September 12, 2024

Odia Express

Leading Odia News Portal of Odisha

ଘରର ଏହି ଦିଗରେ ମନ୍ଦିର ଅଛି ତେବେ ତୁରନ୍ତ ହଟାନ୍ତୁ ନଚେତ ଅସୁବିଧା ରେ ପଡିପାରନ୍ତି ଆପଣ..

ନମସ୍କାର ବନ୍ଧୁଗଣ, ଆପଣମାନେ ନିଶ୍ଚୟ ଜାଣିଥିବେ କି ବାସ୍ତୁ ଶାସ୍ତ୍ରର ଆମ ହିନ୍ଦୁଧର୍ମରେ କଣ ମହତ୍ତ୍ୱ ରହିଛି।ପ୍ରତ୍ୟେକ କାର୍ଯ୍ୟରେ ହେଉ, ଘରୋଇ ଉପକରଣରେ ହେଉ, କିମ୍ବା ଅନ୍ୟାନ୍ୟ ଜିନିଷରେ ମଧ୍ୟ ହେଉ ଏହା କେଉଁ ଦିଗରେ ରହିଲେ ଆପଣଙ୍କର କ୍ଷତି ହେବ କି ଲାଭ ହେବ।ତାହା ଆପଣ କେବଳ ବାସ୍ତୁଶାସ୍ତ୍ର ଦ୍ଵାରା ହିଁ ଜାଣି ପାରିବେ।ଏବଂ ସମୟ ଥାଉ ଥାଉ ଏହାର ପ୍ରତିକାର ମଧ୍ୟ କରିପାରିବେ।ତେବେ ଆପଣ ଜାଣିବେ କି କେଉଁ ଦିଗ ମନ୍ଦିର ଘର କିମ୍ବା ପୂଜାଘର ପାଇଁ ସଠିକ ଅଟେ ଓ କେଉଁ ଦିଗ ଭୁଲ।ବାସ୍ତୁଶାସ୍ତ୍ର ଆଧାରରେ କେଉଁ ଦିଗରେ ଆପଣ ନିଜର ମନ୍ଦିର ତିଆରି କରିଲେ ଆପଣଙ୍କର ଶୁଭ ହେବ।ଯଦି ଆପଣଙ୍କ ଘରର ମନ୍ଦିର ଭୁଲ ଦିଗରେ ଅଛି ତେବେ ତୁରନ୍ତ ଏହାକୁ ହଟାଇ ଠିକ ଦିଗରେ ରଖନ୍ତୁ।ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ ଏହାର କଣ ପ୍ରଭାବ ପଡିବ ଭଲ କିମ୍ବା ମନ୍ଦ ତାହା ଆସନ୍ତୁ ଜାଣିବା।

ସମସ୍ତଙ୍କର ଘରେ ଠାକୁରଙ୍କ ମନ୍ଦିର ଥାଏ।ତେବେ ଘର ଛୋଟ ହେଉ କିମ୍ବା ବଡ, ନିଜର ହେଉ କିମ୍ବା ଭଡାଘର।ହିନ୍ଦୁଧର୍ମକୁ ଆସ୍ଥା ଉପରେ କେନ୍ଦ୍ରିତ କରାଯାଇଛି।ଆଜି ଆପଣ ଜାଣିବେ କି ମନ୍ଦିରର ସଠିକ ଦିଗ ବାସ୍ତୁ ଅନୁସାରେ କେଉଁଟି ହୋଇଥାଏ।ଯାହାଦ୍ଵାରା ଘରେ ସୁଖ-ସମୃଦ୍ଧି ରହିଥାଏ।

ମନ୍ଦିରକୁ ରୋଷେଇଘରର ପାଖରେ କରନ୍ତୁ ନାହିଁ।ମନ୍ଦିରର ସାମ୍ନାରେ, ଉପରେ, ତଳେ କିମ୍ବା ପାଖରେ ରୋଷେଇଘର କରିବା ଉଚିତ ନୁହେଁ।ଏହାଦ୍ଵାରା ମା ଲଷ୍ମୀ ଅପ୍ରସନ୍ନ ହୋଇଯାଆନ୍ତି।ଏବଂ ଘରର ଶାନ୍ତିରେ ବିଭ୍ରାଟ ସୃଷ୍ଟି ହୁଏ।

