ଆପଣଙ୍କ ଖରାପ ସମୟ ଆରମ୍ଭ ହେବାପୁର୍ବରୁ ଝିଟିପିଟି ଦେଇଥାଏ ଏହି ସଙ୍କେତ, ନିଶ୍ଚିତ ଭାବେ ଜାଣିନିଅନ୍ତୁ ନହେଲେ ପରେ ହୋଇପାରନ୍ତି ହଇରାଣ..
ସବୁ ମଣିଷର ଜୀବନରେ ଭଲ ଓ ଖରାପ ସମୟ ଚାଲିଥାଏ , ଯଦି କାହାକୁ ତାର ଆସୁଥିବା ଖରାପ ସମୟ ପୁର୍ବରୁ ସୁଚନା ମିଳିଯାଏ ତେବେ କାହାର ଖରାପ ସମୟ ଆଉ ଆସି ହିଁ ପାରିବନାହିଁ , ଆପଣଙ୍କୁ ନିଜର ଆସୁଥିବା ଖରାପ ସମୟର ଅନ୍ଦାଜା ସେମିତି ନ ଜଣାପଡିପାରୁ କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆପଣଙ୍କ ଖରାପ ସମୟ ଆରମ୍ଭ ହେବା ପୁର୍ବରୁ ଝିଟିପିଟି ଆପଣଙ୍କୁ କିଛି ଇସାରା ଦେଇଥାଏ, ଯଦି ସେହି ଇସାରାକୁ ବୁଝିପାରିବେ ତେବେ ନିଶ୍ଚିତ ରୁପେ ଆପଣ ଆସୁଥିବା ଖରାପ ସମୟର ସାମ୍ନା କରିପାରିବେ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଇସାରା ଯାହା ଝିଟିପିଟି ଖରାପ ସମୟ ଆରମ୍ଭ ହେବା ଆଗରୁ ଦେଇଥାଏ ସଙ୍କେତ ।ସବୁଠାରୁ ପ୍ରଥମେ ଜାଣିନେବା କି ଖରାପ ସମୟ୍ କାହାକୁ କୁହାଯାଏ , ଖରାପ ସମୟର କିଛି ବି ସିମ୍ବଲ୍ କିମ୍ବା ଆଲାରାମ୍ ନଥାଏ
ଏହା କିଛି ବି ହୋଇପାରେ, ଆପଣଙ୍କୁ ପସନ୍ଦ ନ ଆସୁ କିମ୍ବା ଜରୁରୀ ହେଉ , ଉଦାହରଣ ଭାବେ ଯଦି କେଉଁ ଦିନ ଅଫିସ୍ ଯିବା ସମୟରେ ଲେଟ୍ ହୋଇଗଲେ, ତେବେ ଅଫିସ୍ ପହଞ୍ଚିବାପରେ ବସଙ୍କ୍ ଗାଳି ପଡିଥାଏ ,ତାହା ଏକପ୍ରକାରର ଖରାପ ସମୟ ହୋଇଥାଏ, ଏହା ଛଡା ଷ୍ଟେସନରେ ଆପଣଙ୍କ ଟ୍ରେନ୍ ମିସ୍ ହୋଇଗଲେ, ତାହାକୁ ଖରାପ ସମୟ କହିବେ , କିନ୍ତୁ ଯଇ ଆପଣ ନିଜ ଆଖପାଖ ଜିନିଷକୁ ଟିକିଏ ଧ୍ୟାନଦେବେ ତେବେ ଖରାପ ସମୟ କଟିଯିବ । ଯଦି ଆପଣ କେଉଁ କାମରେ ବାହାରକୁ ଯାଇଛନ୍ତି ତେବେ ଘରକୁ ଆସିବା ପୁର୍ବରୁ ଆପଣଙ୍କୁ କବାଟ୍ ପାଖରେ କେଉଁ ଝିଟିପିଟି ଦେଖାଦେଇଯାଏ ,ତେବେ ଏହାର ମତଲବ ହୋଇଥାଏ କି ଆପଣଙ୍କ ଖରାପ ସମୟ ଜଲଦି ଆରମ୍ଭ ହୋଇଯିବ
ଏମିତି ଖରାପ ସମୟକୁ ଟାଳିବାପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ନିଜ କରାଯାଇଥିବା କାମର ଆଗରେ ଯାହା ଆପଣ ଆଗକୁ କରିବାର ଅଛି ତାହା ଉପରେ ପୁରା ନଜର ରଖିବାକୁ ହେବ , ଏହା ଛଡା ଯଦି ଆପଣ ନୁଆ ଘର ନେଇଛନ୍ତି , ଓ ଗୃହ ପ୍ରବେଶ ଦିନ ଆପଣଙ୍କୁ ନିଜ ଘରେ କେଉଁ ମରିଯାଇଥିବା ଝିଟିପିଟି ଦେଖାଯାଏ ତେବେ ଖରାପ ସମୟର ସଙ୍କେତ ଦେଇଥାଏ, ଏଥିରୁ ବଞ୍ଚିବାପାଇଁ ଆପଣଙ୍କୁ ଗୃହ ପ୍ରବେଶ ପୁଜା ସହ ଗୃହଶାନ୍ତି ଯଜ୍ଞ କରିବା ଉଚିତ୍ , କାରଣ ଏମିତି କରିଲେ ଆପଣଙ୍କ ଉପରୁ ଖରାପ ସମୟର ପ୍ରାଦୁର୍ଭାବ କମ୍ ହୋଇଯିବ , ନହେଲେ ଆପଣ ଜୀବନରେ କେବେ ବି ଉନ୍ନତି କରିପାରିବେ ନାହିଁ । ଯଦି ଆପଣ ନିଜ ବଡ ବୟସ୍କଙ୍କ ମୁହଁରୁ ଶୁଣିଥିବେ କି ଶରୀରର କେଉଁ ଭାଗରେ ଯଦି ଝିଟିପିଟି ପଡିଯାଏ ତେବେ ଏହା କ୍ଷତିକାରକ ହୋଇଥାଏ
ଆପଣଙ୍କୁ କହିଦେବୁ କି ଏମିତି କିଛି ହୁଏ ନାହିଁ , ଯଦି ଝିଟିପିଟି ମୁଣ୍ତ ଉପରେ ପଡିଥାଏ , ତେବେ ଖରାପ ସମୟ ନୁହେଁ ବରଂ ଜୀବନରେ ଆସୁଥିବା ଖୁସି ଆଡକୁ ଇଶାରା କରିଥାଏ, ଓ ଆପଣଙ୍କ ଜୀବନରେ ଧନ ଲାଭର ଯୋଗ ହେବ ବୋଲି ଦର୍ଶାଇ ଥାଏ, ଏହା ଛଡା ଯଦି ଝିଟିପିଟି ଆପଣଙ୍କ ବାଳ କିମ୍ବା ଡାହାଣ ଆଡକୁ ଶରୀରର କେଉଁ ଅଙ୍ଗରେ ପଡିଥାଏ , ତେବେ ଏହାର ମତଲବ ହୋଇଥାଏ କି ଆପଣଙ୍କ ଜୀବନରେ ଦୂଃଖର ପାହାଡ ପଡିବାର ଅଛି, ଏଥିପାଇଁ ଏମିତି ସ୍ଥିତିର ସାମ୍ନା କରିବାକୁ ହେଲେ ପ୍ରସ୍ତୁତ ହୋଇଯାଆନ୍ତୁ , ଓ ଏହା ସହ ଝିଟିପିଟି ସହ ଭେଟହେଲେ ଏମିତି ସଙ୍କେତ ବିଷୟରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