February 18, 2025

Odia Express

Leading Odia News Portal of Odisha

ନାମର ପ୍ରଥମ ଅକ୍ଷର S କିମ୍ବା କୁମ୍ଭ ରାଶିର ବ୍ୟକ୍ତିଙ୍କ ୨୦୨୧ – ନିଶ୍ଚୟ ଜାଣିରଖନ୍ତୁ ଏହି ବଡ କଥା ବିଷୟରେ..

ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନକୁ ପ୍ରତ୍ୟେକ ସ୍ଥଳରେ ଏକ ନବ ଦିଗନ୍ତ ଅଭିମୁଖେ ଅଗ୍ରସର କରିଥାଏ। ଏବଂ ସାଧାରଣକୁ ଅସାଧାରଣରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଜୀବନ ଦର୍ଶନକୁ ଏକ ନୂତନ ଢଙ୍ଗରେ ଅଭିଷିକ୍ତ କରିଥାଏ।ଜ୍ୟୋତିଷ ଶାସ୍ତ୍ର ଭବିଷ୍ୟତର ସୂଚନା ଦେବା ସହିତ ନିଜର ସ୍ଵଭାଵ ଓ ଭାଗ୍ୟ ସମ୍ପର୍କରେ ଅବଗତ କରାଇଥାଏ।ଏହା ଜୀବନ ପାଇଁ ବହୁତ ଦରକାରୀ ହୋଇଥାଏ।ଏହା ଜୀବନକୁ ସୁନ୍ଦର କରି ଗଢିତୋଳିଥାଏ ଓ ମଧୁମୟ କରିଥାଏ।

ନିଜ ଭବିଷ୍ୟତ, ରାଶିଫଳ ଓ ସ୍ଵଭାଵ ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ଲୋକଙ୍କ ମନରେ ଗଭୀର ଉତ୍କଣ୍ଠା ଥାଏ।ସମସ୍ତ ବ୍ୟକ୍ତି ନିଜ ଗତ, ଆଗତ ସମ୍ପର୍କରେ ଜାଣିବାକୁ ବହୁମାତ୍ରାରେ ଇଛୁକ ଥାଆନ୍ତି।ଯାହା କେବଳ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣା ପଡିଥାଏ। ପ୍ରତ୍ୟେକ ବ୍ୟକ୍ତି ସାମାନ୍ୟ ମଧ୍ୟରେ ଥିବା ଅସାଧାରଣ ରହସ୍ୟକୁ ଉନ୍ମୁକ୍ତ କରିବାକୁ ଚାହାନ୍ତି। ସେହିପରି ନିଜ ଭିତରେ ମଧ୍ୟ ସେଇ ଅସାଧାରଣତାକୁ ଜାଗ୍ରତ କରିବାକୁ ଚାହାନ୍ତି ବା ଜାଣିବାକୁ ଚାହାଁନ୍ତି।

ପ୍ରତ୍ୟେକ ପ୍ରଣୀ ହୁଅନ୍ତୁ ବା ମନୁଷ୍ୟ; ଈଶ୍ବର ସମସ୍ତଙ୍କ ପଛରେ ଏକ ଗୂଢ଼ ରହସ୍ୟ ରଖିଥାନ୍ତି।ଯାହାକି ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଉନ୍ମୋଚିତ ହୋଇଥାଏ।ସେହିପରି ବାସ୍ତୁ ସମ୍ବନ୍ଧୀୟ ତଥ୍ୟ ଓ ବିବାହ ଭବିଷ୍ୟତ ତଥ୍ୟ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ପ୍ରତିବିମ୍ବିତ ହୋଇଥାଏ।

S ନାମର ବ୍ୟକ୍ତି ନିଜ ବ୍ୟକ୍ତିତ୍ବରେ ବହୁତ ଆକର୍ଷକ ହୋଇଥାନ୍ତି ଓ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ସୁନ୍ଦର ହୋଇଥାଏ।S ନାମର ବ୍ୟକ୍ତି ନିଜ ପ୍ରକୃତିରେ ବହୁତ ହାସ୍ୟାସ୍ପଦ ହୋଇଥାନ୍ତି।ତଥାପି ଏମାନଙ୍କ ପ୍ରକୃତି ରହସ୍ୟମୟ ଅଟେ।କାରଣ ବେଳେବେଳେ ଏମାନେ ବହୁତ ଶାନ୍ତ ମଧ୍ୟ ଲାଗନ୍ତି।

