January 24, 2025

Odia Express

Leading Odia News Portal of Odisha

ପାନ ର ଉପଚାରିତା – ଏହାକୁ କେବଳ ପାଟିରେ ରଖିବା ଦ୍ୱାରା, ମିଳିଥାଏ ଏତେ ଲାଭ ଯେ ଆପଣ ବିଶ୍ୱାସ ମଧ୍ୟ କରିପାରିବେନି…

ଆମ ଦେଶ ଭାରତ ରେ ବହୁତ ପ୍ରକାର ଜଡ଼ିବୁଟି ମିଳିଥାଏ ଯାହାକି ବହୁତ ଶକ୍ତିଶାଳୀ ଓ କାରିଗରୀ ହୋଇଥାଏ।ବହୁତ ଲୋକ ଏହାକୁ ଘାସ ଭାବି ଫୋପାଡ଼ି ଦେଇଥାନ୍ତି ଏହାର ଉପକରିତା ବିଷୟରେ ଜାଣିନଥାନ୍ତି।ଏହାର ପତ୍ର ଏବେ ବି ସେତିକି ଶକ୍ତିଶାଳୀ ଓ କାର୍ଯ୍ୟକାରୀ ଯେତିକି ଆଗରୁ ଥିଲେ।ଏହାକୁ ପାନ ବା ତାମ୍ବୁଳ ନାମରେ ଜଣାଯାଇଥାଏ।ଏହା ପେଟର ଗ୍ୟାସ ଦୂର କରିବା ରେ ସାହାଯ୍ୟ କରିଥାଏ କିମ୍ବା ପେଟରେ କୌଣସି ପ୍ରକାର ଅସୁବିଧା ଥିଲେ ଏହା ଦୂର କରିଥାଏ।ଏହା ଆମ ଶରୀର ର ଦୁର୍ବଳତା କୁ ଦୂର କରିଥାଏ।

ଏହା ମୁଣ୍ଡ ବିନ୍ଧା କୁ ଦୂର କରିଥାଏ।ପାନ କୁ ମୁଣ୍ଡରେ ରେ ବାନ୍ଧିଲେ କୌଣସି ପ୍ରକାର ମୁଣ୍ଡ ବିନ୍ଧା ଭଲ ହୋଇଥାଏ।ଏହାର ରସ କୁ ଆଖିରେ ପକାଇଲେ ଆଖି ରେ ଥିବା ଅସୁବିଧା ଦୂର ହୋଇଥାଏ।କାନ ବିନ୍ଧା ହେଉଥିଲେ ଏହାର ୧ ରୁ ୨ ବୁନ୍ଦା ରସ ପକାଇଲେ କାନରେ କାନ ବିନ୍ଧା କମ ହେଇଥାଏ।ଛୋଟ ପିଲା କୁ ଥଣ୍ଡା ଜ୍ୱର ହେଲେ ଏହି ପତ୍ରରେ ଏରଣ ତୈଳ ଲଗାଇ ଛାତିରେ ବାନ୍ଧିଲେ ଜ୍ୱର ଭଲ ହୋଇଥାଏ।ପାନ ଖାଇଲେ ଶୁଖିଲା କାଶ ଭଲ ହୋଇଥାଏ, ଶ୍ୱାସ ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୋଇଥାଏ।ପାନ ପତ୍ରକୁ ଗରମ କରି ବାନ୍ଧିଲେ ଶ୍ୱାସ ରୋଗ ଭଲ ହୋଇଥାଏ।

କବଜା ରୋଗ ଥିଲେ ପାନର ମୁଣ୍ଡି କୁ ବାନ୍ଧିଲେ କବଜା ରୋଗ ଭଲହେଇଥାଏ।ଏହା ଦୁର୍ବଳତା କୁ ମଧ୍ୟ ଦୂର କରିଥାଏ।ପାନ ର ସର୍ବତ ରେ ଚାରପର ମିଶାଇ ୨୫ ମିଲି ଲିଟର ଏହାକୁ ଦିନରେ ୩ ଥର ପ୍ରୟୋଗ କଲେ ଦୁର୍ବଳତା କମିଥାଏ।ସର୍ପ ଦଂଶନ ହେଇଥିଲେ ପାନ ରସ କୁ ସେଇ ଜାଗାରେ ଲଗାଇଲେ ଘା ଭଲ ହୋଇଥାଏ।

