ଜାଣନ୍ତୁ କେଉଁ କେଉଁ କାରଣ ଯୋଗୁଁ ଓଠ ହୋଇଯାଏ କଳା, କିପରି ବନାଇବେ ଓଠକୁ ଗୋଲାପି…
ଯେମିତି ଥଣ୍ତାର ମୌସୁମ ପାଖେଇ ଆସୁଛି ସେମିତି ଓଠକୁ ଅଧିକା ଚିନ୍ତା କରିବାକୁ ପଡୁଛି, ଏହା ଏଥିପାଇଁ କାରଣ ଓଠରେ ଅଧିକା ଥଣ୍ତା ସହ୍ୟ କରିବାର ଶକ୍ତି ହୋଇନଥାଏ , ଏଥିପାଇଁ ଏହା ଶୁଖିଯାଏ , ଓ ଚମଡା ଫାଟିବାକୁ ଲାଗିଥାଏ , ଆପଣଙ୍କୁ ଆଜି କହିବୁ କେଉଁ ପ୍ରକାର କଳା ଓଠକୁ ଗୋଲାପି କରିପାରିବା, ଓ ତାହା ବି ପ୍ରାକୃତିକ ଭାବେ ।
ଓଠ ଫାଟିବାର ହୋଇଥାଏ ୪ ଟି କାରଣ – ସବୁଠାରୁ ପ୍ରଥମ କାରଣ ହେଲା କଳା ଓଠ ହେବାର ବହୁତ କାରଣ ହୋଇପାରେ ଯେଉଁଥିରେ ପ୍ରଥମ ଆସିଥାଏ ଖରାରେ ଅଧିକା ରହିବା ଦ୍ୱାରା ଓଠର ମଶ୍ଚରାଇଜର୍ ଶେଷ ହୋଇଯାଏ , ଓ ତାହାର ରଙ୍ଗ କଳା ପଡିଯାଏ , ଏଥିରୁ ବଞ୍ଚିବାପାଇଁ ଆପଣ ବାହାର ଯିବା ପୁର୍ବରୁ ସନ୍ ପ୍ରୋଟେକ୍ଟିଭ୍ ଲିପ୍ ଗାର୍ଡ ଲଗାଇ ପାରିବେ , ଯାହା ସୁର୍ଯ୍ୟର କିରଣରୁ ଓଠକୁ ସୁରକ୍ଷିତ ରଖିବ , ଦ୍ୱିତୀୟ କାରଣ ହୋଇଥାଏ ବାରମ୍ବାର ଓଠକୁ ଜିଭ ଦ୍ୱାରା ଓଦା କରିବା, ଆପଣ ଚାହିଁଲେ ଲିପ ବାମ୍ ଲଗାଇଦେବେ କିମ୍ବା ମହିଳାମାନେ ଲିପଷ୍ଟିକ୍ ଲଗାଇଲେ ବି ଚଳିବ ।
କିପରି ବନାଇବେ ଓଠକୁ ଗୋଲାପି- ତୃତୀୟ କାରଣ ଆସିଥାଏ କଫି, ଅଧିକା କଫି ସେବନ କରିଲେ ଲୋକଙ୍କ ଓଠ ଭିତରେ ମହଜୁଦ୍ ସବୁ ପାର୍ଟିକିଲ୍ସ କଳା ହୋଇଯାଏ , ଓ ଚତୁର୍ଥ ଓ ସବୁଠାରୁ ଅନ୍ତିମ କାରଣ ହୋଇଥାଏ ସିଗାରେଟ୍ କିମ୍ବା ବିଡି, ଏଥିରେ ଭରପୁର୍ ନିକୋଟିନ୍ ହୋଇଥାଏ, ଓ ଓଠକୁ କଳା କରିଦେଇଥାଏ, ଓ ଅସଲରେ ନିକୋଟିନ୍ ଜଳିଲେ ଓଠକୁ କ୍ଷତି ପହଞ୍ଚାଇଥାଏ, ଓ ଓଠକୁ ଗୋଲାପି ସୁନ୍ଦର ବନାଇବାପାଈଁ ଅଧିକାରୁ ଅଧିକା ଭିଟାମିନ୍ ସି ର ସେବନ କରିବା ଉଚିତ୍ , ଯାହା ଓଠର ସୁନ୍ଦରତା ପାଇଁ ଭଲ ପ୍ରମାଣିତ ହୋଇଥାଏ ।