ଆର୍ଥିକ ସ୍ଥିତିକୁ ଦେଖିଲେ S ନାମର ବ୍ୟକ୍ତି ବହୁତ ପରିଶ୍ରମୀ ଅଟନ୍ତି ଓ କଠିନ ପରିଶ୍ରମ ସାହାଯ୍ୟରେ ପଇସା କମାଇଥାନ୍ତି।ବ୍ୟବହାର ମଧ୍ୟ S ନାମର ବ୍ୟକ୍ତିଙ୍କର ବହୁତ ସୁନ୍ଦର ଓ ମଜାଦାର ହୋଇଥାଏ।ଓ ଏମାନେ ସାମାଜିକ କାର୍ଯ୍ୟରେ ମଧ୍ୟ ପ୍ରତିଷ୍ଠିତ ହୋଇଥାନ୍ତି।

S ନାମର ବ୍ୟକ୍ତିଙ୍କ ଜୀବନ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ଓ ସେମାନେ ଏକ ଭିନ୍ନ ଦୃଷ୍ଟିକୋଣରୁ ନିଜ ଜୀବନକୁ ଦେଖିଥାନ୍ତି।ସମାଜରେ ମଧ୍ୟ ପ୍ରତିଷ୍ଠା ଲାଭ କରିଥାନ୍ତି।S ନାମର ବ୍ୟକ୍ତି ମାନେ ସାଧାରଣତଃ ନାସ୍ତିକ ହୋଇଥାନ୍ତି।କାରଣ ଏମାନେ ଏତେ ଧାର୍ମିକ ନୁହଁନ୍ତି ଓ ଏସବୁରେ ଏମାନଙ୍କ ଆଦୌ ବିଶ୍ୱାସ ନଥାଏ।ନକରାତ୍ମକ ଦୃଷ୍ଟିକୋଣରୁ S ନାମର ବ୍ୟକ୍ତି ଛୋଟ କଥାରେ ବହୁତ ରାଗିଯାନ୍ତି ଓ ବହୁତ ଚିନ୍ତିତ ହୋଇପଡନ୍ତି।ଏମାନେ ବହୁତ ସ୍ୱାର୍ଥପର ହୋଇଯାନ୍ତି।

ସୂର୍ଯ୍ୟ ମାନ ସଂମାନ ଓ ଉଚ୍ଚକୋଟୀର ପ୍ରତୀକ ହୋଇଥାନ୍ତି।ସୂର୍ଯ୍ୟଙ୍କ ଚଳନ ଜୀବନରେ ବହୁତ ପ୍ରଭାବ ପକାଇଥାଏ।ସୂର୍ଯ୍ୟଙ୍କର ଶୁଭ ଚଳନ ଧନ ବୃଦ୍ଧି କରିବା ସହିତ ପିତାଙ୍କ ସହାୟତା ପ୍ରଦାନ କରିଥାଏ।କୁମ୍ଭ ରାଶିର ବ୍ୟକ୍ତି ମାନେ ବହୁତ ଉଚ୍ଚ ବ୍ୟକ୍ତିତ୍ବର ଅଧିକାରୀ ହୋଇଥାନ୍ତି।ଆଗାମୀ ୩୦ ଦିନରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ ପ୍ରେମ ସମ୍ପର୍କ ମଧ୍ୟ ମଧୁମୟ ହେବ। ଏଥି ସହିତ ଆପଣଙ୍କୁ ସନ୍ତାନ ପ୍ରାପ୍ତିର ସୁଯୋଗ ରହିଛି।ଓ ଆପଣଙ୍କ ସନ୍ତାନର ଭବିଷ୍ୟତ ପାଇଁ ମଧ୍ୟ ଭଲ ସମୟ ଅଛି।

ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ପରିଶ୍ରମର ବର୍ଷ ଅଟେ।ଏକ ସକାରତ୍ମକ ଶକ୍ତି ଆପଣଙ୍କୁ ପରିଶ୍ରମ ନିମନ୍ତେ ପ୍ରେରଣା ଦାୟକ ହେବ।ଓ ଆପଣ କଠିନ ପରିଶ୍ରମ କରିବେ।ସୂର୍ଯ୍ୟ ସରକାରୀ କ୍ଷେତ୍ରର ସ୍ୱାମୀ ଅଟନ୍ତି।ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣ ବହୁତ ସଫଳତା ପାଇବେ ଓ ଲାଭବାନ ହେବେ।ବ୍ୟବସାୟୀ ମାନେ ମଧ୍ୟ ଉନ୍ନତି କରିବେ।ସୂର୍ଯ୍ୟଙ୍କର ଅବସ୍ଥିତି ଏହି ବର୍ଷକୁ ବହୁତ ସୁଖପ୍ରଦ କରିବ।

ଆଶା କରୁଛି ଏହା ଆପଣଙ୍କୁ ବହୁତ ପସନ୍ଦ ଆସିବ।ଓ ଆପଣଙ୍କ ପାଇଁ ସହାୟକ ହେବ।

Leave a Reply

Your email address will not be published. Required fields are marked *