କଣ ଆପଣ ଜାଣିଛନ୍ତି ବିଲେଇ ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…
ଆପଣ ନିଜ ବଡ ବୟସ୍କଙ୍କ ମୁହଁରୁ ବହୁତଥର ଏହା ଶୁଣିଥିବେ କି ବିଲେଇ ଯଦି ରାସ୍ତା କାଟିଦେବେ ତେବେ ଏହା ଅଲକ୍ଷଣ ହୋଇଥାଏ , ଆମର ଦେଶରେ ବହୁତ ଲୋକ ଅଛନ୍ତି ଯିଏ ଏହି ପୁରୁଣା ମାନ୍ୟତାକୁ ବିଶ୍ୱାସ କରନ୍ତି । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବିଲେଇ ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ କଥା କେବଳ ଭାରତରେ ନୁହେଁ ବରଂ ବାହାର ଦେଶରେ ବି ଲୋକେ ମାନନ୍ତି , ଆଜି ଆମେ ଆପଣଙ୍କୁ ବିଲେଇ ସହ ଯୋଡି ହୋଇଥିବା କିଛି ଶୁଭ ଓ ଅଶୁଭ କଥା ଉପରେ କହିବାକୁ ଯାଉଛୁ, ଯାହା ଆପଣ ପୁର୍ବରୁ କେବେ ଜାଣିନଥିବେ ।
୧) ନେଦରଲ୍ୟାଣ୍ତ-ଆପଣଙ୍କୁ କହିଦେବୁ କି ଭାରତ ପରି ନେଦରଲ୍ୟାଣ୍ତ ଲୋକ ବି ବିଲେଇ ସହ ଯୋଡି ହୋଇଥିବା କଥାରେ ବିଶ୍ୱାସ ରଖନ୍ତି , କହିଦେବୁ କି ନେଦରଲ୍ୟାଣ୍ତରେ ବିଲେଇଙ୍କୁ ଏକ ଗସିପ୍ କରୁଥିବା କିମ୍ବା ଏମିତି କହିଲେ ଏପଟ କଥା ସେପଟେ କହୁଥିବା ପ୍ରାଣୀ ରୁପରେ ମାନିଥାନ୍ତି , ସେଠାକାର ଲୋକେ କେବେ ବି କେଉଁ କଥାକୁ ସେହି ରୁମରେ ଆଲୋଚନା କରନ୍ତି ନାହିଁ , ଯେଉଁଠି କେଉଁ ବିଲେଇ ଥିବ ।
୨) ଇଟାଲି- କହିଦେବୁ କି ଇଟାଲିରେ ଲୋକେ ଏହା ବିଶ୍ୱାସ ରଖନ୍ତି କି ଯଦି କେଉଁ ବିଲେଇ ଛିଙ୍କିଦିଏ ତେବେ ସେହି ବ୍ୟକ୍ତିର ଗୁଡ୍ ଲକ୍ ବୋଲି ମାନାଯାଏ , ଓ ଯଦି ବିଲେଇ କେଉଁ ରୋଗାକ୍ରାନ୍ତ ବ୍ୟକ୍ତିର ବେଡରେ ଶୋଇଥିବାର ଦେଖାଯାଏ ତେବେ ସେହି ବ୍ୟକ୍ତିର ମୃତ୍ୟୁ ହେବାର ଆଶଙ୍କା ବୋଲି ଜଣାଯାଏ ।
୩) ଜାପାନରେ ବିଲେଇ ସହ ଏମିତି ମାନ୍ୟତା ଅଛି କି ଯଦି ବିଲେଇ ନିଜ ପଞ୍ଝାରେ ନିଜ ମୁହଁକୁ ଆଉଁସୁଥିବାର ନଜର ଆସେ ତେବେ ତାଙ୍କ ଘରକୁ କେଉଁ ଅତିଥି ଆସିବାର ସଙ୍କେତ ଦିଏ ।
୪) ଚୀନ୍- ଚୀନରେ ଲୋକଙ୍କର ଏମିତି ମାନ୍ୟତା ଅଛି କି ସେମାନେ ଯଦି କେଉଁ କଳା ବିଲେଇକୁ ଦେଖିନେବେ ତେବେ ଆସୁଥିବା ଦାରିଦ୍ରତା ଓ ଅକାଳ ପଡିବାର ସଙ୍କେତ ଚିହ୍ନ ହୋଇଥାଏ , ସେମିତି ଅନ୍ୟପଟେ ଚାଷିର କ୍ଷେତରେ ଯଦି ବିଲେଇର ଛୁଆ ଖେଳୁଥିବାର ଦେଖାଯାଏ ତେବେ ସେ ଚାଷିର ଭଲ ଫସଲ ହେବାର ସଙ୍କେତ ଦେଇଥାଏ ।
୫) ସ୍କଟଲ୍ୟାଣ୍ତ୍- କହିଦେବୁ କି ସ୍କଟଲ୍ୟାଣ୍ତରେ ଲୋକେ ଏମିତି ମାନ୍ୟତା ଅଛି କି ଯଦି ପୁର୍ଣ୍ଣ ଚନ୍ଦ୍ର ସମୟର ରାତିରେ କେଉଁ ବିଲେଇ ଯଦି ରାସ୍ତା କ୍ରସ୍ କରେ ତେବେ ଏମିତି ମାନାଯାଏ କି ସେହି ବ୍ୟକ୍ତିର ଜଲଦି କେଉଁ ଖତରନାକ୍ ରୋଗରେ ପଡିବାର ସଙ୍କେତ ହୋଇଥାଏ ।
୬) ଆୟରଲ୍ୟାଣ୍ତ- ଆୟରଲ୍ୟାଣ୍ତରେ ବିଲେଇ ସହ ଏମିତି ମାନ୍ୟତା ଅଛି କି ଯଦି ବିଲେଇ ତାଙ୍କ ଘର ବାରଣ୍ତାରେ ବସିଥିବାର ଦେଖାଯାଏ , ତେବେ ଏମିତି ମାନାଯାଏ କି ଘରେ ସୁଖ ଓ ସମୃଦ୍ଧି ଆସିବାର ଅଛି, ଏହି ଦେଶର କିଛି ଭାଗରେ ଲୋକେ ବିଲେଇଙ୍କ ପୁଜା ବି କରନ୍ତି , ଓ ତାଙ୍କୁ ଘରକୁ ଆସିବାକୁ ଆମନ୍ତ୍ରିତ କରାଯାଏ , ଏମାନେ ଘରକୁ ଆସିଲେ ଶୁଭ ବୋଲି ଜଣାଯାଏ ।
୭) ଇଣ୍ତୋନେସିଆ- ଏଠାକାର ଲୋକେ ବିଲେଇ ସହ ଯୋଡିହୋଇଥିବା କଥା ପାଣିପାଗ ଉପରେ ନେଇ ମାନନ୍ତି , ଏବେ ସେମିତି କିପରି ହୋଇପାରିବ ଏହା ଆପଣ ବି ଭାବୁଥିବେ ଆପଣଙ୍କୁ କହିଦେବୁ କି ଇଣ୍ତୋନେସିଆରେ ଯେବେ ବର୍ଷାହୁଏ ନାହିଁ ତେବେ ଲୋକେ ଏମିତି ମାନନ୍ତି କି ଯଦି ବିଲେଇ ଉପରେ ପାଣି ପକାଇଦିଅନ୍ତି ତେବେ ବିଲେଇ ବଦଲା ନେବାପାଇଁ ବର୍ଷା କରନ୍ତି ।