March 24, 2025

Odia Express

Leading Odia News Portal of Odisha

S ନାମର ଲୋକ କେମିତି ହୋଇଥାନ୍ତି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ? ନିଶ୍ଚୟ ଜାଣିରଖନ୍ତୁ ତାଙ୍କ ସ୍ୱଭାବ ଓ ବିଶେଷ ଗୁଣ ଗୁଡିକ ବିଷୟରେ..

S ନାମର ଲୋକ ଏହି କେତେକ ଜିନିଷର ଧ୍ୟାନ ରଖନ୍ତୁ ନହେଲେ ସମ୍ଭାବ୍ୟତାରୁ ଅଧିକ ବିଚଳିତ ନିଜ ଜୀବନରେ ହୋଇପାରନ୍ତି।ଏମାନେ ନିଜ ଜୀବନରେ ଆଗକୁ ବଢିବାକୁ ଚାହାନ୍ତି ପ୍ରଗତି କରିବାକୁ ଚାହାନ୍ତି କିନ୍ତୁ ଏ ଜିନିଷ ଆସିବ କେମିତି।ବସି ବସି ‘S’ ନାମକ ଲୋକ ବହୁତ ଭାବିବାକୁ ଲାଗନ୍ତି ଆଉ ଏହାହିଁ ଅସୁବିଧାର କାରଣ ପାଲଟି ଯାଇଥାଏ।ଏମାନେ ମାନବତା ବାଦୀ ପ୍ରବୃତ୍ତିର ମଣିଷ ଅଟନ୍ତି ବହୁତ ଭଲ ସ୍ୱଭାବର ମଣିଷ ଅଟନ୍ତି।ଯଦି ଆପଣ ଜୀବନରେ ଆଗକୁ ବଢିବାକୁ ଚାହୁଁଛନ୍ତି ତାହେଲେ ସେଠାରେ ଆପଣଙ୍କ ଏ ଚିନ୍ତାଧାରା ଚାଲିବ ନାହିଁ।ଆପଣଙ୍କୁ ନିଜ ବିଚାରରେ ଅଳ୍ପ ପରିବର୍ତ୍ତନ ଆଣି ଅଧିକ ପରିଶ୍ରମ କରିବାର ଅଛି।ଆପଣ ବେଳେ ବେଳେ କାମରେ ଚୋରି କରି ନିଅନ୍ତି ଏହା ଆଦୋୖ ଉଚିତ ନୁହେଁ।ଏହି ଜିନିଷ ଆପଣଙ୍କୁ ଭଵିଷ୍ୟତରେ ହଇରାଣରେ ପକେଇ ପାରେ।

ଆପଣ ନିଜ ଜୀବନରେ ନିଜର ସ୍ୱତନ୍ତ୍ରତାକୁ ପାଇବାକୁ ବହୁତ ଇଛା ରଖିଥାନ୍ତି।ଆପଣଙ୍କୁ କାର୍ଯ୍ୟ ସ୍ଥଳରେ ଚୁନତି ପୁର୍ଣ୍ଣ କାର୍ଯ୍ୟ ପସନ୍ଦ ଥାଏ କିନ୍ତୁ ଆପଣ ଅଧା କାମ କରି ହାର ମାନିଯାଇ ବସିଯାନ୍ତି।ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରର ଅସୁବିଧା ବ୍ୟତୀତ ଆଉ କିଛି ଆସିବ ନାହିଁ।ନୂଆ ନୂଆ ଜିନିଷ ଖୋଜିବାରେ ଆପଣଙ୍କୁ ବହୁତ ଭଲ ଲାଗେ କିନ୍ତୁ ପୁରୁଣା ଜିନିଷକୁ ଅଣଦେଖା କରି ଦିଅନ୍ତି।ଯେତେବେଳେ ଆପଣ ପଛରେ ଥିବା ଜିନିଷକୁ ଠିକ ନକରିବେ ତାହେଲେ ଅସୁବିଧା ଆହୁରି ବଢିବାକୁ ଲାଗିବ।ଯଦି ଆପଣ ଏସବୁ ଜିନିଷକୁ ନସୁଧାରିବେ ତାହେଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଜୀବନ ପଶ୍ଚାତାପ କରିବାକୁ ପଡିପାରେ।ଆଉ ଏମାନେ ସବୁ କଥାରେ ଖୁଣ ବାହାର କରନ୍ତି ଆଉ କୁହନ୍ତି ତାଙ୍କୁ ଏହାର ସମାଧାନ ମିଳୁ ନାହିଁ।ଏମାନେ ଅଳ୍ପ ଡ଼ରୁଆ ସ୍ୱଭାବର ବ୍ୟକ୍ତି ଅଟନ୍ତି।ସେଥିପାଇଁ ଭବିଷ୍ୟତରେ କିଛି କରି ପାରନ୍ତି ଆଉ କିଛି କରିପାରନ୍ତି ନାହିଁ।

