December 7, 2024

Odia Express

Leading Odia News Portal of Odisha

ପିଲା ବୁଢା ଓ ଯୁବଙ୍କର ଥଣ୍ଡା କାଶ କଫ ୫ମିନିଟରେ ହିଁ ଶେଷ କରିଦେବ,ଥଣ୍ଡା କାଶର ଘରୋଇ ଉପଚାର…

ନମସ୍କାର ବନ୍ଧୁଗଣ,ଆଜି ଆମେ ଆପଣଙ୍କୁ ଥଣ୍ଡା,କାଶ, କଫ ଦୂର କରିବାର ଘରୋଇ ଉପଚାର ପ୍ରସ୍ତୁତ କରିବା ଜଣାଇବୁ।ଅଳ୍ପ ବହୁତ ଥଣ୍ଡା କାଶ ହେଲେ ଆମେ ବିଭିନ୍ନ ପ୍ରକାର ଔଷଧର ବ୍ୟବହାର କରିବା ଉଚିତ ନୁହେଁ।କାରଣ ବାରମ୍ବାର ଔଷଧର ସେବନ କରିବା ଦ୍ଵାରା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇବ।ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର କରିବା ଜଣାଇବୁ ଯାହାକୁ ଆପଣ ଥଣ୍ଡା କାଶ କିମ୍ବା କଫ ହେଲେ ଏହାର ପ୍ରୟୋଗ କରି ଠିକ କରିପାରିବେ।ଥଣ୍ଡା କିମ୍ବା କାଶ ହେଲେ ବିଚଳିତ ହୁଅନ୍ତୁ ନାହିଁ।ଏହି ଉପଚାରର ପ୍ରୟୋଗ କରି ଆପଣ ନିଜର ଏହି ସମସ୍ୟାକୁ ଦୂର କରିପାରିବେ।ତେବେ ଏହି ଉପଚାରକୁ ତିଆରି କରିବା ପାଇଁ ସବୁଠାରୁ ପ୍ରଥମେ ଆପଣଙ୍କୁ ଏକ ଚାହା ତିଆରି କରିବାପାଇଁ ପାତ୍ର ରଖନ୍ତୁ।ଏହି କାଢା ତିଆରି କରିବା ଶିଖିବା।ଏହା ପରେ ଏହି ପାତ୍ରରେ ଏକ ଗିଲାସ ପାଣି ନିଅନ୍ତୁ।ଏହାପରେ ଏହି ଉପଚାରକୁ ତିଆରି କରିବା ପାଇଁ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ହେଉଛି ତେଜପତ୍ର।୩ରୁ ୪ଟି ପତ୍ର ନିଅନ୍ତୁ ଓ ଏହି ପାଣିରେ ପକାନ୍ତୁ।

ଏହା ପରେ ଦ୍ୱିତୀୟ ଜିନିଷ ଯାହାର ବ୍ୟବହାର କରିବାର ଅଛି ତାହା ହେଉଛି ଚାହା ପତି।ଅଳ୍ପ ପରିମାଣରେ ଚାହା ପତି ପକାଇ ଦିଅନ୍ତୁ।ଏହାପରେ ତୃତୀୟ ଜିନିଷ ଓ ସବୁଠାରୁ ମହତ୍ୱପୂର୍ଣ୍ଣ ତାହା ହେଉଛି ଅଜୱାଇନ ।ଏହା ଆମର ତଣ୍ଟିର ସମସ୍ୟାକୁ ଦୂର କରିଥାଏ ଓ ଆମ ଶ୍ୱାସର ଜୀବାଣୁକୁ ମାରିଥାଏ ଯେଉଁ କାରଣରୁ ହିଁ ଥଣ୍ଡା ହୋଇଥାଏ। ଏହା ସେହି ଜୀବାଣୁକୁ ମାରିବାରେ ସାହଯ୍ୟ କରିଥାଏ।ଏହାକୁ ୨ରୁ ୩ଟି ଚାମଚ ନିଅନ୍ତୁ ଓ ଏହି ପାତ୍ରରେ ପକାନ୍ତୁ।ଏହାପରେ ଯେଉଁ ଶେଷ ଜିନିଷ ଯାହା ଏଥିରେ ବ୍ୟବହାର ହେବ ତାହା ହେଉଛି ଗୁଡ।ଗୁଡକୁ ଆପଣ ନିଜ ଆବଶ୍ୟକତା ଅନୁସାରେ ପକାନ୍ତୁ।ଚିନିର ବ୍ୟବହାର କରନ୍ତୁ ନାହିଁ।

