February 14, 2025

Odia Express

Leading Odia News Portal of Odisha

ଭଡାର ଘରେ ରହୁଥିଲେ ୩ ଜଣ ସାଙ୍ଗ ଘରକୁ ଆଣିଲେ ସେକେଣ୍ତ ହ୍ୟାଣ୍ତ ସୋଫା ଦିନେ ସୋଫାରୁ ବାହାରିଲା କିଛି ଏମିତି ସମସ୍ତେ ଚକିତ ହୋଇଗଲେ…

ଜୀବନର ମୋଡରେ କେଉଁ ଘଟଣା କେବେ କାହା ସହ ଘଟିଯିବ ଏହି କଥାର ଅନ୍ଦାଜା କେବେ କିଏ ଲଗାଇନଥିବ , ହୋଇପାରେ କି ଆପଣ ରାସ୍ତାରେ ଚାଲୁଥିବା ବେଳେ ଧନୀ ହୋଇଯିବେ , ଏହାର ଠିକ୍ ବିପରିତ ଯେବେ ଆପଣ ଦୁନିଆଁର ସବୁ ବିଳାସ ବାସ୍ୟନ ରେ ମଜା ନେଉଥିବେ  ଓ ଅଚାନକରୁ ଆପଣଙ୍କ ପାଖରୁ ଗୋଟେ ଝଟକାରେ ସବୁ ଚାଲିଯିବ, କିଛି ଏମିତି ଘଟଣା ଆମେରିକାର ପାର୍ ସହରରେ ରହୁଥିବା ୩ ଜଣ କଲେଜ ସାଙ୍ଗଙ୍କ ସହ ଘଟିଲା ଯେବେ ସେମାନେ ରହିବାକୁ ଏକ ଭଡା ଘର ନେଲେ ଓ ସେଠାରେ ମିଶିକରି ସେମାନେ ଏକ ସେକେଣ୍ତ ହ୍ୟାଣ୍ତ ସୋଫା ଆଣିଆସିଲେ , ସେ ଭାବିନଥିଲେ କି ଏହି ପୁରୁଣା ସୋଫାରେ ଏମିତି ଜିନିଷ ଲୁଚିଛି, ଯାହା ତାଙ୍କ ଜୀବନ ବଦଳାଇଦେବ ।

କହିଦେବୁ କି ଏଇ ତିନି ଜଣ କଲେଜ ଛାତ୍ର ଥିଲେ ଓ ତିନିଜଣ ମିଶିକରି ଘର ଭଡାରେ ନେଇଥିଲେ,  ସେ କିଛି ପଇସା ଏକାଠିକରି ପ୍ରାୟ ତେରଶ ଶହ ଟଙ୍କାରେ ଏକ ସୋଫା କିଣିନେଲେ , ଏହି ସୋଫା ତାଙ୍କ ପାଇଁ ଏକ ସାମାନ୍ୟ ସୋଫା ଥିଲା,  କିନ୍ତୁ ପରେ ଏହା ତାଙ୍କର ଜୀବନ ବଦଳାଇଦେବ ବୋଲି କିଏ ଜାଣିଥିଲା । ଅସଲରେ ହେଲା କିଛି ଏପରି କି ସବୁଦିନ ପରି ଯେବେ ତିନିଜଣ ସାଙ୍ଗ ପୁରୁଣା ସୋଫାରେ ବସି ଟିଭିଦେଖୁଥିଲେ, ତେବେ ସେହି ସମୟରେ ଜଣଙ୍କୁ କିଛି ଅଜବ ଲାଗିଲା,  ଏମିତି ଲାଗିଲା ସୋଫା ତଳେ କିଛି ଅଛି, ଏହାପରେ ସେମାନେ ଯେପରି ସୋଫାର ଗଦି ବାହାର କଲେ ତେବେ ସେମାନେ ଚକିତ ହୋଇଗଲେ,  ଅସଲରେ ଗଦିତଳେ ଏକ ଲିଫାପା ଥିଲା,  ଯାହାକୁ ଖୋଲିବାପରେ ଜଣାପଡିଲା କି ତା ମଧ୍ୟରେ ୧ ହଜାର ଡଲାର୍ ଅଛି