ଏମାନେ ରୋମାଣ୍ଟିକ କ୍ଷେତ୍ରରେ ବହୁତ ଖୋଲା ବିଚାର ଧାରାର ହୋଇଥାନ୍ତି।ଏମାନେ ନିଜ ସାଥିକୁ ମଧ୍ୟ ବହୁତ ପସନ୍ଦ ଆସନ୍ତି କିନ୍ତୁ ଯେତେବେଳେ କୌଣସି ସ୍ୱାର୍ଥ ଥାଏ ସେତବେଳେ କେବଳ ନିଜ ସାଥି ପାଇଁ କିଛି କରନ୍ତି।ବେଳେବେଳେ ଆପଣ ଏତେ ସମ୍ବେଦନଶୀଳ ହୋଇଯାନ୍ତି ସେତବେଳେ ଆପଣଙ୍କ ଚିନ୍ତାଧାରା ଆପଣଙ୍କ ସାଥି ଉପରେ କୌଣସି କାମ କରେ ନାହିଁ।ଆପଣଙ୍କ ପାଖକୁ କୌଣସି ଖୁସି ଖବର ଆସେତ ଆପଣ ତୁରନ୍ତ ସକାରାତ୍ମକ ଭାବକ ହୋଇଯାନ୍ତି।ଆପଣ ଅନ୍ୟ କାହାକୁ କଷ୍ଟ ଦେଇ ନିଜ ସ୍ୱାର୍ଥ ପୁର୍ଣ୍ଣ କରନ୍ତୁ ନାହିଁ।ତଥାପି ଆପଣ ଅନ୍ୟକୁ ଅସୁବିଧାରେ ଦେଖି ପାରନ୍ତି ନାହିଁ।ବେଳେବେଳେ ଏମାନେ ନିଜ ସ୍ଵାର୍ଥ ପୁର୍ଣ୍ଣ କରିବା ପାଇଁ ଅନ୍ୟମାନଙ୍କୁ ଆହତ କରନ୍ତି।

ଆପଣ ବେଳେବେଳେ ପୁରୁଣା ସ୍ୱଭାବର ମଣିଷ ହୋଇଯାନ୍ତି ଯାହା ଆପଣଙ୍କ ସାଥିକୁ ଏହି ସବୁ ଜିନିଷ ଆଦୋୖ ଭଲ ଲାଗି ନଥାଏ।ତେଣୁ ଆପଣଙ୍କୁ ସମୟ ସହିତ ପରିବର୍ତ୍ତନ ହବାର ଅଛି ଆଉ ଅତୀତକୁ ପଛରେ ଛାଡି ଦେବାର ଅଛି।ଯଦି ଆପଣଙ୍କୁ ଜୀବନରେ ଆଗକୁ ବଢିବାର ଅଛି ତାହେଲେ ଆପଣଙ୍କ ନକାରାତ୍ମକ ଚିନ୍ତାଧାରାକୁ ପଛରେ ଛାଡିବାର ଅଛି।ଆପଣ ସବୁବେଳେ ଭାଵନ୍ତି ମୁଁ ଯାହା କହୁଛି ସେମିତି ହିଁ ହେବ ତାହେଲେ ନିଜେ ନିଜର କାମ କରନ୍ତୁ ଅନ୍ୟକୁ ହଇରାଣ କରନ୍ତୁ ନାହିଁ। ଆଉ କେଉଁଠି ନା କେଉଁଠି ଏ ଜିନିଷ ଆପଣଙ୍କୁ ପ୍ରଗତି ଶୀଳ କରିନଥାଏ।ଆପଣ ରାଶି ଚକ୍ରର ୧୧ ତମ ରାଶି ଅଟନ୍ତି।ଆପଣ ସବୁବେଳେ ପରିଶୋଧ ନେବାକୁ ପ୍ରସ୍ତୁତ ରୁହନ୍ତି।ଆପଣ ବେଳେବେଳେ ନିଜର ଭାବନାତ୍ମକ ଭାବରେ ନିଜ ସମ୍ପର୍କ ସହିତ ଜଡିତ ରହିଥାନ୍ତି।