ଏହା ପରେ ଏହି ପାତ୍ରରେ ଥିବା ମିଶ୍ରଣକୁ ଆପଣଙ୍କୁ ଅତିକମରେ ୫ରୁ ୬ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ଫୁଟାଇବାର ଅଛି।ଏହାକୁ ଭଲ ଭାବରେ ଗରମ ଆଞ୍ଚରେ ଫୁଟାଇବା ପରେ ଏହାକୁ ଆଣି ଛାଣି ଦିଅନ୍ତୁ।ଏହା ପରେ ଏହି ମିଶ୍ରଣ ବା କାଢାର ରଙ୍ଗ ଚାହା ଭଳି ହୋଇ ଯିବ।ଏବେ ଏହାକୁ ଆପଣଙ୍କୁ ଟିକେ ଥଣ୍ଡା କରି ସେବନ କରିବାର ଅଛି।

ଏବେ ଏହି ଘରୋଇ ଉପଚାରକୁ ଅଧିକ ନୁହେଁ ବରଂ କେବଳ ତିରିଶ ମିନିଟର ବ୍ୟବଧାନରେ ନେବାକୁ ହେବ।ଏହାକୁ କେବଳ ୫ଟି ଚାମଚ ହିଁ ସେବନ କରନ୍ତୁ ତାହା ମଧ୍ୟ ପ୍ରତି ତିରିଶ ମିନିଟର ବ୍ୟବଧାନରେ।ଏହାକୁ ପ୍ରତିଦିନ କେବଳ ପାଞ୍ଚ ଥର ହିଁ ସେବନ କରନ୍ତୁ।ଏହା ଏକ ବହୁତ ସହଜ ସରଳ ଓ କମ ସମୟରେ ହେଇ ପାରୁଥିବା ଘରୋଇ ଉପଚାର ଯାହାକୁ ପିଇଲେ କେବଳ ଅଳ୍ପ ସମୟ ମଧ୍ୟରେ ଆପଣଙ୍କର ଥଣ୍ଡା, କାଶ ଓ କଫର ସମସ୍ୟା ବହୁତ ସହଜରେ ଦୂର ହୋଇ ଯିବ।ଏହି ଉପଚାରର କେବଳ ଗୋଟିଏ ଦିନର ବ୍ୟବହାରରେ ଆପଣଙ୍କର ଥଣ୍ଡା ସହ ଜଡିତ ସମସ୍ତ ସମସ୍ୟା ମୂଳରୁ ନିପାତ ହୋଇ ଯିବ।

ଆଶା କରୁଛୁ ଆପଣଙ୍କୁ ଏହି ମହତ୍ୱପୂର୍ଣ୍ଣ ଘରୋଇ ଉପଚାର ଭଲ ଲାଗିଲା।ଏବଂ ଆପଣଙ୍କୁ ଯଦି କିଛି ମଧ୍ୟ ଥଣ୍ଡା ଜନିତ ରୋଗ ହୋଇଛି ତେବେ ଏହି ଉପଚାରକୁ ନିଶ୍ଚିତ ଭାବରେ ଘରେ ତିଆରି କରନ୍ତୁ ଓ ସେବନ କରନ୍ତୁ।ଯଦି ଏହା ଦ୍ଵାରା ଆପଣଙ୍କୁ କିଛି ବି ଉପକାର ମିଳୁଛି ତେବେ ଏହି ଉପଚାରକୁ ଆପଣ ନିଜ ବନ୍ଧୁ,ପରିଜନମାନଙ୍କ ସହ ସେୟାର କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *