ବେଲ ପତ୍ରକୁ ସେବନ କରିବା ଦ୍ୱାରା ଡାଇବେଟିସ, ମୋଟାପଣ , ଅଧିକ ବ୍ଲଡ଼ ପ୍ରେସର୍ ଏହି ସବୁ ରୋଗ ପାଇଁ କିପରି ଲାଭ ଦାୟକ ହୋଇଥାଏ ଆସନ୍ତୁ ଜାଣିବା…

ଆଜିକାଲି ତ ବହୁତ୍ ଲୋକଙ୍କୁ ବୟସ ସୀମା ବଢିବା ସହ ଅନେକ ପ୍ରକାରର ରୋଗ ହେଉଛି ।ଦେଖିବାକୁ ଗଲେ ଯେମିତି କି ବ୍ଲଡ଼ ପ୍ରେସର୍ । ବ୍ଲଡ଼ ପ୍ରେସର୍ କୁ କିପରି ଠିକ୍ କରା ଯାଇପାରିବ ସେଥିପାଇଁ ଆମେ ଆଜି ଆପଣଙ୍କୁ ଏକ ବହୁତ୍ ଭଲ ଔଷଧ କହିବୁ ଯାହାକି ଆପଣଙ୍କ ଘର ନିକଟରେ ମିଳିଯିବ ଅତି ସହଜ ରେ । ଏହି ଗଛର ପତ୍ର କୁ ଆମେ ସାଧାରଣତଃ ଶିବ ଙ୍କ ନିକଟରେ ଲଗାଇ ପୂଜା କରିଥାଏ । ଆପଣ ଏହି ଗଛ ରୁ ପାଞ୍ଚୋଟି ପତ୍ର ଆଣନ୍ତୁ। ଏହା ପରେ ଏହି ପତ୍ର କୁ ଆପଣ ଭଲ ଭାବରେ ଛେଚି ଦିଅନ୍ତୁ । ଏହା ପରେ ଆପଣ ସେଥିରେ ଗୋଟେ ଗ୍ଲାସ୍ ପାଣି ମିଶାନ୍ତୁ ।
ସେଥିରେ ପାଣି ମିଶାଇବା ପରେ ଆପଣ ତାହାକୁ ଗରମ କରନ୍ତୁ ସେତେବେଳେ ଯାଏ ଯେତେବେଳ ପର୍ଯ୍ୟନ୍ତ ସେହି ଗୋଟେ ଗ୍ଲାସ୍ ପାଣି ଅଧା ଗ୍ଲାସ ରେ ପରିଣତ ନ ହୋଇଛି । ଏହା ପରେ ଏହାକୁ ସେହି ଅଧା ଗ୍ଲାସ ପର୍ଯ୍ୟନ୍ତ ହେବା ପରେ ଆଉ ଗରମ କରନ୍ତୁ ନାହିଁ କାଢି ଦିଅନ୍ତୁ ଏବଂ ଏହା ପରେ ଆପଣ ତାହାକୁ ଭଲ ଭାବରେ ଥଣ୍ଡା କରି ଦିଅନ୍ତୁ । ଏହାକୁ ବେଳ ପତ୍ର ର କାଢ଼ା କୁହାଯାଏ । ଆପଣ ଯଦି ପ୍ରତିଦିନ ଏହି କଢ଼ା କୁ ସେବନ କରିବେ ତାହେଲେ ଆପଣଙ୍କ ବ୍ଲଡ଼ ପ୍ରେସର୍ ସମସ୍ୟା ରହିବ ନାହିଁ ।ଯେଉଁ ବ୍ୟକ୍ତି ମାନଙ୍କ ର ବ୍ଲଡ଼ ପ୍ରେସର୍ ଅଧିକ ହୋଇଥାଏ ସେହି ଲୋକ ମାନେ ୨ରୁ ୩ ମାସ ପର୍ଯ୍ୟନ୍ତ ଏହି ବେଲରେ ପ୍ରସ୍ତୁତ କାଢ଼ା ସେବନ କରିବା ସହ ଯଦି ପ୍ରତିଦିନ ପ୍ରାଣାୟମ କରିବେ ତାହେଲେ ଆପଣଙ୍କ ବ୍ଲଡ଼ ପ୍ରେସର୍ ଠିକ୍ ହେଇଯିବ କେବଳ ୨ ରୁ ୩ ମାସ ମଧ୍ୟରେ । ଏହି ବେଲ ପତ୍ର ଏତେ ଭଲ ଏହି ରୋଗ ପାଇଁ ।
ଆପଣ ମାନେ ଯେଉଁ ବେଲ ପତ୍ର କୁ ନେଉଛନ୍ତି ଶିବ ଙ୍କ ନିକଟକୁ ସେହି ବେଲ ପତ୍ର କୁ ଆପଣ ଶିବ ଙ୍କ ମସ୍ତକ ରେ ସ୍ପର୍ଶ କରି ପୁଣି ନିଜେ ଆଣିକି ଆସନ୍ତୁ ଭାରି କାହିଁକି ନା ସେହି ବେଲ ପତ୍ର କୁ ପୂଜାରୀ ନେଇ ଏକ ସ୍ଥାନରେ ଫୋପାଡି ଦେଇଥାଏ ।ଏହି ଆକଳନ ରୁ ଆମେ ହିସାବ କରି ଦେଖିଛୁ କୁ ଆମ ଭାରତ ବର୍ଷ ରେ କେତେ ଶିବ ମନ୍ଦିର ଅଛି ଏବଂ କେତେ ବେଲ ପତ୍ର ଗୋଟେ ଦିନ ରେ ଫୋପାଡି ଦିଆଯାଉଛି ତାହାକୁ ଯଦି ଆମେ ବ୍ୟବହାର କରିବା ତାହେଲେ ସେହିଥିରେ ୨୦ କୋଟି ଲୋକଙ୍କ ର ବ୍ଲଡ଼ ପ୍ରେସର୍ କୁ କମା ଯାଇପାରିବ ।
ଆପଣ କଣ କରନ୍ତୁ କି ଶିବଙ୍କୁ ବେଲ ପତ୍ର ସ୍ପର୍ଶ କରି ପୁଣି ଆପଣ ସେହି ବେଲ ପତ୍ର କୁ ଆଣି କି ଆସନ୍ତୁ । ଆପଣ ଯଦି ପ୍ରତିଦିନ ଏହି ବେଲ ପତ୍ର କୁ ଚୋବେଇ ଖାଇବେ ତାହେଲେ ଏହା ଆପଣଙ୍କ ଶରୀର ର ମୋଟପଣନ ଦୂର କରିଦେବ , ଚୋଲେଷ୍ଟରୋଲ୍ ଦୂର କରିଦେବ , ଅଧିକ ବ୍ଲଡ଼ ପ୍ରେସର୍ କୁ ଠିକ୍ କରିଦେବ । ଏହି ବେଲ ପତ୍ର କୁ ଖାଇବା ଦ୍ବାରା ମଧ୍ୟ ଡାଇବେଟିସ ରୋଗୀଙ୍କ ଡାଇବେଟିସ କଣ୍ଟ୍ରୋଲ ରେ ରହି ଥାଏ । ଯଦି ପ୍ରତିଦିନ କିଛି ବେଲ ପତ୍ର ଖାଇବା ଦ୍ବାରା ଶରୀରରେ ଏତେ ସବୁ ରୋଗ ଦୂର ହୋଇଥାଏ ତାହେଲେ ଆପଣ ବି ଏଥରକ ପ୍ରତିଦିନ ବେଲ ପତ୍ର ସେବନ କରନ୍ତୁ ।