ଏହାପରେ ସେମାନେ ଚଷ୍ଟା କଲେ ତାପରେ ବହୁତ ସାରା ଲିଫାପା ମିଳିଗଲା , ଓ ଏତିକି ନୁହେଁ ସେଫି ସୋଫାରୁ ଏକ ଛୋଟ ବାକ୍ସ ବି ମିଳିଲା,  ଓ ଏହା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ସମୁଦାୟ ପଇସା ଗଣିବାପରେ ଜଣାପଡିଲା କି ସେହି ପୁରୁଣା ସୋଫା ତଳେ ୪୧ ହଜାର ଡଲାର୍ ମାନେ ଭାରତୀୟ ମୁଦ୍ରାରେ ୨୯ ଲକ୍ଷ ଥିଲା , ଅଚାନକ ଏମିତି କିଛି ମୁହୁର୍ତ୍ତରେ ହୋଇଗଲା କେହି ବିଶ୍ୱାସ୍ କରିପାରୁନଥିଲେ ,ସେହି ତିନିଜଣ ସାଙ୍ଗଙ୍କୁ ଏମିତି ଲାଗିଲା କି ଯେପରି ସେମାନେ କେଉଁ ସ୍ୱପ୍ନ ଦେଖୁଛନ୍ତି , ଯେବେ ସବୁ ଟିକିଏ ଆରାମରେ ଶୋଇଥିବା ଲିଫାପା ବ୍ୟାଙ୍କରେ ଡିପୋଜିଟ୍ ସ୍ଲିପ୍ ଦେଖିଲେ ତେବେ ଜାଣିପାରିଲେ କି ସେ ସବୁ ପଇସା ଯାହାର ଥିଲା ସେ ଏହାକୁ ବ୍ୟାଙ୍କରେ ଜମା କରିବାର ଥିଲା , ଓ ଆପଣଙ୍କୁ ଏହା ଶୁଣିକରି ବେଶୀ ଆଶ୍ଚର୍ଯ୍ୟ ଲାଗିବ କି ଏଇ ତିନିଜଣ ସାଙ୍ଗ ମିଶିକରି ବିନା କେଉଁ ଲୋଭରେ ଫଇସଲା କଲେ କି ଯାହାର ପଇସା ତାକୁ ଫେରାଇଦେବେ ।

ବ୍ୟାଙ୍କ୍ ସ୍ଲିପ୍ ମାଧ୍ୟମରେ ତିନିଜଣ ସାଙ୍ଗ ଅସଲ ମାଲିକ ଖୋଜିବା ଆରମ୍ଭ କରିଦେଲେ, ଓ ତାଙ୍କୁ ଏକ ଠିକଣା ମିଳିଲା , ତିନିଜଣ ସେହି ଠିକଣାରେ ପହଞ୍ଚିଲେ,  ତେବେ ସେଠାରେ ଏକ ଭଙ୍ଗା ଘର୍ ଥିଲା,  ସେଠାରେ ଏକ ବୁଢି ମା ଥିଲେ, ଟିକିଏ କଥାବାର୍ତ୍ତାରେ ଜଣାପଡିଲା କି ଏହି ପଇସା ବୁଢି ମାର ସ୍ୱାମୀଙ୍କର ଥିଲା,  ମହିଳା ଜଣଙ୍କ କହିଲେ କି ପଇସା ତାଙ୍କ ସ୍ୱାମୀଙ୍କ ରିଟାୟର୍ଡମେଣ୍ଟ ପଇସା ଥିଲା,  ଓ ତାଙ୍କ ମୃତ୍ୟୁ ପରେ ବ୍ୟାଙ୍କରେ ଜମା କରିବାର ଥିଲା , କିନ୍ତୁ ସେ କିଛି କାରଣରୁ ସୋଫାରେ ସବୁ ପଇସା ଲୁଚାଇଦେଇଥିଲେ

କିନ୍ତୁ କିଛି ସମୟପରେ ସେହି ମହିଳା ଛୁଆମାନେ ବିନା କିଛି କହି ତାଙ୍କ ସୋଫାକୁ ବିକ୍ରି କରିଦେଲେ,  ଓ ସବୁ ପଇସା ସେହି ସୋଫା ସହ ଚାଳିଗଲା , ତିନିଜଣ ଛାତ୍ର ସେହି ମହିଳାଙ୍କୁ ସବୁ ପଇସା ଫେରାଇଦେଲେ , ଏଥିରେ ସେ ବହୁତ ଖୁସି ହେଏଲ୍ , ମହିଳା ତିନି ଜଣ ଛାତ୍ରଙ୍କୁ ବଦଳରେ ୧ ହଜାର ଡଲାର୍ ଦେଲେ , ଏତେ ସାରା ପଇସା ବଦଳରେ ୧ ହଜାର ଡଲାର୍ ବହୁତ କମ୍ ଥିଲା,  କିନ୍ତୁ ଏଠାରେ ଦାମ୍ ଇମାନଦାରୀର ଥିଲା ,ଯାହାର ଚର୍ଚ୍ଚା ଏବେ ସବୁଆଡେ ହେଉଛି ।

Leave a Reply

Your email address will not be published. Required fields are marked *