ପାନର ପୂଜା ସଂସ୍କୃତି ପୂଜା ରେ ମହତ୍ୱପୂର୍ଣ୍ଣ ସ୍ଥାନ ଅଛି।ମୁଖ୍ୟତ ଲୋକ ଖାଦ୍ୟ ଖାଇସାରିବାପରେ ଖାଦ୍ୟ ହଜମ ପାଇଁ ଏବଂ ନିଜ ମୁଁହର ସ୍ୱାଦ ପାଇଁ ପାନ ଖାଇଥାନ୍ତି।ଏହାଛଡା ଧର୍ମ ସଂସ୍କାର ର କ୍ରିୟା ମଧ୍ୟ ଏହାବିନା ସମ୍ଭବ ନୁହେଁ।ବହୁତ ଲୋକ ଜାଣିଛନ୍ତି ଏହା କେବଳ ମୁଂହର ସ୍ୱାଦ ନୁହଁ ବରଂ ଅନେକ ପ୍ରକାର ରୋଗରୁ ମଧ୍ୟ ବଞ୍ଚାଇଥାଏ।

ପାନରେ ଧାର୍ମିକ ମହତ୍ୱ ରହିଥିବା ସହ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ।ଏଥିରେ ପ୍ରୋଟିନ, ଆଇରନ,ଭିଟାମିନ ସି,ନିଆସିନ,ଥୟମିନ ଆଦି ତତ୍ୱ ମିଳିଥାଏ।ପାନକୁ ବହୁତ ଲୋକ ଖାଇଥାନ୍ତି ଓ ଆଉ ମଧ୍ୟ କିଛି ଲୋକ ଖାଇନଥାନ୍ତି।ସାଧା ପାନ ଆମ ଶରୀର ପାଇଁ ବହୁତ ଭଲ କିନ୍ତୁ ସେଥିରେ ଯଦି ଆପଣ କିଛି ଚୂନ କିମ୍ବା ତମ୍ବାକୁ ମିଶାଇ ଖାଉଛନ୍ତି ତାହା ଆମ ଶରୀର ପାଇଁ ବହୁତ କ୍ଷତିକାରକ।ଆଜିକାଲି ସବୁ ଜାଗାରେ ପାନନଦୋକାନ ଦେଖିବାକୁ ମିଳୁଛି କିନ୍ତୁ ବହୁତ ଲୋକ ଏଥିରେ ଚୂନ ଓ ତମ୍ବାକୁ ମିଶାଇ ଖାଇଥାନ୍ତି ଓ ଅଳ୍ପ ଲୋକ ସାଧା ପାନ ଖାଇଥାନ୍ତି।କିଛି ଲୋକ ପାନ କୁ ଏତେ ଭଲପାଇଥାନ୍ତି ସବୁବେଳେ ତାଙ୍କ ଗାଲରେ ପାନ ଜାକିଥାନ୍ତି।

ପାନର କିଛି ଲାଭକାରୀ ଗୁଣ ଅଛି ଓ କିଛି କ୍ଷତିକାରକ ଗୁଣ ମଧ୍ୟ ଅଛି।ଏହା ଆମ ଉପରେ ନିର୍ଭର କରୁଛି ଆମେ ଏହାକୁ କିପରି ବ୍ୟବହାର କରିବା। ସାଧା ପାନ ଖାଇଲେ ଏହା ଆମର ବିଭିନ୍ନ ପ୍ରକାର ସମସ୍ୟା ,ରୋଗ ଭଲକରିଥାଏ। ଯଦି ପାନରେ ତମ୍ବାକୁ ମିଶାଇ ଖାଇବା ଏହା ଶରୀର ପାଇଁ ହାନିକାରକ ଓ ରୋଗ ସୃଷ୍ଟି କରିଥାଏ।

Leave a Reply

Your email address will not be published. Required fields are marked *