March 17, 2025

Odia Express

Leading Odia News Portal of Odisha

ଗ୍ରେଟ ଖଲିଙ୍କ ଲାଇଫ ଷ୍ଟାଇଲ,ଘର,ଗାଡି ବିଷୟରେ ଆପଣ ଏହି କଥା ଜାଣିନଥିବେ – ଜାଣିରଖନ୍ତୁ ଏବେ କିପରି ଜୀବନ ବଂଚୁଛନ୍ତି ଗ୍ରେଟ ଖଲି..

ଖଲିଙ୍କ ପ୍ରକୁତ ନାମ ଦିଲିପ ସିଂ ରାଣା।ତାଙ୍କ ଜନ୍ମ ୨୭ ଅଗଷ୍ଟ ୧୯୭୨ ,ରେ ହିମାଞ୍ଚଳପ୍ରଦେଶ ଭାରତରେ ହୋଇଥିଲା। ୨୦୨୦ ହିସାବରେ ତାଙ୍କୁ ଏବେ ୪୭ ବର୍ଷ।ସେ ତାଙ୍କ ଗାଁର ଏକ ଛୋଟ ସ୍କୁଲରେ ପଢିଥିଲେ ।ସେ ଯେତେବେଳେ ଛୋଟ ଥିଲେ ତାଙ୍କର ଘର ଅବସ୍ଥା ଭଲ ନଥିଲା ତେଣୁ ସେ ଛୋଟବେଳୁ ପଢ଼ାଛାଡି ପେଟ ଚିନ୍ତା କରୁଥିଲେ। ତାଙ୍କର ଏତେ ବଡ ଶରୀର ପାଇଁ ଏକ ରୋଗ ଯାହାର ନାମ ଏକ୍ରୋମ୍ୟାଗଲି । ଗାଁରେ ବହୁତ କମ ପଇସା ମିଳୁନଥିବାରୁ ସେ ସହର ଯାଇ ପଇସା ରୋଜଗାର କରିବେ ବୋଲି ଭାବିଲେ। ସେ ଯେମିତି ସହରକୁ ଆସିଛନ୍ତି ତାଙ୍କର ଶରୀର ପାଇଁ ସେଠାକାର ଲୋକ ତାଙ୍କର ମଜାକ କରିଥିଲେ। ଏଥିପାଇଁ ତାଙ୍କୁ ବହୁତ ଦୁଃଖ ହୋଇଥିଲା ହେଲେ କିଛିଦିନ ପରେ ତାଙ୍କର ଏସବୁ ଶୁଣିବାର ଅଭ୍ୟାସ ହୋଇଗଲା ଏବଂ ତାଙ୍କୁ ଏକ ସିକ୍ୟୁରିଟି ଚାକିରୀ ମିଳିଗଲା।ସେହି ଚାକିରୀର ୨ମାସ ପରେ ତାଙ୍କୁ ପୋଲିସ ଚାକିରୀ ପାଇଁ ଅଫର ମିଳିଥିଲା ଏବଂ ସେ ପୋଲିସ ଚାକିରି କରିଥିଲେ। ଖଲି ପେସାରେ ଏକ ଆକ୍ଟର ଏବଂ ପହିଲମାନ ଅଟନ୍ତି।

ଖଲି ଯେତେବେଳେ ପୋଲିସ ଚାକରି କରିଥିଲେ ସେ ସେତେବେଳେ ଜିମ ଯାଇ ରେସଲର ଟ୍ରେନିଙ୍ଗ ମଧ୍ୟ କରୁଥିଲେ। ଟ୍ରେନିଙ୍ଗ ସରିବାପରେ ୨୦୦୦ ମସିହାରେ ଖଲି ଆମେରିକା ଯାଇକି ଏପିଡବ୍ଲୁ ରେ ନିଜର ଡେବ୍ୟୁ କଲେ।ଏଠାରେ ତାଙ୍କର ରିଙ୍ଗ ନାମ ଥିଲା ଯାଏଣ୍ଟ ସିଂ । ଅକ୍ଟୋବର ୨୦୦୦ ରେ ଖଲି ନିଜର ପ୍ରଥମ ରେସଲିଙ୍ଗ ମ୍ୟାଚ ଖେଳିଥିଲେ ଏବଂ ଏଠାରୁ ତାଙ୍କର ପ୍ରଫେସନାଲ ରେସଲିଙ୍ଗ କ୍ୟାରିୟର ଆରମ୍ଭ ହୋଇଥିଲା।