ଆପଣ ବୁଦ୍ଧିମାନ ମଣିଷ ସହିତ ମଜାକିଆ ମଣିଷ ମଧ୍ୟ ଅଟନ୍ତି।ଆପଣ ବେଳେବେଳେ ଏତେ କଷ୍ଟ ଦାୟୀ କଥା କୁହନ୍ତିକି ସାମ୍ନା ଲୋକ ପାଦ ତଳୁ ମାଟି ଖସିଯାଏ।ଆପଣ ବେଳେବେଳେ ଲୋକମାନଙ୍କୁ ଶିଖେଇବା ପାଇଁ ପ୍ରସ୍ତୁତ ରୁହନ୍ତି।ହେଲେ କଣ ହେବ ଯଦି କୌଣସି ଛୋଟ କଥା ଆପଣଙ୍କୁ କଷ୍ଟ ଦିଏ ଏହା ସିଧାସଳଖ ଆପଣଙ୍କ ଭାବନା ଉପରେ ପ୍ରଭବ ପକାଏ।ଆପଣ ଯେକୌଣସି ଛୋଟ କଥାକୁ ଧରି ବସନ୍ତି ତାକୁ ଏତେ ସହଜରେ ଛାଡି ପାରନ୍ତି ନାହିଁ ବହୁତ କ୍ଷେତ୍ରରେ ଏହା ବହୁତ ନକାରାତ୍ମକ କଥା ଅଟେ।ଆପଣ ନିଜର ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସକାଳ ଓ ସନ୍ଧ୍ୟାରେ ଯୋଗ ଓ ପ୍ରାଣାୟମ କରନ୍ତୁ।

ଆପଣ ଧ୍ୟାନରେ ବସି ଭାବନ୍ତୁ କଣ ସେ ଜିନିଷ ଯାହା ଆପଣଙ୍କୁ ଆଗକୁ ବଢିବାକୁ ଦେଉ ନାହିଁ।ଏହି ସବୁ ଜିନିଷ ଯଦି ଆପଣ ହାସଲ କରିନେଲେ ତାହେଲେ ଆପଣ ଜୀବନରେ ବହୁତ ଆଗକୁ ଯିବେ।ଯଦି ଆପଣ ଏସବୁ ଜିନିଷକୁ ନସୁଧାରିବେ ତାହେଲେ ଜୀବନର ସବୁ କ୍ଷେତ୍ରରେ ଆପଣଙ୍କୁ ହଇରାଣ ହେବାକୁ ପଡିବ।ଏମାନେ ସାଧାରଣତଃ କୁମ୍ଭ ରାଶିର ହୋଇଥାନ୍ତି।ଆପଣ କୌଣସି ମଣିଷ ଉପରେ ଯଦି ଅଧିକ ଭରସା କରୁଛନ୍ତି ଆଉ ସେ ଆପଣଙ୍କ ହିସାବରେ ଠିକଠାକ ନହେଉଛି ତାହେଲେ ଆପଣ ଦୁଃଖୀ ହୋଇ ତାସହିତ ସମ୍ପର୍କ ଭାଙ୍ଗି ଦିଅନ୍ତି। ଆପଣ ଯଦି ଏହି ସବୁ ଜିନିଷ ପରିବର୍ତ୍ତନ ନକରିବେ ତାହେଲେ ଆପଣ ଜୀବନରେ ଆଗକୁ ବହୁତ କଷ୍ଟ ପାଇବେ।

Leave a Reply

Your email address will not be published. Required fields are marked *