ସିଡ଼ି ତଳେ ମନ୍ଦିର କରନ୍ତୁନାହିଁ।ବାସ୍ତୁ ଅନୁସାରେ ମନ୍ଦିରକୁ ସିଡ଼ି ତଳେ କରିବା ଉଚିତ ନୁହେଁ କାରଣ ସିଡ଼ି ଦ୍ଵାରା ସମସ୍ତେ ତଳ ଉପର ହୋଇଯାଆନ୍ତି।ଯେଉଁଥିପାଇଁ ଆମର ଗୋଡ ମନ୍ଦିର ପଟକୁ ଲାଗିଥାଏ ଏମିତି କରିବା ଶୁଭ ନୁହେଁ।ଏଥିପାଇଁ କେବେବି ସିଡ଼ି ତଳେ ମନ୍ଦିର ତିଆରି କରନ୍ତୁ ନାହିଁ।

ଶୟନ କକ୍ଷରେ ମଧ୍ୟ ମନ୍ଦିର କରିବା ଶୁଭ ବିବେଚିତ ହୁଏନାହିଁ।ବାସ୍ତୁ କହେକି କେବେବି ଶୟନକକ୍ଷରେ ମନ୍ଦିର କରିବାକଥା ନୁହେଁ।ଯଦି କୌଣସି କାରଣ ବଶତଃ ଶୋଇବା ଘରେ ମନ୍ଦିର କରିବାକୁ ପଡେ ତେବେ ମନ୍ଦିର ଉପରେ ଏକ ପରଦା ନିଶ୍ଚିତ ପକାନ୍ତୁ।ରାତି ସମୟରେ ମନ୍ଦିର ଉପରେ ପରଦା ପକେଇଦେବା ଉଚିତ।

ଗାଧୋଇବା ଘର ପାଖରେ,ତଳେ କିମ୍ବା ଉପରେ ମନ୍ଦିର ତିଆରି କରିବା ଉଚିତ ନୁହେଁ।କାରଣ ଏହା ଘରର ଖୁସି ଓ ସମୃଦ୍ଧି ପାଇଁ ଉତ୍ତମ ବୋଲି ଗ୍ରହଣ କରାଯାଏ ନାହିଁ।

ଘରର ବାରଣ୍ଡାରେ ମଧ୍ୟ ମନ୍ଦିରର ସ୍ଥାପନା କରିବା ଶୁଭ ବିବେଚିତ କରାଯାଏ ନାହିଁ।କୁହାଯାଏ କି ବାରଣ୍ଡାରେ ମନ୍ଦିର କରାଯାଏ ନାହିଁ କାରଣ ଏହାଦ୍ଵାରା ଘରେ ବିନା କାରଣରେ କଳି ଝଗଡା ହୁଏ।ଏବଂ ଘରର ଶାନ୍ତିରେ ମଧ୍ୟ ବହୁତ ବାଧା ଆସିପାରେ।

ଘରେ ସବୁବେଳେ ଉତ୍ତର ପୂର୍ବ ଦିଗରେ ହିଁ ମନ୍ଦିର କରିବା ଉଚିତ।ଏହାକୁ ସବୁଠାରୁ ଉପଯୁକ୍ତ ଦିଗ ବୋଲି କୁହାଯାଏ।ପୂଜାଘରକୁ ଏହି ଦିଗରେ କରିବା ଦ୍ଵାରା ଜ୍ଞାନର ବୃଦ୍ଧି ହୁଏ ତଥା ଆତ୍ମାର ଶୁଦ୍ଧିକରଣ ହୁଏ।ଏବଂ ସୁଖ,ସମୃଦ୍ଧି ଓ ଶାନ୍ତି ବଢିଥାଏ।

ବନ୍ଧୁଗଣ, ଆପଣ ଜାଣିଲେ କି କେଉଁ ଦିଗରେ ଆପଣ ମନ୍ଦିର କିମ୍ବା ପୂଜାଘର କଲେ ତାହା ଆପଣଙ୍କର ତଥା ଆପଣଙ୍କ ପରିବାର ଓ ପ୍ରିୟଜନଙ୍କର ଶୁଭ ହୋଇଥାଏ।ଏବଂ ଏହା ମଧ୍ୟ ଜାଣିଲେ କି କେଉଁ କେଉଁ ସ୍ଥାନରେ ଆପଣ ମନ୍ଦିର ଘର କିମ୍ବା ପୂଜାଘର କରିଲେ ଆପଣଙ୍କର କଣ କଣ କ୍ଷତି ହେବ।ଯଦି ଆପଣ ଭୁଲ ସ୍ଥାନରେ ମନ୍ଦିର ଘର କରି ମଧ୍ୟ ଦେଇଛନ୍ତି ତେବେ ଆପଣ କଣ କଲେ ଏହାର ପ୍ରତିକାର ହୋଇପାରିବ।

Leave a Reply

Your email address will not be published. Required fields are marked *