୨୦୦୧ ମସିହାରେ ଖଲି ମାଡ଼ ପାଇଁ ଜଣେ ରେସଲରଙ୍କର ମୃତ୍ୟୁ ହୋଇଯାଇଥିଲା ଯାହାର ନାମ ବ୍ରାନ ଓଙ୍କ ।୨୦୦୬ ମସିହାରେ ସେ ପ୍ରଥମ ଇଣ୍ଡିଆନ ଯିଏକି ଡବ୍ଲୁଡବ୍ଲୁଇ ସହିତ କଣ୍ଟ୍ରାକ୍ଟ ସାଇନ କରିଥିଲେ। ୭ ଏପ୍ରିଲ ୨୦୦୬ମସିହା ରେ ଖଲି ଡବ୍ଲୁଡବ୍ଲୁଇ ରେ ନଜର ଆସିଥିଲେ। ସେହି ସମୟରେ ଅଣ୍ଡରଟେକର ଓ ମାର୍କ ହେନେରୀ ଙ୍କର ମ୍ୟାଚ ହଉଥିଲା।ଖଲି ଏହି ମ୍ୟାଚ ରେ ଇଣ୍ଟରଫିୟର କରିକି ଅଣ୍ଡରଟେକର ଉପରେ ଆକ୍ରମଣ କରିଥିଲେ ଏବଂ ଅଣ୍ଡରଟେକରକୁ ପୂରାପୂରି ଡେଷ୍ଟ୍ରୟ କରିକି ପଳାଇଥିଲେ। ଏ ପର୍ଯ୍ୟନ୍ତ ଖଲିକୁ କେହିବି ଜାଣିନଥିଲେ ।


ଯେତେବେଳେ ତାଙ୍କୁ ତାଙ୍କର ନାମ ପଚରାଗଲା ଏଠି ଖଲି ତାଙ୍କ ନାମ ଦ ଗ୍ରେଟ ଖଲି ବୋଲି କହିଥିଲେ।ତାଙ୍କର ଡବ୍ଲୁଡବ୍ଲୁଇ ରେ ପ୍ରଥମ ମ୍ୟାଚ ୨୧ ଏପ୍ରିଲ ୨୦୦୬ ରେ ଫୁନାଖି ସହ । ଏପରି ଅନେକଙ୍କୁ ହରେଇ ଡବ୍ଲୁଡବ୍ଲୁଇର କିତାବ ଜିତିଥିଲେ।ଖଲି ୨୦୦୭ ଏବଂ ୨୦୦୮ର ୱାର୍ଲଡ଼ ହେଭିୱେଟ ଚାମ୍ପିଅନସିପ ହାସିଲ କରିଥିଲେ।ଜନ ସିନା ଓ ଟ୍ରିପଲଏଚ କୁ ହରେଇ ୧୩ ନଭେମ୍ବର ୨୦୧୭ କୁ ଖଲିଙ୍କର ଡବ୍ଲୁଡବ୍ଲୁଇ ସହିତ କଣ୍ଟ୍ରାକ୍ଟ ସରିଗଲା ଏବଂ ସେ ଡବ୍ଲୁଡବ୍ଲୁଇ ରୁ ରିଟାର୍ଡମେଣ୍ଟ ନେଇଗଲେ। ଖଲି ୩ଟି ହଲିଉଡ଼ ମୁଭି ଏବଂ ବଲିଉଡ ମୁଭି ମଧ୍ୟ କରିଛନ୍ତି। ଏହାସହ ସେ ୨୦୧୦ରେ ବିଗବସରେ ଆସିଥିଲେ।

ଖଲିଙ୍କ ବାପାଙ୍କ ନାମ ଜ୍ୱାଲା ରାମ।ମା’ଙ୍କ ନାମ ତନ୍ଦୀ ଦେବୀ। ଖଲିଙ୍କ ସ୍ତ୍ରୀ ନାମ ହାରମିନ୍ଦର କୌର ଏବଂ ତାଙ୍କ ଝିଅ ନାମ ହେଉଛି ଅଭଲିନ । ଖଲି ସବୁ ବର୍ଷ ର ଶେଷକୁ ୨୦ ରୁ ୨୫ କୋଟି ବା ୨.୫ ରୁ ୩ ମିଲିୟନ ଡଲାରସ୍ କମେଇଥାନ୍ତି। ଖଲିଙ୍କ ନେଟ ୱାର୍ଥ ହେଉଛି ୧୨୦ କୋଟି ବା ୧୬ ମିଲିୟନ ଡଲାରସ୍ ।ଖଲିଙ୍କର ୨ଟି ଘର ଅଛି ଗୋଟେ ଆମେରିକାରେ ଏବଂ ଆଉ ଗୋଟେ ଭାରତରେ । ଗାଡି କଥା କହିବା ତ ,ଖଲିଙ୍କ ପାଖରେ ଏକ “ଟୋୟୋଟା ଫର୍ଚୁନର” ଅଛି ଯାହାର ଦାମ ୩୦ ଲକ୍ଷ ତାସହିତ ଖଲିଙ୍କ ପାଖରେ ଏକ “ଟୋୟୋଟା ଗ୍ଲାନଜା” ଅଛି ଯାହାର ଦାମ ୧୦ ଲକ୍ଷ ଏବଂ ଖଲିଙ୍କ ପାଖରେ ଏକ “ଫୋର୍ଡ ଜିପ୍” ଅଛି ଯାହାର ଦାମ ୩୦ ଲକ୍ଷ।

Leave a Reply

Your email address will not be published. Required fields are marked *