଇ ଏହା କରିବା ଦ୍ୱାରା ଏହାର ସ୍ମେଲ ରହିଯାଇଥାଏ। ତେଣୁ ଏସବୁ କରିବା ପରେ ଆପଣ ଥରେ ଡ଼ିସ ୱାସ୍ ପକେଇକି ଧୋଇଦେଲେ ସେହି ସ୍ମେଲ ଟା ଆଉ ରହିନଥାଏ ଏବଂ ଆପଣଙ୍କ ବାସନ ପୁଣି ଥରେ ନୂଆ ପରି ଚକ୍ ଚକ୍ ଦେଖାଯିବ।
ଆଶା କରୁଛୁ ଆପଣ ମାନଙ୍କୁ ଏହା ବହୁତ ଭଲ ଲାଗିବ। ତା ସହିତ ଏହି ଉପାୟ ଟି ଆପଣଙ୍କର ବହୁତ ଉପକାରରେ ଆସିପାରେ । ଆପଣ ମାନେ ନିଶ୍ଚିତ ରୂପେ ଏହି ଉପାୟଟିକୁ କରନ୍ତୁ ଦେଖିବେ କିପରି ଆପଣଙ୍କର ବାସନ ସେ ତମ୍ବା ହେଉ କି ପିତ୍ତଳ ତାହାର ଚମକ ନିଶ୍ଚୟ ଆସିବ।