September 11, 2024

Odia Express

Leading Odia News Portal of Odisha

କୋବିର ପରଟା, ପକୁଡି କିମ୍ବା ତରକାରୀ ହେଉ ଏହି ଗଜବ ଉପାୟ କାମରେ ଆସିବ….

ନମସ୍କାର ବନ୍ଧୁଗଣ,ଯଦି ଆପଣ କୋବିର ପରଟା, ପକୁଡି କିମ୍ବା ତରକାରୀ ତିଆରି କରିବାକୁ ଯାଉଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯାହା ଏସବୁକୁ ସ୍ୱାଦିଷ୍ଟ କରିଦେବ।ଯେମିତିକି ଆପଣ ଜାଣିଛନ୍ତି ଏବେ କୋବିର ଋତୁ ଚାଲିଛି ଏବଂ ସମସ୍ତଙ୍କ ଘରେ କୋବି ତ ପ୍ରସ୍ତୁତ ହୁଏ।କୋବି ବହୁତ ଘନ ହୋଇଥାଏ ଏବଂ କୋବି ଭିତରେ ଛୋଟ ଛୋଟ ପୋକ ରହିଯାଆନ୍ତି ଯାହା ବେଳେବେଳେ ଆଖିକୁ ଦେଖା ଯାଏନାହିଁ।ଏବଂ ପ୍ରାୟ ସମୟ ଆମେ କୋବି ଆଣିଲେ ଏହା ଉପରେ କଳା କଳା ଚିହ୍ନ ମଧ୍ୟ ଥାଏ।ଯାହାକୁ ଆପଣ ଯେତେ ପାଣିରେ ଧୋଇଲେ ମଧ୍ୟ ସେସବୁ ସଫା ହୋଇନଥାଏ।ତେବେ ଆଜି ଆପଣଙ୍କୁ ସେସବୁ ଉପାୟ ଜଣାଇବୁ ଯାହା ସାହାର୍ଯ୍ୟରେ ଆପଣ ନିଜ କୋବିକୁ ସଫା କରିପାରିବେ।

ସବୁଠୁ ପ୍ରଥମେ କୋବି ନେଇ ଏହା ପଛର ଗଣ୍ଠିକୁ କାଟିଦିଅନ୍ତୁ।ଏହି ଗଣ୍ଠିକୁ ମଧ୍ୟ ଆପଣ ନିଜ ତରକାରୀରେ ବ୍ୟବହାର କରିପାରିବେ।ଏହାର ନରମ ଭାଗକୁ ବ୍ୟବହାର କରିପାରିବା ଯାହାକୁ ଆମେ ବେକାର ଭାବି ଫୋପାଡ଼ି ଦେଉ ସେଥିରେ ସବୁଠାରୁ ଅଧିକ ଲାଭ ମିଳିଥାଏ।ଏହାର କଡକୁ ଭଲ ଭାବରେ ଚାଂଛି ଦିଅନ୍ତୁ।ଏହା ବହୁତ ସ୍ୱାସ୍ତ୍ୟକର ହୋଇଥାଏ ଏହାକୁ ସୁପ୍ କରି ମଧ୍ୟ ପିଇପାରିବେ।ଏବେ କୋବିକୁ ଆମେ ଛୋଟ ଛୋଟ ଖଣ୍ଡରେ କାଟି ଦେବା।ଆପଣ ହାତରେ ଏହି କୋବିକୁ କାଟି କିମ୍ବା ଛଡାଇ ପାରିବେ।ଆମେ କୋବିକୁ ସଫା କରିବା ତେବେ ସେଥିପାଇଁ ଏହାକୁ ଛୋଟ ଛୋଟ କରି କାଟନ୍ତୁ।ପୁରା ଛୋଟ ଛୋଟ କରି କାଟନ୍ତୁ ନାହିଁ କାରଣ ଯେଉଁ ରେସିପିରେ ଆପଣ ଏହାକୁ ବ୍ୟବହାର କରିବେ ଏହା ସେଥିରେ ଘୋଳି ହୋଇଯିବ।

ଏବେ କୋବିକୁ କାଟି ସାରିବା ପରେ ଏବେ ଜାଣିବାକି କୋବିରୁ ପୋକ କାଢ଼ିବାକୁ ହେଲେ କିପରି କାଢ଼ିବେ।ପ୍ରଥମେ ଗୋଟିଏ ପାତ୍ରରେ ୨ରୁ ୩କପ ପାଣି ନିଅନ୍ତୁ ଆପଣ କୋବିର ପରିମାଣ ଅନୁସାରେ ପାଣି ନିଅନ୍ତୁ।ସେଥିରେ ଅଧା ଚାମଚ ଲୁଣ ପକାନ୍ତୁ।ଫୁଟୁଥିବା ପାଣିରେ ହିଁ ଲୁଣ ପକାନ୍ତୁ।ଏବେ ଏଥିରେ କୋବିର ଖଣ୍ଡ ଖଣ୍ଡକୁ ପକାଇଦେବା।ତାପରେ ୨ମିନିଟ ପରେ ଭଲ ଭାବରେ ଫୁଟିବା ପରେ ଗ୍ୟାସର ଆଞ୍ଚକୁ ବନ୍ଦ କରି ଦେବା।ଏହି କୋବିକୁ ଭଲ ଭାବରେ କାଢ଼ିନେବା।ଏହାପରେ ଏହାକୁ ପୁଣିଥରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।ଏବଂ ପରେ ଏହାକୁ ଆପଣ ସବୁଥିରେ ବ୍ୟବହାର କରିପାରିବେ।ଶୀତ ଋତୁରେ କୋବି ଭଲ ଥାଏ ଯେମିତି ହିଁ ଋତୁ ଧୀରେ ଧୀରେ ସରିଯାଏ ତେବେ ପୋକ ଲାଗିବା ଆରମ୍ଭ ହୋଇଯାଏ।

ଦ୍ୱିତୀୟ ପ୍ରଣାଳୀରେ ପୁଣିଥରେ ପାଣି ନିଅନ୍ତୁ।ଏଥିରେ ଲୁଣ ପକାନ୍ତୁ ଓ ଫୁଟାନ୍ତୁ।ଯଦି ଆପଣ ପରଟା ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଅଧା ଛୋଟ ଚାମଚ ହଳଦୀ ପକାନ୍ତୁ।ଏହାକୁ ପାଣିରେ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଫୁଟାନ୍ତୁ।ଏବେ ଏଥିରେ କୋବିଫୁଲ ପକାନ୍ତୁ।ଏହାଦ୍ଵାରା କୋବିର ରଙ୍ଗ ହାଲକା ହଳଦିଆ ହୋଇଯିବ।ତରକାରୀ କିମ୍ବା ପକୁଡିରେ ବ୍ୟବହାର କରିବାର ଥିଲେ ମଧ୍ୟ ଏହି ଉପାୟରେ କରିପାରିବେ।କାରଣ ହଳଦୀ ଔଷଧୀୟ ହୋଇଥାଏ।ଏବେ ଏହି କୋବିକୁ ଥଣ୍ଡା ପାଣିରେ ଧୋଇ ବ୍ୟବହାର କରନ୍ତୁ।

ତୃତୀୟ ଉପାୟରେ କଳାରଙ୍ଗ ଛାଡ଼ିବା ପାଇଁ ଆପଣ ପାଣି ନିଅନ୍ତୁ ଓ ଫୁଟାନ୍ତୁ ଏହାପରେ ଏଥିରେ ୨-୩ଚାମଚ କ୍ଷୀର ପକାନ୍ତୁ।ଏବଂ ଏହାପରେ ଏଥିରେ କୋବି ପକାନ୍ତୁ।୨-୩ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।ଏହି ଉପାୟ କୋବିର କଳାରଙ୍ଗକୁ ଛଡାଇବା ପାଇଁ ବ୍ୟବହାର କରାଯାଏ।ଏଥିରେ ଆପଣ କିଛି ଲୁଣ ମଧ୍ୟ ମିଶାଇ ପାରନ୍ତି।ଏହାପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ଓ ବ୍ୟବହାର କରନ୍ତୁ।

Leave a Reply

Your email address will not be published. Required fields are marked *